ପେପରଲେସ୍ ହେଲା ପରିବହନ କାର୍ଯ୍ୟାଳୟ, ଗୋଟିଏ କ୍ଲିକରେ ପାଇବେ ଲର୍ଣ୍ଣର୍ସ ଲାଇସେନ୍ସ : ପଢନ୍ତୁ ସମ୍ପୂର୍ଣ୍ଣ ଖବର
ପେପରଲେସ୍ ହେବ ରାଜ୍ୟ ପରିବହନ ପ୍ରାଧିକରଣ ବିଭାଗ । 8-ଟି କାର୍ଯ୍ୟକ୍ରମ ଅଧିନରେ ଅନଲାଇନ୍ ମାଧ୍ୟମରେ ଲୋକମାନଙ୍କୁ ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ପରିବହନ ପ୍ରାଧିକରଣର ଅନେକ ନାଗରିକ କେନ୍ଦ୍ର ସେବା ଆରମ୍ଭ କରିଛନ୍ତି ।
ଭୁବନେଶ୍ୱର : ପେପରଲେସ୍ ହେବ ରାଜ୍ୟ ପରିବହନ ପ୍ରାଧିକରଣ ବିଭାଗ । 8-ଟି କାର୍ଯ୍ୟକ୍ରମ ଅଧିନରେ ଅନଲାଇନ୍ ମାଧ୍ୟମରେ ଲୋକମାନଙ୍କୁ ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ପରିବହନ ପ୍ରାଧିକରଣର ଅନେକ ନାଗରିକ କେନ୍ଦ୍ର ସେବା ଆରମ୍ଭ କରିଛନ୍ତି ।
ଭର୍ଚୁଆଲ୍ ମୋଡ୍ ଉପରେ ନଅଟି ସେବାର ସୁବିଧା ପ୍ରଦାନ କରାଯାଇପାରିବ । ଏହି ସେବା ଗୁଡ଼ିକ ମଧ୍ୟରେ ଯାନ ପଞ୍ଜିକରଣ, ସାମଗ୍ରୀ ପରିବହନ ଅନୁମୋଦନ ଏବଂ ଚୁକ୍ତିନାମା, ବସ୍ ପାଇଁ ସ୍ୱତନ୍ତ୍ର ଅନୁମତି, ଆନ୍ତର୍ଜାତୀୟ ଡ୍ରାଇଭିଂ ଅନୁମତିର ଅନଲାଇନ୍ ଆବେଦନ, ପଞ୍ଜୀକରଣ ନବୀକରଣ ଏବଂ ଯେକୌଣସି ଆରଟିଓରେ ମାଲିକାନା ସ୍ଥାନାନ୍ତର, ମୋବାଇଲ୍ APP ମାଧ୍ୟମରେ ଲର୍ଣ୍ଣର୍ସ ଲାଇସେନ୍ସ ଆଦି ଅନ୍ତର୍ଭୁକ୍ତ ରହିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯାନବାହାନ ସେବା ପାଇଁ ରାଜ୍ୟର ଯେକୌଣସି ପରିବହନ କାର୍ଯ୍ୟାଳୟ ଚୟନ କରିବାର ସ୍ୱାଧୀନତା ହଜାର ହଜାର ଲୋକଙ୍କୁ ମିଳିପାରିବ । ଏଥିସହିତ ପରିବହନ କାର୍ଯ୍ୟାଳୟ ସାମ୍ନାରେ ଲମ୍ବା ଧାଡିରୁ ମୁକ୍ତି ମିଳିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ରାଜ୍ୟର 5T-କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନଲାଇନ୍ ପ୍ରକ୍ରିୟା, ସିଷ୍ଟମ ଉନ୍ନତି ଏବଂ ସ୍ୱୟଂଚାଳିତ ମାଧ୍ୟମରେ ନାଗରିକ କେନ୍ଦ୍ରିକ ସେବା ଯୋଗାଇ ଲୋକମାନଙ୍କୁ ଅସୁବିଧାରୁ ମୁକ୍ତ କରିବାକୁ ତାଙ୍କ ସରକାର ପ୍ରତିବଦ୍ଧ । ଏହା ବ୍ୟତୀତ ଆମର ଦୈନନ୍ଦିନ ଜୀବନରେ ପରିବହନ କ୍ଷେତ୍ରର ଗୁରୁତ୍ୱକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଡି ପଞ୍ଜୀକରଣ ପ୍ରକ୍ରିୟା କାଗଜହୀନ, ଯୋଗାଯୋଗହୀନ କରାଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନମ୍ବର ପଞ୍ଜୀକରଣ ସହିତ ଡିଜିଟାଲ ସ୍ୱାକ୍ଷର ମାଧ୍ୟମରେ ଡକ୍ୟୁମେଣ୍ଟ ଅପଲୋଡ୍ ଆରମ୍ଭ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ଏହା ଦ୍ୱାରା ସ୍ଥାନୀୟ ସଡକ ପରିବହନ କାର୍ଯ୍ୟାଳୟରେ କାଗଜପତ୍ର ଦାଖଲ କରି ମାଲିକ ଯାନବାହନର ପଞ୍ଜିକରଣ କରିବାକୁ ଅନୁମତି ମିଳିଛି । ଏଥିସହିତ ଜାତୀୟ ଇ-ଗଭର୍ନାନ୍ସ ଡିଭିଜନର ମୋବାଇଲ୍ ପ୍ଲାଟଫର୍ମ UMANG ଆପ୍ ରେ ଲର୍ଣ୍ଣର୍ ଲାଇସେନ୍ସ ଆବେଦନ କରିବାରେ ମଧ୍ୟ ଓଡ଼ିଶା ପ୍ରଥମ ରାଜ୍ୟ ।
ଡିଜିଟାଲ୍ ଟେକ୍ନୋଲୋଜିର ପ୍ରୟୋଗରେ ପ୍ରାଧାନ୍ୟ ହାସଲ କରିବାକୁ ପଦକ୍ଷେପ ନେଇଥିବାରୁ ପରିବହନ ପ୍ରାଧିକରଣକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଉତ୍କୃଷ୍ଟ ସେବା ଯୋଗାଇବା ପାଇଁ ପରିବହନ ପ୍ରାଧିକରଣକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଭଳି ଏକ ବିଶାଳ ରୂପାନ୍ତରିତ ପଦକ୍ଷେପ ଦ୍ୱାରା ଲୋକଙ୍କ ଆଶା ସୃଷ୍ଟି କରିବ । ପରିବହନ ପ୍ରାଧିକରଣ ଲୋକଙ୍କୁ ପ୍ରତିଜ୍ଞା କରାଯାଇଥିବା ସନ୍ତୁଷ୍ଟ ସ୍ତର ଅନୁଯାୟୀ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି ।
ଏହି ଅବସରରେ ପରିବହନ ବିଭାଗର ସେବା ବିଷୟରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ରାଜ୍ୟରେ ପରିବହନ ସେବା ଲୋକ କୈନ୍ଦ୍ରିକ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପରିବହନ କ୍ଷେତ୍ରରେ କାଗଜହୀନ, ତତକ୍ଷଣାତ୍ ସେବା ଯୋଗାଇବାରେ ଓଡିଶା ବର୍ତ୍ତମାନ ଏକ ଅଗ୍ରଣୀ ରାଜ୍ୟ ବୋଲି ଶ୍ରୀ ବେହେରା କହିଛନ୍ତି ।
ଅନଲାଇନ୍ ସେବାର ତାଲିକା-
- ସ୍ୱୟଂଚାଳିତ ଏବଂ ସୁବିଧାରେ ଯାନ ପଞ୍ଜିକରଣ
- ଚୁକ୍ତିନାମା ପରିବହନ ପାଇଁ ସ୍ୱଂୟଚାଳିତ ଅନୁମୋଦନ
- ସାମଗ୍ରୀ ପରିବହନ ପାଇଁ ସ୍ୱଂୟଚାଳିତ ଅନୁମୋଦନ
- ବସ୍ ପାଇଁ ଇଣ୍ଟର ଷ୍ଟେଟ୍ ସ୍ୱତନ୍ତ୍ର ଅନୁମତି
- ବସ୍ ପାଇଁ ଆଞ୍ଚଳିକ ସ୍ୱତନ୍ତ୍ର ଅନୁମତି
- ଆନ୍ତର୍ଜାତୀୟ ଡ୍ରାଇଭିଂ ଅନୁମତି
- UMANG ମୋବାଇଲ୍ APP ରେ ଲର୍ଣ୍ଣର୍ସ ଲାଇସେନ୍ସ
- ଯେକୌଣସି RTO ରେ ପଞ୍ଜୀକରଣର ନବୀକରଣ
- ଯେକୌଣସି RTO ରେ ମାଲିକାନା ସ୍ଥାନାନ୍ତର
ଯାନଗୁଡିକର ପଞ୍ଜୀକରଣ
ଯେତେବେଳେ ନାଗରିକ କୌଣସି ଗାଡି କିଣନ୍ତି, ଡିଲର ମାନେ ଅନଲାଇନରେ ଆବେଦନ କରନ୍ତି । ଆବଶ୍ୟକ ଡକ୍ୟୁମେଣ୍ଟ୍ ସ୍କାନ୍ କରି, ଡିଜିଟାଲ୍ ଦସ୍ତଖତ ମାଧ୍ୟମରେ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତି । ଟିକସ ଦେବା ମାତ୍ରେ ସିଷ୍ଟମ୍ ଅଟୋ ତୁରନ୍ତ ପଞ୍ଜୀକରଣ ନମ୍ବର ନ୍ୟସ୍ତ କରେ । କୌଣସି କାଗଜପଚ୍ର ଦାଖଲ କରିବାକୁ ହେବ ନାହିଁ କିମ୍ୱା କୌଣସି ଆରଟିଓ ପରିଦର୍ଶନ କରିବାକୁ ଆବଶ୍ୟକତା ନାହିଁ । ଗ୍ରାହକ ମାନେ କୌଣସି ଆରଟିଓକୁ ନଯାଇ ରାଜ୍ୟର ଯେକୌଣସି ଆରଟିଓରେ ଗାଡି ପଞ୍ଜିକରଣ କରିବପାରିବେ ।
ଇଲେକ୍ଟ୍ରୋନିକ୍ ଫର୍ମରେ ଡକ୍ୟୁମେଣ୍ଟ୍ ଦାଖଲ କରିବା ଫଳରେ ଗୋଟିଏ ବର୍ଷରେ ହାରାହାରି 1 କୋଟି ପୃଷ୍ଠା କାଗଜ ସଞ୍ଚୟ ହେବ, ଯାହା ବାର୍ଷିକ 1000 ଗଛ ସଂରକ୍ଷଣ ସହିତ ସମାନ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications