ଓଡ଼ିଶା-ଆନ୍ଧ୍ରପ୍ରଦେଶ ଜମି ବିବାଦ : ଏକ ଇଞ୍ଚ ଜମି ମଧ୍ୟ ଦିଆଯିବନି : ସୁଦାମ ମାରାଣ୍ଡି
ଏହି ସମସ୍ୟାର ସମାଧାନ ପାଇଁ ଓଡିଶା ସରକାର ମଧ୍ୟ ପ୍ରତିବଦ୍ଧ । ଆମେ କାହାକୁ ଏକ ଇଞ୍ଚ ଜମି ମଧ୍ୟ ଦେବୁ ନାହିଁ, ଠିକ୍ ସମୟରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମାରାଣ୍ଡି କହିଛନ୍ତି ।
ଭୁବନେଶ୍ୱର : ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଛି ଜମି ବିବାଦ। ଏହା ମଧ୍ୟରେ ରାଜ୍ୟର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ମଧ୍ୟରେ ସୀମା ବିବାଦ ଯୋଗୁଁ ସେ ତାଙ୍କ ରାଜ୍ୟରେ ଏକ ଇଞ୍ଚ ଜମିର ଅପବ୍ୟବହାର ହେବାକୁ ଦିଆଯିବ ନାହିଁ । ଆନ୍ଧ୍ରପ୍ରଦେଶରେ ଆଗକୁ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି ଏବଂ କୁହାଯାଉଛି ଯେ ଏହି ନିର୍ବାଚନ ସେହି ଅଞ୍ଚଳରେ ମଧ୍ୟ ହେବ, ଯେଉଁଥିପାଇଁ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଛି । ବିହାଦ ଲାଗରହିଥିବା ଅଞ୍ଚଳଗୁଡିକ କୋରାପୁଟ ଏବଂ ଗଜପତିର କିଛି ଗ୍ରାମ ରହିଛି, ଯାହାକୁ ନେଇ ଦୀର୍ଘ ଦିନ ଧରି ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି ।

ଠିକ୍ ସମୟରେ ସଠିକ୍ ପଦକ୍ଷେପ ଗ୍ରହଣ କରାଯିବ
ଦୁଇ ରାଜ୍ୟ ମଧ୍ୟରେ ଲାଗିହିଥିବା ଜମି ବିବାଦକୁ ନେଇ ସୁଦାମ ମାରାଣ୍ଡି ପ୍ରତିକ୍ରିୟା ରଖି କହିଛନ୍ତି , କୋରାପୁଟ ଏବଂ ଗଜପତି ଜିଲ୍ଲାରେ ଆନ୍ଧ୍ରପ୍ରଦେଶ ସରକାର କରୁଥଇବା ଉଦ୍ୟମ ବିଷୟରେ ଅବଗତ ଅଛୁ । ଏହି ସମସ୍ୟାର ସମାଧାନ ପାଇଁ ଓଡିଶା ସରକାର ମଧ୍ୟ ପ୍ରତିବଦ୍ଧ । ଆମେ କାହାକୁ ଏକ ଇଞ୍ଚ ଜମି ମଧ୍ୟ ଦେବୁ ନାହିଁ, ଠିକ୍ ସମୟରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମାରାଣ୍ଡି କହିଛନ୍ତି ।
ବିବାଦୀୟ ଅଞ୍ଚଳକୁ ଓଡ଼ିଶା ସରକାରଙ୍କ 150 କୋଟି ପ୍ୟାକେଜ୍
ଓଡ଼ିଶାର ଅଧିନରେ ଆସୁଥିବା ଏହି ଅଞ୍ଚଳରେ ପଡ଼ୋଶୀ ରାଜ୍ୟର ଦାବି ସମ୍ପୂର୍ଣ୍ଣ ଭୁଲ୍ । ଆମ ମୁଖ୍ୟମନ୍ତ୍ରୀ କିଛି ଦିନ ପୂର୍ବରୁ କୋରାପୁଟର କୋଟିଆ ଗ୍ରାମ ପାଇଁ 150 କଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏଥିସହିତ 187 କୋଟି ଟଙ୍କାର ଏକ ପ୍ରକଳ୍ପ ମଧ୍ୟ ଉଦଘାଟନ କରିଛନ୍ତି । ସେ ଖୁବଶୀଘ୍ର କୋଟିଆ ଗସ୍ତ କରି ଏହାକୁ ଏକ ମଡେଲ୍ ପଞ୍ଚାୟତ ଭାବେ ସ୍ଥାପିତ କରିବେ ବୋଲି କହିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି ।
ଆପଣଙ୍କୁ କହିରଖୁଛୁ ଯେ ଆନ୍ଧ୍ରପ୍ରଦେଶ ସରକାର ଫେବୃଆରୀ 13 ଏବଂ 17 ରେ ଓଡିଶାର କୋରାପୁଟ ଏବଂ ଗଜପତି ଜିଲ୍ଲାର କେତେକ ଗ୍ରାମରେ ପଞ୍ଚାୟତ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି ।












Click it and Unblock the Notifications