ଝାରସୁଗୁଡ଼ାରୁ ବାଙ୍ଗାଲୁରୁ ଓ ମୁମ୍ବାଇ ଉଡ଼ିଲା ବିମାନ ; ଭୁବନେଶ୍ୱରୁ ପୁନେକୁ ଚାଲିବ ସ୍ୱତନ୍ତ୍ର ବିମାନ

ଭୁବନେଶ୍ୱରରୁ ପୁନେକୁ ସ୍ୱତନ୍ତ୍ର ବିମାନ ଚଳାଚଳ କରିବ । ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ୱର-ପୁନେ ମଧ୍ୟରେ ଏୟାର ଏସିଆର ସ୍ୱତନ୍ତ୍ର ବିମାନ ଚଳାଚଳ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୩ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

Odisha-flight

ଭୁବନେଶ୍ୱର : ଭୁବନେଶ୍ୱରରୁ ପୁନେକୁ ସ୍ୱତନ୍ତ୍ର ବିମାନ ଚଳାଚଳ କରିବ । ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ୱର-ପୁନେ ମଧ୍ୟରେ ଏୟାର ଏସିଆର ସ୍ୱତନ୍ତ୍ର ବିମାନ ଚଳାଚଳ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୩ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହି ବିମାନ ସେବା ଓଡ଼ିଶାରେ ଉନ୍ନତ ଯୋଗାଯୋଗ ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅପରପକ୍ଷରେ ଆଜିଠାରୁ ଝାରସୁଗୁଡାରୁ ଦେଶର ଦୁଇଟି ପ୍ରମୁଖ ସହରକୁ ବିମାନ ଚଳାଚଳ ଆରମ୍ଭ ହେବ । ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ବିମାନ । 144 ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଛି ସ୍ପାଇସ୍ ଜେଟ୍ ବୋଇଂ 77 । ପ୍ରଥମ ବିମାନ ମୁମ୍ବାଇରୁ ଆସି ଝାରସୁଗୁଡାରେ ପହଞ୍ଚିବା ପରେ ପୁଣି ଦିନ 1ଟା ବେଳେ ବେଙ୍ଗାଲୁରୁ ଯାତ୍ରା କରିଛି । ଏହି ବିମାନ ପୁଣି ବେଙ୍ଗାଲୁରୁରୁ ଆସି ସନ୍ଧ୍ୟା ୫ ଟା ୪୦ରେ ଝାରସୁଗୁଡାରେ ପହଞ୍ଚିବ । ଏହା ପରେ ସନ୍ଧ୍ୟା ୬.୧୦ରେ ପୁଣି ମୁମ୍ବାଇକୁ ଉଡ଼ାଣ ଭରିବ। ସେପଟେ ଗତକାଲିଠାରୁ ଦିଲ୍ଲୀକୁ ବିମାନସେବା ଆରମ୍ଭ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+