ରେଳ ଭିତ୍ତିଭୂମି ବିକାଶ ପାଇଁ ୟୁନିୟନ ବଜେଟରେ ଓଡ଼ିଶାର 7,200 କୋଟି ଟଙ୍କା ଦାବି

ରେଳ ଭିତ୍ତିଭୂମି ବିକାଶ ପାଇଁ ୟୁନିୟନ ବଜେଟରେ ଓଡ଼ିଶାର 7,200 କୋଟି ଟଙ୍କା ଦାବି କରିଛନ୍ତି ।

ଭୁବନେଶ୍ୱର : 2021-22 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟରେ ରେଳବାଇ ଏବଂ ଜାତୀୟ ରାଜପଥ କ୍ଷେତ୍ର ପାଇଁ ରାଜ୍ୟ ସରକାର ସୋମବାର ପର୍ଯ୍ୟାପ୍ତ ପାଣ୍ଠି ଦାବି କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ୍-ବଜେଟ୍ ପ୍ରସ୍ତୁତି ପରାମର୍ଶ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ପାଇଁ 2021-22 ଆର୍ଥିକ ବର୍ଷ ୟୁନିଅନ୍ ବଜେଟରେ 7,200 କୋଟି ଟଙ୍କା ଦାବି କରିଛନ୍ତି ।

କାର୍ଯ୍ୟରତ ପ୍ରକଳ୍ପ, ନୂତନ ଲାଇନର ମଞ୍ଜୁର, ଷ୍ଟେସନ୍ ଆଧୁନିକୀକରଣ, ରେଳ ଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ମଲ୍ଟି ମୋଡାଲ୍ ଲଜିଷ୍ଟିକ୍ ଏବଂ ପାର୍କ ପାଇଁ ପର୍ଯ୍ୟାପ୍ତ ବଜେଟ୍ ବ୍ୟବସ୍ଥା କରାଯିବା ଉଚିତ ବୋଲି ପୂଜାରୀ କହିଛନ୍ତି ।

Niranjan-Pujari
ଏଥିସହିତ ରାଜ୍ୟରେ ଟେଲିକମ୍ କ୍ଷେତ୍ରକୁ ମଜବୁତ କରିବା ଲକ୍ଷ୍ୟରେ ଓଡିଶା ସରକାର 2021-22 ପାଇଁ ୟୁନିଅନ ବଜେଟରେ ଅତି କମରେ 5,650 କୋଟି ଟଙ୍କା ଆବଣ୍ଟନ କରିବାକୁ ଦାବି କରିଛନ୍ତି । ଏହାବ୍ୟତୀତ ଲୋକଙ୍କ ଆର୍ଥିକ ଅନ୍ତର୍ଭୂକ୍ତିକୁ ବଢାଇବା ପାଇଁ ଓଡ଼ିଶାରେ ଅଧିକ ବ୍ୟାଙ୍କ ଖୋଲିବାକୁ ମଧ୍ୟ ରାଜ୍ୟ ସରକାର ଦାବି କରିଛନ୍ତି ।

ଯଦିଓ କୌଣସି ନିର୍ଦ୍ଦିଷ୍ଟ ପରିମାଣ ଉଲ୍ଲେଖ କରାଯାଇ ନାହିଁ, ରାଜ୍ୟରେ ଜାତୀୟ ରାଜପଥର ବିକାଶ ତଥା ରକ୍ଷଣାବେକ୍ଷଣ ଏବଂ ସମସ୍ତ ପରିବାରକୁ ପାଇପ୍ ଜଳ ସୁବିଧା ତ୍ୱରାନ୍ୱିତ କରିବା ପାଇଁ ଓଡିଶା ମଧ୍ୟ ପର୍ଯ୍ୟାପ୍ତ ପାଣ୍ଠି ଆବଣ୍ଟନ ପାଇଁ ପ୍ରସ୍ତାବ ରଖିଛି ।

ଏହା ବ୍ୟତୀତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଭଳି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା (CSS) ଅଧୀନରେ ଓଡ଼ିଶାକୁ ମଧ୍ୟ ପାଣ୍ଠି ଆବଣ୍ଟନ କରିବାକୁ ଦାବି କରିଛି । ସୂଚନାଯୋଗ୍ୟ, କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ କେନ୍ଦ୍ର ଓ ରାଜ୍ୟ ସରାକାରଙ୍କ ମଧ୍ୟରେ ପାଣ୍ଠି ଆବଣ୍ଟନ 60:40 ଅନୁପାତରେ ହୋଇଥାଏ । ସରକାରୀ ସୂତ୍ରରୁ ପ୍ରକାଶ ଯେ ଅଧିକାଂଶ ଉତ୍ତର-ପୂର୍ବାଞ୍ଚଳ ଏବଂ ହିମାଳୟ ରାଜ୍ୟ CSS ଅଧୀନରେ ମାତ୍ର 10 ପ୍ରତିଶତ ପାଣ୍ଠି ଦେଇଥାନ୍ତି ଏବଂ ଅବଶିଷ୍ଟ 90 ପ୍ରତିଶତ ପାଣ୍ଠି କେନ୍ଦ୍ର ସରକାର ବହନ କରନ୍ତି ।

ଏନେଇ ସ୍କିମ୍ ଆଧାରିତ ଅଲଗା ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପରିବର୍ତ୍ତେ ସିଧାସଳଖ CSS ଚଳାଇବାକୁ ରାଜ୍ୟମାନଙ୍କୁ ଅନୁମତି ଦେବାକୁ ପୂଜାରୀ ଦାବି କରିଛନ୍ତି । CSS ଅଧୀନରେ ରାଜ୍ୟକୁ କେନ୍ଦ୍ରୀୟ ସହାୟତା ନେଇ ଆଗୁଆ ସୂଚନା ଦେବାକୁ ପ୍ରସ୍ତାବ ଦେଇଛନ୍ତି, ଫଳରେ ରାଜ୍ୟମାନେ ନିଜ ନିଜର ବଜେଟ୍ ପ୍ରସ୍ତୁତି କରିପାରିବେ ଏବଂ ଏଥିସହିତ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ପାଣ୍ଠି ଅଧୀନରେ ପାଣ୍ଠି ଟ୍ରାନ୍ସଫର କରିବା ବନ୍ଦ କରିବା ନେଇ ଅର୍ଥମନ୍ତ୍ରୀ ଦାବି କରିଛନ୍ତି ।

ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଓଡିଶା ଦାବି କରିଛି ଯେ କୌଣସି ପ୍ରମୁଖ ନୀତିଗତ ନିଷ୍ପତ୍ତି ନେବା ପୂର୍ବରୁ କେନ୍ଦ୍ର ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିବା ଉଚିତ, ଯାହାକି ରାଜ୍ୟ-ସ୍ତରୀୟ ଅର୍ତନୀତି ଉପରେ ପ୍ରଭାବ ପକାଇବ । ଏଥିସହିତ କଷ୍ଟମ୍ସ ଡ୍ୟୁଟିରେ ସେସ୍ ଏବଂ ସରଚାର୍ଜ ସିଧାସଳଖ କେନ୍ଦ୍ରକୁ ଯାଉଥିବାରୁ ଏହାକୁ ଧୀରେ ଧୀରେ ହଟାଇବାକୁ ଆମେ ଦାବି କରିଛୁ ବୋଲି ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ବିଦ୍ୟୁତ୍ କ୍ଷେତ୍ରର ବହୁ ପୁରୁଣା ବିଦ୍ୟୁତ୍ କ୍ରୟ ଚୁକ୍ତିନାମାକୁ ବନ୍ଦ କରିବା, ବିଦ୍ୟୁତ୍ ଆକ୍ଟ, 2003 ରେ ସଂଶୋଧନ କରି ନବୀକରଣ ଯୋଗ୍ୟ କ୍ରୟ କରିବା ଏବଂ ରାଜ୍ୟ ଏବଂ କମ୍ପାନୀ ଅଧୀନରେ ଥିବା ସମସ୍ତ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ବିଦ୍ୟୁତ୍ କ୍ରୟ ମୂଲ୍ୟ ହ୍ରାସ ପାଇଁ ବଣ୍ଡଲ୍ ପାୱାର କ୍ରୟ ପାଇଁ ଟେଣ୍ଡରଗୁଡିକରେ ଅଂଶଗ୍ରହଣ କରିବାକୁ ଅନୁମତି ଦେବା ପାଇଁ ଦାବି କରିଛନ୍ତି ।

ଏହା ବ୍ୟତୀତ ଆନ୍ତଃରାଜ୍ୟ କ୍ରୟ ପାଇଁ ନିର୍ମାତା, ଖଣି କଣ୍ଟ୍ରାକ୍ଟର ଏବଂ ୱାର୍କ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ବ୍ୟବସ୍ଥାର ଅପବ୍ୟବହାରକୁ ବାରଣ କରିବା ପାଇଁ କେନ୍ଦ୍ରୀୟ ବିକ୍ରୟ କର ଅଧିନିୟମ, 1956 ରେ ସଂଶୋଧନ କରିବାକୁ ମଧ୍ୟ ଓଡ଼ିଶା ଦାବି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+