ଦିଲ୍ଲୀକୁ ଅମ୍ଲଜାନ ସହାୟତା ନେଇ ଓଡ଼ିଶାର ପ୍ରତିଶୃତି, ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଧନ୍ୟବାଦ ଦେଲେ ଅରବିନ୍ଦ କେଜ୍ରିୱାଲ
ଓଡ଼ିଶା ଦିଲ୍ଲୀକୁ ମେଡିକାଲ ଅକ୍ସିଜେନ୍ ଯୋଗାଇ ଦେବାନେଇ ପ୍ରତିଶୃତି ଦେଇଛି । ଏନେଇ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ।
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର କବଳରେ ସାରା ଦେଶ ପ୍ରଭାବିତ ହେଉଥିବା ବେଳେ କେତେ ରାଜ୍ୟରେ ଅମ୍ଳଜାନ ଅଭାବରୁ ଅନେକ ରୋଗୀଙ୍କର ମୃତ୍ୟୁ ହେଉଥିବା ନେଇ ଖବର ଆସୁଛି । ଏପରିକି ଜାତୀୟ ରାଜଧାନୀରେ ଏହାର ପ୍ରକୋପ ଅଧିକ ରହିଥିବା ନେଇ ଅଧିକ ଅମ୍ଳଜାନ ଯୋଗାଇବାକୁ କେନ୍ଦ୍ରକୁ ବାରମ୍ବାର କହିଆସୁଛନ୍ତି ଦିଲ୍ଲୀ ସରକାର । ଏହି ସମୟରେ ଓଡ଼ିଶା ଦିଲ୍ଲୀକୁ ମେଡିକାଲ ଅକ୍ସିଜେନ୍ ଯୋଗାଇ ଦେବାନେଇ ପ୍ରତିଶୃତି ଦେଇଛି । ଏନେଇ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଅରବିନ୍ଦ ଟ୍ୱିଟରେ ଲେଖିଛନ୍ତି ଯେ, "କିଛି ସମୟ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋନ୍ କଲ ମୁଁ ଗ୍ରହଣ କରିଥିଲି । ଦିଲ୍ଲୀକୁ ଆବଶ୍ୟକ ଅମ୍ଲଜାନ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରସା ଦେଇଛନ୍ତି । ଏଥିପାଇଁ ସେ ଜଣେ ଅଧିକାରୀଙ୍କୁ ବିଶେଷ ଭାବେ ନିଯୁକ୍ତ କରିଛନ୍ତି । ଧନ୍ୟବାଦ ସାର । ଦିଲ୍ଲୀ ଆପଣଙ୍କ ପାଖରେ ଋଣି ।"
Recd a call from Sh Naveen Patnaik ji. He has assured complete support to Delhi in facilitating lifting of Delhi’s quota of oxygen from Orissa. He has put a spl officer on the job.
Thank u sooo much Sir. Delhi is indeed grateful.
— Arvind Kejriwal (@ArvindKejriwal) April 22, 2021
ସୂଚନାଯୋଗ୍ୟ ଯେ, ଦେଶର ବିଭିନ୍ନ ସ୍ଥାନରେ ଅମ୍ଲଜାନ ଅଭାବ ଦେଖା ଦେଇଥିବା ବେଳେ ଓଡ଼ିଶା ସରକାରଙ୍କ ଆଗୁଆ ପଦକ୍ଷେପ କାରଣରୁ ରାଜ୍ୟରେ ଯଥେଷ୍ଟ ପରିମାଣର ଅମ୍ଲଜାନ ମହଜୁଦ ରହିଛି। ଦିଲ୍ଲୀ ହାଇକୋର୍ଟ ମଧ୍ୟ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଂଶସା କରିଛନ୍ତି ।
ଆଜି ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଓଡ଼ିଶାରୁ ବିମାନ ଯୋଗେ ଦିଲ୍ଲୀକୁ ଅମ୍ଲଜାନ ଆସିବ । ଦିଲ୍ଲୀର ଆବଶ୍ୟକୀୟ ଅମ୍ଲଜାନ ଚାହିଦାକୁ ପୂରଣ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି । ଦିଲ୍ଲୀରେ ଅଧିକ ମାତ୍ରାରେ ଅମ୍ଲଜାନ ପହଞ୍ଚାଇବାକୁ ବିଭିନ୍ନ କମ୍ପାନିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।
କିନ୍ତୁ ବିଭିନ୍ନ ରାଜ୍ୟରୁ ଆସୁଥିବା ଅମ୍ଲଜାନ ଗାଡି ଗୁଡିକ ଦିଲ୍ଲୀରେ ପହଞ୍ଚିପାରୁନି । କାରଣ ଗାଡିଗୁଡିକୁ ବିଭିନ୍ନ ରାଜ୍ୟରେ ଅଟକାଯାଉଛି, ଯାହା ଫଳରେ ଠିକ୍ ସମୟରେ ଅମ୍ଲଜାନ ପହଞ୍ଚି ନପାରିବାରୁ ଅମ୍ଲଜାନର ଅଭାବ ଦେଖିବାକୁ ମିଳୁଛି, ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି କେଜ୍ରିୱାଲ । ଏଭଳି ବିପତ୍ତି ସମୟରେ ଏକାଠି ହୋଇ ଲଢିବା ବଦଳରେ ଯଦି ରାଜ୍ୟଗୁଡିକ ପରସ୍ପରକୁ ସହଯୋଗ ନ କରନ୍ତି ତେବେ ଦେଶ ବଞ୍ଚିବନି । ତେଣୁ ସମସ୍ତ ରାଜ୍ୟଗୁଡିକୁ ପରସ୍ପରକୁ ସହଯୋଗ କରିବାକୁ ଅପିଲ୍ କରିଛନ୍ତି କେଜ୍ରିୱାଲ ।












Click it and Unblock the Notifications