ନିତି ଆୟୋଗର ‘ସ୍ୱାସ୍ଥ୍ୟ ଓ ପୋଷଣ ଅଭ୍ୟାସ ଅନ୍ତର୍ଦୃଷ୍ଟି'ରେ ସ୍ଥାନପାଇଲା ଓଡ଼ିଶା ମିଲେଟ ମିଶନ ଓ ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମ
ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଓଡିଶା ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ 'ଓଡିଶା ମିଲେଟ୍ ମିଶନ୍' ଏବଂ 'ମୋ ଉପକାରୀ ବାଗିଚା'କୁ ନିତି ଆୟୋଗ ପ୍ରଶଂସା କରିଛି ।
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଓଡିଶା ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ 'ଓଡିଶା ମିଲେଟ୍ ମିଶନ୍' ଏବଂ 'ମୋ ଉପକାରୀ ବାଗିଚା' ନୀତି ଆୟୋଗର 'ସ୍ୱାସ୍ଥ୍ୟ ଓ ପୋଷଣ ଅଭ୍ୟାସ ଅନ୍ତର୍ଦୃଷ୍ଟି' ଶୀର୍ଷକ ଏକ ରିପୋର୍ଟରେ ସଫଳ କାହାଣୀ ଭାବରେ ସ୍ଥାନ ପାଇଛି । ଭାରତ ସରକାରଙ୍କ ନିତି ଆୟୋଗ ଦ୍ୱାରା ସ୍ୱାସ୍ଥ୍ୟ ଓ ପୃଷ୍ଟି ସାଧନ କ୍ଷେତ୍ରରେ ବିଭିନ୍ନ ରାଜ୍ୟମାନେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମାନ ଆପଣାଇଛନ୍ତି ।

'ଓଡିଶା ମିଲେଟ୍ ମିଶନ୍' ରାଜ୍ୟରେ କୃଷକ ମାନଙ୍କୁ ଅଧିକ ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ ପ୍ରୋତ୍ସାହି କରିବା ସହ 'ମୋ ଉପକାରୀ ବାଗିଚା' ଗର୍ଭବତୀ, ପ୍ରସୂତି, କିଶୋରୀ ଏବଂ ଶିଶୁମାନଙ୍କ ଖାଦ୍ୟସାରଣୀରେ ବିବିଧତା ଆଣିବା ସହ ପୁଷ୍ଟି ସାଧନ କ୍ଷେତ୍ରରେ ତୃଣମୂଳ ସ୍ତରରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି ବୋଲି ଉଲ୍ଲେଖ କରିବା ସହ ଅନ୍ୟ ରାଜ୍ୟମାନେ ମଧ୍ୟ ଏହିଭଳି ଉତ୍ତମ କାର୍ଯ୍ୟକ୍ରମକୁ ଆପଣେଇବା ନିମନ୍ତେ ନିତି ଆୟୋଗ ପରାମର୍ଶ ଦେଇଛନ୍ତି ।

ଓଡ଼ିଶାରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି ମାଧ୍ୟମରେ କୃଷକମାନଙ୍କୁ ବିବିଧ କୃଷି ପାଇଁ ପ୍ରୋତ୍ସାହିତ କରିବା ଏବଂ ଖାଦ୍ୟରେ ମାଣ୍ଡିଆର ବହୁଳ ବ୍ୟବହାର ମାଧ୍ୟମରେ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ୨୦୧୭ ମସିହାରେ ଓଡ଼ିଶା ମିଲେଟ୍ ମିଶନ ଆରମ୍ଭ କରାଯାଇଥିଲା । ମାଣ୍ଡିଆ ଉତ୍ପାଦନ ବୃଦ୍ଧି ସହ ବଜାର ସୃଷ୍ଟି ନିମନ୍ତେ ସମନ୍ୱିତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆକୁ ସାମିଲ କରିବା ନେଇ ବହୁମୁଖୀ ଯୋଜନାମାନ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ପାଇଲଟ୍ ପ୍ରକଳ୍ପ ଭାବେ କେନ୍ଦୁଝର ଜିଲ୍ଲାରେ ୩୩୫ଟି ଅଙ୍ଗନବାଡି ଏବଂ ସୁନ୍ଦରଗଡ ଜିଲ୍ଲାର ୫୪୯ଟି ଅଙ୍ଗନବାଡି କେନ୍ଦ୍ରରେ ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କୁ ସକାଳ ଜଳଖିଆରେ ମାଣ୍ଡିଆ ଲଡୁ ଖାଇବାକୁ ଦିଆଯାଉଛି । ଅଙ୍ଗନବାଡ଼ି କେନ୍ଦ୍ରରେ ମାଣ୍ଡିଆ ଲଡ଼ୁ ବିତରଣ ନିଷ୍ପତ୍ତିକୁ ମଧ୍ୟ ନିତି ଆୟୋଗ ଉଚ୍ଚ ପ୍ରଶଂସା କରିଛନ୍ତି ।
Odisha Govt's flagship programmes-Odisha Millets Mission & Mo Upakari Bagicha have featured as success stories in a recent @NITIAayog report titled ‘Health & Nutrition Practice Insights’. The report praises the schemes, highlighting how they brought real change at the grassroots. pic.twitter.com/rooALEcor3
— CMO Odisha (@CMO_Odisha) January 4, 2021
ସେହିଭଳି ଗର୍ଭବତୀ, ପୁଷ୍ଟିହୀନ ଶିଶୁ, କିଶୋରୀମାନଙ୍କୁ ପୁଷ୍ଟିସାଧନ ପାଇଁ ଉଚ୍ଚ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ଜୀବିକା ମିଶନ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଉଦ୍ୟମରେ 2019 ମସିହା ଅକ୍ଟୋବର ମାସରେ 'ମୋ ଉପକାରୀ ବାଗିଚା' ଯୋଜନା ଆରମ୍ଭ କରାଯାଇଥିଲା । ବିଶେଷକରି ଅଙ୍ଗନୱାଡି କେନ୍ଦ୍ରରେ ପ୍ରାକ୍ ବିଦ୍ୟାଳୟର ପିଲାମାନଙ୍କୁ ଋତୁକାଳୀନ ପନିପରିବା ଏବଂ ଫଳ ଯୋଗାଇ ପୁଷ୍ଟିସାଧନ ସୁନିଶ୍ଚିତ କରିବାକୁ ପ୍ରୟାସ କରାଯାଇଛି | ଆଜି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ 17,000 'ମୋ ଉପକାରୀ ବାଗିଚା' ସୃଷ୍ଟି କରାଯାଇଛି ।
ଗ୍ରାମାଞ୍ଚଳରେ ପୁଷ୍ଟିହୀନତାର ମୁକାବିଲା କରିବାରେ ଏହି କାର୍ଯ୍ୟକ୍ରମ ବହୁତ ସଫଳ ହୋଇଛି |












Click it and Unblock the Notifications