ଶିମିଳିପାଳର ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ : ଫରେଷ୍ଟ ଫାୟାର୍‌ ଟାସ୍କ ଫୋର୍ସ

ଶିମିଳିପାଳ ଜଙ୍ଗଲର ନିଆଁ ନିୟନ୍ତ୍ରଣକୁ ଆସିଛି । ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା ସକ୍ରିୟ ପଦକ୍ଷେପ ପାଇଁ ରାଜ୍ୟରେ ଜଙ୍ଗଲ ନିଆଁକୁ ପ୍ରତିହତ କରିବା ସହ ରାଜ୍ୟରେ ଜଙ୍ଗଲ ଅଗ୍ନି ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିଛି ।

ଭୁବନେଶ୍ୱର : ଶିମିଳିପାଳ ଜଙ୍ଗଲର ନିଆଁ ନିୟନ୍ତ୍ରଣକୁ ଆସିଛି । ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା ସକ୍ରିୟ ପଦକ୍ଷେପ ପାଇଁ ରାଜ୍ୟରେ ଜଙ୍ଗଲ ନିଆଁକୁ ପ୍ରତିହତ କରିବା ସହ ରାଜ୍ୟରେ ଜଙ୍ଗଲ ଅଗ୍ନି ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିଛି । ନ୍ୟାସ୍‌ନାଲ୍‌ ରିମୋଟ୍ ସେନ୍ସିଂ ସେଣ୍ଟର(ଏନ୍‌ଆର୍‌ଏସ୍‌ସି), ହାଇଦ୍ରାବାଦର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା କାର୍ଯ୍ୟ ସମ୍ପୂର୍ଣ୍ଣ ହ୍ରାସ ପାଇଛି । ଏଫ୍‌ଏସ୍‌ଆଇ ଡେରାଡୁନ୍‌ ସୂଚନା ଅନୁଯାୟୀ ଗତକାଲିର 701ଟି ଜଙ୍ଗଲ ଆଲର୍ଟ ସ୍ଥାନରେ ଆଜି ରାଜ୍ୟରେ 341ଟି ଜଙ୍ଗଲ ଅଗ୍ନି ସତର୍କ ସୂଚନା ସହିତ ଶିମିଳିପାଳରେ କେବଳ 4ଟି ଫାୟାର ଆଲର୍ଟ ରହିଛି ଏବଂ ରାଜ୍ୟରେ ଜଙ୍ଗଲ ଅଗ୍ନି ପରିସ୍ଥିତି ଆୟତ୍ତାଧୀନ ରହିଛି ବୋଲି ଫରେଷ୍ଟ ଫାୟାର୍‌ ଟାସ୍କ ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଛି ।

similipal

ଜିଲାପାଳ, ଏସ୍‌ପି, ଉପଜିଲାପାଳ, ତହସିଲଦାର, ଜଙ୍ଗଲ ବିଭାଗର କ୍ଷେତ୍ର ଅଧିକାରୀମାନଙ୍କ ସହିତ 24x7 ଅଗ୍ନି ହ୍ରାସ କରିବାରେ ଓ କ୍ଷୟକ୍ଷତିର ଆକଳନ କରିବାରେ ସାହାଯ୍ୟ କରୁଛନ୍ତି । ରାତ୍ରି ପାଟ୍ରୋଲିଂ ସମେତ ଅନ୍ୟ ସମସ୍ତ ପାଟ୍ରୋଲିଂକୁ ଦୃଢ଼ୀଭୂତ କରାଯାଇଛି ଏବଂ ଏହାକୁ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟର ଓଡ଼ିଶା ଫରେଷ୍ଟ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌(ଓଏଫ୍‌ଏମ୍‌ଏସ୍‌) ମାଧ୍ୟମରେ 24x7 ପର୍ଯ୍ୟବେକ୍ଷଣ କରାଯାଉଛି।

ଏମ୍‌ଓଡିଆଇଏସ୍‌ ଆଣ୍ଡ ଏସ୍‌ଏନ୍‌ପିପି ଉପଗ୍ରହ ଭିତ୍ତିକ ଜଙ୍ଗଲ ଅଗ୍ନି ଆଲର୍ଟ ପଏଣ୍ଟ, ତଥ୍ୟ ବ୍ୟବହାର କରି ଏଫ୍‌ଏସ୍‌ଆଇ ଡେରାଡୁନ୍‌ରୁ ପ୍ରାପ୍ତ ବନାଗ୍ନି ସ୍ଥିତି ସଂକ୍ରାନ୍ତିୟ ସବିଶେଷ ବିବରଣୀ ଏସ୍‌ଏମ୍‌ଏସ୍‌ ଜରିଆରେ ତଥା ହ୍ବାଟ୍ସଆପ୍‌ ମାଧ୍ୟମରେ କ୍ଷେତ୍ରୀୟ କର୍ମଚାରୀଙ୍କ ପଞ୍ଜୀକୃତ ମୋବାଇଲ୍‌କୁ ଏବଂ ଇମେଲ୍‌ରେ ବନଖଣ୍ଡ କାର୍ଯ୍ୟାଳୟକୁ ଅବିଳମ୍ବେ ପ୍ରେରଣ କରାଯାଉଛି। ବନ କର୍ମଚାରୀମାନେ ତୁରନ୍ତ ଏହି ପଏଣ୍ଟଗୁଡ଼ିକରେ ପହଞ୍ଚି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏଯାବତ୍‌ ପ୍ରାପ୍ତ ଅଗ୍ନି ପଏଣ୍ଟଗୁଡ଼ିକର ପ୍ରାୟ 95% କ୍ଷେତ୍ରରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଫ୍‌ଏସ୍‌ଆଇ ଆଲର୍ଟ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟର ପ୍ରାୟତଃ କୌଣସି ଅଗ୍ନି ପଏଣ୍ଟଗୁଡ଼ିକର କ୍ରମାଗତ ଅଗ୍ନି ନାହିଁ ।

କ୍ଷେତ୍ର ସ୍ତରରେ ଜଙ୍ଗଲ ଅଗ୍ନି ନିୟନ୍ତ୍ରଣ ନିମନ୍ତେ ବର୍ଦ୍ଧିତ ମାନବ ଶକ୍ତି ଏବଂ ଭିତ୍ତିଭୂମିର ଦୃଢ଼ୀକରଣ ଫଳପ୍ରଦ ଭାବରେ ବ୍ୟବହୃତ ହେଉଛି। ଅସୁରକ୍ଷିତ ବନାଞ୍ଚଳ ଏବଂ ବନାଗ୍ନି ପ୍ରାବଲ୍ୟ ସ୍ଥାନଗୁଡ଼ିକର ସୁରକ୍ଷା ନିମନ୍ତେ ଅଧିକ ଅଗ୍ନି ସଚେତନତା, ଅଗ୍ନି ନୀରିକ୍ଷଣକାରୀ ଦଳ ଏବଂ ଲିଫ୍‌ ବ୍ଲୋୟର ନିୟୋଜନ କରାଯାଇଛି ।

ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ କ୍ରମାଗ୍ରତ ଭାବରେ ପିଆର୍‌ଆଇ ଏବଂ ସେଲ୍ଫ ହେଲ୍ପ ଗ୍ରୁପ୍‌ ସହାୟତାରେ ସମ୍ପ୍ରଦାୟ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ପ୍ରୟାସ ଜାରି ରହିଛି। ସ୍ଥାନୀୟ ସମ୍ପ୍ରଦାୟ ସଜାଗ ରହିବା ପାଇଁ ଭିଏସ୍‌ଏସ୍‌/ଇଡିଏସ୍‌/ଜେଏଫ୍‌ଏମ୍‌ସିଗୁଡ଼ିକ ମାଧ୍ୟମରେ କ୍ରମାଗତ ଭାବରେ ସଚେତନତା ବୈଠକ ଆୟୋଜନ କରାହେଉଛି।

ଅଧିକନ୍ତୁ, ଅଗ୍ନି ନିୟନ୍ତ୍ରଣରେ ସକ୍ରିୟ ଭୂମିକା ପାଇଁ ସ୍ଥାନୀୟ କିମ୍ବା ଭିଏସ୍‌ଏସ୍‌ ସଦସ୍ୟଙ୍କୁ ପ୍ରୋତ୍ସାହନ ପ୍ରଦାନ ଏବଂ ପୁରସ୍କାର ବ୍ୟତୀତ ଅନ୍ୟାନ୍ୟ ଆବଶ୍ୟକତା ଅନୁଯାୟୀ ଦେୟ ଆଧାରରେ ସ୍ଥାନୀୟ ସମ୍ପ୍ରଦାୟର ସଦସ୍ୟଙ୍କୁ ଅଗ୍ନି ନିର୍ବାପକ କାର୍ଯ୍ୟରେ ନିୟୋଜିତ କରିବାକୁ ରାଜ୍ୟ ସରକାର ବନଖଣ୍ଡ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଅଗ୍ନିଶମ ଅଧିକାରୀଙ୍କ ସହିତ 25ଜଣ ସଦସ୍ୟ ବିଶିଷ୍ଟ 8ଟି ଓଡିଆର୍‌ଏଏଫ୍‌ ଟିମ୍‌ ଜଙ୍ଗଲ କର୍ମଚାରୀଙ୍କ ସହିତ ବନାଗ୍ନି ଆୟତ୍ତ କରିବାରେ ସକ୍ରିୟ ଅଛନ୍ତି ।

ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ମାର୍ଚ୍ଚ 10 ଓ 11ରେ ଶିମିଳିପାଳ ଜଙ୍ଗଲ ଅଞ୍ଚଳ ସହ ଏହାର କୋର ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣ ଓ ବନାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବନାଗ୍ନି ଦମନ ଉପରେ ଦୀକ୍ଷ୍ଣ ଦୃଷ୍ଟି ରଖିବା ସହ ସ୍ଥାନୀୟ ଲୋକଙ୍କର ସହଯୋଗକୁ କାୟମ ରଖି ବନାଗ୍ନିକୁ ଦମନ କରିବା ନିମନ୍ତେ ସମସ୍ତ ଉଦ୍ୟମ ଜାରି ରଖିବାକୁ ସମ୍ପୃକ୍ତ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀଙ୍କୁ ନିର୍ଦେଶ ଦେଇଛନ୍ତି ।

ସେଣ୍ଟ୍ରାଲ୍‌ ଟିମ୍‌ ଶିମିଳିପାଳ ଗସ୍ତ ପରେ ବର୍ତ୍ତମାନ କୁଲଡିହା ବନ୍ୟଜନ୍ତୁ ଅଭୟାରଣ୍ୟରେ ଆମର କ୍ଷେତ୍ର ଅଧିକାରୀମାନଙ୍କ ଅଗ୍ନି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି । ରାଜ୍ୟରେ ଜଙ୍ଗଲ ଅଗ୍ନି ପରିଚାଳନା ପାଇଁ ସରକାର ଏବଂ ଟାସ୍କ ଫୋର୍ସ ଦ୍ବାରା କ୍ଷେତ୍ର ଅଧିକାରୀଙ୍କ ସହିତ ଅଗ୍ନି ସ୍ଥିତିର ନିରନ୍ତର ବ୍ୟକ୍ତିଗତ ତଦାରଖ ଓ ସମୀକ୍ଷା ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+