କଟକର 46.39ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି : ସେରୋ ସର୍ଭେ
କଟକ ସହରରେ ହୋଇଥିବା ସେରୋ ସର୍ଭେରେ ୪୬.୩୯ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ଜଣାପଡ଼ିଛି | ଆଂଚଳିକ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଆରଏମ୍ଆରସି) ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି |
ଭୁବନେଶ୍ୱର : ଜନସାଧାରଣଙ୍କ ଶରୀରରେ ଆଣ୍ଟବଡ଼ି ସୃଷ୍ଟି ବୃଦ୍ଧି ପାଉଛି | କଟକ ସହରରେ ହୋଇଥିବା ସେରୋ ସର୍ଭେରେ ୪୬.୩୯ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ଜଣାପଡ଼ିଛି | ଆଂଚଳିକ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଆରଏମ୍ଆରସି) ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଥିବା ନେଇ କଟକ ମହାନଗଲ ନିଗମ(ସିଏମସି) କମିଶନର ଅନନ୍ୟା ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି |

ସେରୋ ସର୍ଭେ ନେଇ ଆଞ୍ଚଳିକ ଡାକ୍ତରଖାନା କେନ୍ଦ୍ର (ଆରଏମ୍ଆରସି)ର ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରାଙ୍କ ତଥ୍ୟ ଅନୁସାରେ, କଟକର 25ଟି ଓ୍ଵାର୍ଡକୁ କ୍ଲଷ୍ଟର କରାଯାଇ 1634 ନମୁନା ଓ ସମ୍ବେଦନଶୀଳ ଗୋଷ୍ଠୀ(କୋଭିଡ୍ ଯୋଦ୍ଧା)ଙ୍କ ଠାରୁ 640 ନମୁନା ସଂଗ୍ରହ କରାଯାଇଥିଲା | 25ଟି ଓ୍ଵାର୍ଡରୁ ସଂଗୃହୀତ ସ୍ଥାନୀୟ ଲୋକଙ୍କ ନମୁନାରୁ 41.08 ପ୍ରତିଶତଙ୍କ ନମୁନାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ବେଳେ ସମ୍ବେଦନଶୀଳ ଗୋଷ୍ଠୀରୁ ସଂଗୃହୀତ ନମୁନାରୁ 56.4 ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି | 16 ନମ୍ବର ଓ୍ଵାର୍ଡରୁ ସର୍ବନିମ୍ନ 22 ପ୍ରତିଶତ ଏବଂ 46 ନମ୍ବର ଓ୍ଵାର୍ଡରୁ ସର୍ବାଧିକ ୬୭ ପ୍ରତିଶତଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି | ଏହା ବ୍ୟତୀତ 2, 5 ଏବଂ 47 ନମ୍ବର ଓ୍ୱାର୍ଡରେ 50 ପ୍ରତିଶତରୁ ଅଧିକ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବାର ଦେଖାଯାଇଛି | ପ୍ରତ୍ୟେକ ଓ୍ୱାର୍ଡରୁ 60 ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିଲା | ବୃଦ୍ଧଙ୍କ ଅପେକ୍ଷା ଯୁବବର୍ଗଙ୍କ ଶରୀରରେ ଅଥିକ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ଦେଖାଯାଉଛି ବୋଲି ଡାକ୍ତର ସଂଘମିତ୍ରା ସୂଚନା ଦେଇଛନ୍ତି |
ସିଏମସି କମିଶନରଙ୍କ ସୂଚନା ଅନୁସାରେ, ନଭେମ୍ବର 2ରୁ 5 ତାରିଖ ମଧ୍ୟରେ ସେରୋ ସର୍ଭେ କରାଯାଇଥିଲୀ | କଟକ ସହରରୁ ମୋଟ 2274 ନମୁନା ସଂଗ୍ରହ କରାଯାଇଥିଲା | ଆର୍ଏମ୍ଆରସିର 5ଟି ଟିମ୍ ଏହି ସେରୋ ସର୍ଭେ କରିଥିଲେ |
ସେ ଆହୁରି ମଧ୍ୟ କହିଛନ୍ତି, କରୋନା କାଳରେ ଶାନ୍ତିପୂର୍ଣ୍ଣ ଭାବେ ଦୁର୍ଗାପୂଜା ପାଳନ କରି କଟକବାସୀ ପ୍ରଶାସନକୁ ସହଯୋଗ କରିଛନ୍ତି | ସେଥିପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି | ଆଗକୁ ଥିବା ଧନତେରସ ଓ ଦୀପାବଳିରେ ମଧ୍ୟ ପୂର୍ବ ଭଳି ସହଯୋଗ କରନ୍ତୁ | ବୟସ୍କ ଲୋକଙ୍କୁ ଗହଳି ସ୍ଥାନକୁ ଯିବାକୁ ବାରଣ କରିବା ସହ ସେମାନଙ୍କୁ ସୁରକ୍ଷା ଦେବା |
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications