ଜାନୁଆରୀ 8ରେ ଖୋଲିବ ସ୍କୁଲ, ଶନିବାର ଓ ରବିବାରକୁ ମିଶାଇ 100 ଦିନ ହେବ ପାଠପଢା

ଆସନ୍ତା ଜାନୁଆରୀ 8 ତାରିଖରେ ଖୋଲିବ ରାଜ୍ୟର ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ସ୍କୁଲକୁ ଯିବାକୁ ମିଳିବ ଅନୁମତି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଜାନୁଆରୀ 8ରୁ ଅପ୍ରେଲ 26 ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରେଲ

ଭୁବନେଶ୍ୱର : ଆସନ୍ତା ଜାନୁଆରୀ 8 ତାରିଖରେ ଖୋଲିବ ରାଜ୍ୟର ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ସ୍କୁଲକୁ ଯିବାକୁ ମିଳିବ ଅନୁମତି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଜାନୁଆରୀ 8ରୁ ଅପ୍ରେଲ 26 ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରେଲ 28 ତାରିଖ ପର୍ଯ୍ୟନ୍ତ ପାଠପଢା ହେବ । ଶନିବାର ଓ ରବିବାରକୁ ମିଶାଇ 100 ଦିନ କ୍ଲାସ୍ ହେବ ।

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମଇ 3 ରୁ ମଇ 15 ତାରିଖ ପର୍ଯ୍ୟନ୍ତ ଅନୁ୍ଷ୍ଠିତ ହେବ । ଦଶମ ଶ୍ରେଣୀର ପ୍ରାକ୍ଟିକାଲ ଅପ୍ରେଲ 27ରୁ ମଇ 2 ପର୍ଯ୍ୟନ୍ତ ହେବ । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଇ 15 ତାରିଖରୁ ଜୁନ୍ 11ତାରିଖ ପର୍ଯ୍ୟନ୍ତ ହେବ । ଏଥିସହିତ ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ ଅପ୍ରେଲ 29ରୁ ମଇ 14 ପର୍ଯ୍ୟନ୍ତ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

odisha-school

ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହେବାକୁ ଥିବା ବାର୍ଷିକ ପରୀକ୍ଷା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ପ୍ରସ୍ତୁତ କରିବା ନେଇ ଏହି ପଦକ୍ଷେପ ନିଆଯାଇଛି । ଏଥିସହିତ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଂଶ ଗ୍ରହଣ କରିବା ପାଇଁ ଛାତ୍ରାଛାତ୍ରୀଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ । ତେଣୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙଅକ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀଗୁଡ଼ିକର ଅନୁପାଳନ ବାଧ୍ୟତାମୂଳକ ହେବ ।

ସୂଚନାଯୋଗ୍ୟ, କୋଭିଡ୍ ମହାମାରୀ ଯୋଗୁଁ ଗତ ବର୍ଷ ମାର୍ଚ୍ଚ ମାସରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଭିନ୍ନ ମାଧ୍ୟମରେ ଅନଲାଇନ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+