ମାସ୍କ ବ୍ୟବହାର ବାଧ୍ୟତାମୂଳକ, ନହେଲେ ଗଣିବେ 2 ହଜାର ଜରିମାନା
ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ମାସ୍କ ପିନ୍ଧିବା ଉପରେ ନିୟମକୁ ରାଜ୍ୟ ସରକାର କଡ଼ାକଡ଼ି କରିଛନ୍ତି । ଏମିକି ସର୍ବସାଧାରଣ ସ୍ଥାନରେ ଲୋକମାନେ ମାସ୍କ ନପିନ୍ଧିଲେ 2ହଜାର ଟଙ୍କା ଜରିମାନା ଗଣିବେ ।
ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ମାସ୍କ ପିନ୍ଧିବା ଉପରେ ନିୟମକୁ ରାଜ୍ୟ ସରକାର କଡ଼ାକଡ଼ି କରିଛନ୍ତି । ଏମିକି ସର୍ବସାଧାରଣ ସ୍ଥାନରେ ଲୋକମାନେ ମାସ୍କ ନପିନ୍ଧିଲେ 2ହଜାର ଟଙ୍କା ଜରିମାନା ଗଣିବେ । ଆଜିଠାରୁ ରାଜ୍ୟରେ ୧୪ ଦିନ ଲାଗି ମାସ୍କ ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ସହ ମାସ୍କ ନପିନ୍ଧିଲେ 2 ଗୁଣ ଜରିମାନା ଦେବାକୁ ପଡ଼ିବ ବୋଲି କହିଛନ୍ତି । ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍-19 ନିୟମାବଳୀରେ ସଂଶୋଧନ କରାଯାଇଛି ।

ମାସ୍କ ପିନ୍ଧିନଥିବା ବେଳେ ଧରାପଡ଼ିଲେ 2 ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଦ୍ୱିତୀୟ ଥର ଧରାପଡ଼ିଲେ 2ହଜାର ଟଙ୍କା ଦେବେ । ତା'ପରେ ସମାନ ଭୁଲ୍ ପାଇଁ ଧରାପଡ଼ିଲେ 5 ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ପୂର୍ବରୁ ପ୍ରଥମ ଥର ମାସ୍କ ପିନ୍ଧିନଥିବା ବେଳେ ଧରାପଡ଼ିଲେ 1 ହଜାର ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା । ସଂଶୋଧିତ ଜରିମାନା ତତ୍କାଳ ଲାଗୁ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।
ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କହିଛନ୍ତି, ବିନା ମାସ୍କରେ ବାହାରକୁ ବାହାରନ୍ତୁ ନାହିଁ । ମାସ୍କ ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କବଚ । ମାସ୍କ ପିନ୍ଧିଲେ କରୋନାକୁ ବିନା ଲକ୍ଡାଉନ୍ରେ ରୋକିପାରିବା । ଯଦି ନିଜର ଜୀବନ ଜୀବିକାକୁ ବଜାୟ ରଖିବାକୁ ଚାହାନ୍ତି ତେବେ, ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହଛନ୍ତି ଯେ, ମୁଁ ମାସ୍କ ପିନ୍ଧୁ ନ ଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବାକୁ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି, ସେମାନଙ୍କ ଠାରୁ 2 ଗୁଣ ଜରିମାନା ଆଦାୟ କରାଯିବ । ଦେଶର ଅନ୍ୟ ରାଜ୍ୟରେ ଲକ୍ଡାଉନ୍ ଓ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହୋଇଯାଇଛି । ଆମେ କଟକଣା ମାନିଲେ ଏସବୁର ଦରକାର ପଡ଼ିବ ନାହିଁ । ଆସନ୍ତୁ ଆମେ ଆଜିଠାରୁ 14 ଦିନିଆ ମାସ୍କ ଅଭିଯାନ ଆରମ୍ଭ କରିବା । ଏହି ସମୟରେ କଡ଼ାକଡ଼ି ଭାବେ ମାସ୍କ ପିନ୍ଧିବା ନିୟମ ପାଳନ କରିବା । ତେବେ ଏହା ଏକ ଅଭ୍ୟାସରେ ପରିଣତ ହୋଇଯିବ । ପୂରା ନାକ ଓ ମୁହଁକୁ ବନ୍ଦ କରି ମାସ୍କ ପିନ୍ଧିବା । ତେବେ କରୋନାକୁ ଜିତି ପାରିବା ବୋଲି ଶ୍ରୀ ପଟ୍ଟନାୟ କହିଛନ୍ତି ।












Click it and Unblock the Notifications