ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା 1 ନମ୍ବର
ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାର ଅଗ୍ରଗତି କ୍ଷେତ୍ରରେ ଦେଶର ସମସ୍ତ ରାଜ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା 1ନମ୍ବର ସ୍ଥାନରେ ରହିଛି | ଏଥି ସହିତ ବଡ଼ ବଡ଼ ରାଜ୍ୟ ତୁଳନାରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି | ଅଗ୍ରଣୀ କ୍ଷେତ୍ରରେ ଓଡ଼ିଶାର ମୋଟ 160 ରୁ 110.08 ପଏଣ୍ଟ ରହିଛି |
ଭୁବନେଶ୍ୱର : ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାର ଅଗ୍ରଗତି କ୍ଷେତ୍ରରେ ଦେଶର ସମସ୍ତ ରାଜ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା 1ନମ୍ବର ସ୍ଥାନରେ ରହିଛି | ଏଥି ସହିତ ବଡ଼ ବଡ଼ ରାଜ୍ୟ ତୁଳନାରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି | ଅଗ୍ରଣୀ କ୍ଷେତ୍ରରେ ଓଡ଼ିଶାର ମୋଟ 160 ରୁ 110.08 ପଏଣ୍ଟ ରହିଛି | ଝାରଖଣ୍ଡ 100.09 ଏବଂ ମହାରାଷ୍ଟ୍ର ଭଳି ବିକଶିତ ରାଜ୍ୟ 99.8 ପଏଣ୍ଟ ପାଇ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି |

ସ୍ୱଚ୍ଛତା କ୍ଷେତ୍ରରେ ପ୍ରତ୍ୟେକ ପରିବାରରେ ପାଇଖାନା, ବିଦ୍ୟାଳୟରେ ବାଳିକା ମାନଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ, ସ୍ୱଚ୍ଛ ପିଇବା ପାଣି, ମୁନିସିପାଲିଟି କଠିନ ଆବର୍ଜନା ପରିଚାଳନା ଆଦି ଦିଗ ଉପରେ ଅନୁଧ୍ୟାନ କରାଯାଇଛି | ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଣ୍ଡ ପିଛା ଚିକିତ୍ସା ଖର୍ଚ୍ଚ, ଶିଶୁ ମୃତ୍ୟୁ ହାର, ପ୍ରତି 1ଲକ୍ଷ ଲୋକ ପାଇଁ ଉଦ୍ଦିଷ୍ଟ ଡାକ୍ତର ସଂଖ୍ୟା, 1 ଲକ୍ଷ ଲୋକ ପିଛା ଡାକ୍ତରଖାନା ସଂଖ୍ୟା, ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ସଂଖ୍ୟା ଆଦି ମାନଦଣ୍ଡକୁ ଅନୁଧ୍ୟାନ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି |
#Odisha has been ranked as the Most Improved State in Health & Cleanliness, 2nd most improved state in Infrastructure among big states in @IndiaToday’s #StateoftheStates ranking. Appreciate all those who are working to strengthen #SustainableDevelopmentGoals for inclusive growth. pic.twitter.com/NP845Tr3fG
— CMO Odisha (@CMO_Odisha) December 2, 2020
ଜାତୀୟ ଗଣମାଧ୍ୟମ 'ଇଣ୍ଡିଆ ଟୁଡେ' ର ଷ୍ଟେଟ୍ ଅଫ୍ ଦ ଷ୍ଟେଟସ୍ ତାଲିକାରେ ଏହା ପ୍ରକାଶ ପାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି |












Click it and Unblock the Notifications