ଚାଷୀଙ୍କ ହାତ ପାହାନ୍ତାରେ ପହଞ୍ଚିବ ସରକାରୀ ସୁବିଧା

ମୋ ସରକାର 5-ଟି କାର୍ଯ୍ୟକ୍ରମରେ କୃଷକ, କୃଷକ ଡାଟାବେସ୍, କୃଷି ସାମଗ୍ରୀ ବିକ୍ରେତା ପାଇଁ ଅନଲାଇନ୍ ସେବା, ଦକ୍ଷ କର୍ମଚାରୀଙ୍କ ପାଇଁ ପ୍ରୋତ୍ସାହନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି, କାର୍ଯ୍ୟକ୍ରମ ଜରିଆରେ ଚାଷୀମାନେ ଅନଲାଇନ୍ ମାଧ୍ୟମରେ ସରକାରୀ ସୁବିଧା ପାଇପାରିବେ |

ଭୁବନେଶ୍ୱର : ମୋ ସରକାର 5-ଟି କାର୍ଯ୍ୟକ୍ରମରେ କୃଷକ, କୃଷକ ଡାଟାବେସ୍, କୃଷି ସାମଗ୍ରୀ ବିକ୍ରେତା ପାଇଁ ଅନଲାଇନ୍ ସେବା, ଦକ୍ଷ କର୍ମଚାରୀଙ୍କ ପାଇଁ ପ୍ରୋତ୍ସାହନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି, କାର୍ଯ୍ୟକ୍ରମ ଜରିଆରେ ଚାଷୀମାନେ ଅନଲାଇନ୍ ମାଧ୍ୟମରେ ସରକାରୀ ସୁବିଧା ପାଇପାରିବେ | ରାଜ୍ୟର 76 ଲକ୍ଷ ଚାଷୀ ଭାଇଭଉଣୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଛି | ଏହି ଡାଟାବେସର ଯାଞ୍ଚ 100 ଦିନ ମଧ୍ୟରେ କରାଯାଇ ଚାଷୀ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି |

Naveen Patnaik

ଏହି କୃଷକ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ କୃଷି ସାମଗ୍ରୀ ବିକ୍ରେତା ମାନଙ୍କ ପାଇଁ ଅନଲାଇନ୍ ଲାଇସେନ୍ସ, ଓୟୁଏଟି ଛାତ୍ରଛାତ୍ରୀମାନଙ୍କୁ ଅନଲାଇନରେ ସାର୍ଟିଫିକେଟ୍ ଏବଂ କୃଷି କାର୍ଯ୍ୟରେ ଦକ୍ଷ କର୍ମଚାରୀମାନଙ୍କ ପାଇଁ ପ୍ରୋତ୍ସାହନ ଦେବା ସହ ଏହା ଚାଷୀମାନଙ୍କ ସହ ସିଧାସଳଖ ଯୋଡ଼ି ହୋଇପାରିବ ବୋଲି ମଧ୍ୟ ସେ କହିଛନ୍ତି | ଚାଷ ହେଉଛି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ | କରୋନା ସମୟରେ ଆମ ଅର୍ଥନୀତି ପାଇଁ କୃଷି ହିଁ ବଡ ଆଶା ଭାବେ ପରିଲକ୍ଷିତ ହୋଇଛି | ତେଣୁ କୃଷି ଓ କୃଷକର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି |

ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟ କୃଷି ବିଭାଗ, କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି | ୫-ଟି କାର୍ଯ୍ୟକ୍ରମକୁ ବିଭାଗ ନିଷ୍ଠାର ସହ ଅନୁପାଳନ କରୁଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+