ରେଳ ଷ୍ଟେସନରେ ଏହି ରାଜ୍ୟର ଯାତ୍ରୀଙ୍କ ଉପରେ ନଜର : 7 ଦିନିଆ ଆଇସୋଲେସନ ବାଧ୍ୟତାମୂଳକ
ମୁଖ୍ୟତଃ ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର 5 ରାଜ୍ୟ ଉପରେ ନଜର ରଖିଛନ୍ତି । ଏହି ପାଞ୍ଚଟି ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ଉପରେ ଉଭୟ ବିମାନ ବନ୍ଦର ଓ ରେଳ ଷ୍ଟେସନରେ ରଖାଯାଇଛି କଡ଼ା ନଜର ।
ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାର ପୁଣି କଡ଼ା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଦେଶର ଯେଉଁ ସବୁ ରାଜ୍ୟରେ କରୋନାର ଦ୍ୱିତୀୟ ସଂକ୍ରମଣ ଦେଖା ଗଲାଣି ତାହା ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ମୁଖ୍ୟତଃ ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର 5 ରାଜ୍ୟ ଉପରେ ନଜର ରଖିଛନ୍ତି । ଏହି ପାଞ୍ଚଟି ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ଉପରେ ଉଭୟ ବିମାନ ବନ୍ଦର ଓ ରେଳ ଷ୍ଟେସନରେ ରଖାଯାଇଛି କଡ଼ା ନଜର । ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ଡରୁ ଆସୁଥିବା ଲୋକଙ୍କ ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି ।

ଏଥିପାଇଁ ବିମାନବନ୍ଦର ଓ ରେଲଓ୍ୱେ ଷ୍ଟେସନରେ କଟକଣା କଡ଼ାକଡ଼ି କରାଯାଇଛି । ଏନେଇ ସବୁ ଜିଲ୍ଲାପାଳ, ବିମାନବନ୍ଦର ନିର୍ଦ୍ଦେଶକ ଓ ରେଲଓ୍ୱେ ଜେନେରାଲ ମ୍ୟାନେଜରଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ବାହାରୁ ଆସୁଥିବା ଯାତ୍ରୀ 7ଦିନ ହୋମ୍ ଆଇସୋଲେସନ୍ରେ ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ଆହୁରି ମଧ୍ୟ ଯାତ୍ରୀମାନେ ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ସେମାନଙ୍କର 72 ଘଣ୍ଟା ପୂର୍ବରୁ ଥିବା କୋଭିଡ ନେଗେଟିଭ ରିପୋର୍ଟ ଗ୍ରହଣଯୋଗ୍ୟ ହେବ । ଏହାଛଡ଼ା କୋଭିଡ ଭ୍ୟାକ୍ସିନ ନେଇଥିବା ଶେଷ ସାର୍ଟିଫିକେଟ୍ ଦେବାକୁ ପଡିବ ଚିଠିରେ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।












Click it and Unblock the Notifications