ହୋଲିରେ ଲାଗିଲା କଟକଣା : ଦୋଳ ଯାତ୍ରା ପାଇଁ ନିଷ୍ପତ୍ତି ନେବ ପ୍ରଶାସନ

ଦେଶର କେତେକ ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧିକୁ ନଜରେ ରଖି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଚଳିତ ବର୍ଷ ସର୍ବସାଧାଣ ସ୍ଥାନରେ ହୋଲି ଉତ୍ସବ ପାଳନକୁ ନିଷିଦ୍ଧ କରାଯାଇଛି ।

ଭୁବନେଶ୍ବର : ଦେଶର କେତେକ ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧିକୁ ନଜରେ ରଖି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ଜାରି କରିଥବା ବିଜ୍ଞପ୍ତି ଅନୁସାରେ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଆଗକୁ ଥିବା ଦୋଳ ଓ ହୋଲି ଉତ୍ସବ ପାଳନ ଉପରେ କଟକଣା ଲଗାଇଛନ୍ତି । ଚଳିତ ବର୍ଷ ସର୍ବସାଧାଣ ସ୍ଥାନରେ ହୋଲି ଉତ୍ସବ ପାଳନକୁ ନିଷିଦ୍ଧ କରାଯାଇଛି । ଏଥିସହିତ ଏହି ଅସରରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

ହୋଲି

ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଗାଇଡଲାଇନ ଅନୁସାରେ ଦୋଳ ଉତ୍ସବରେ ଜନସମାଗମକୁ ଅନୁମତି ଦିଆଯିବ ନାହିଁ । କିନ୍ତୁ ମନ୍ଦିର ଓ ଧର୍ମାନୁଷ୍ଠାନରେ ପରମ୍ପରା ଅନୁସାରେ ଦୋଳ ଉତ୍ସବ କୋଭିଡ କଟକଣା ମାନି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ବା ମ୍ୟୁନିସିପାଲ କମିଶନରଙ୍କ ଅନୁମତିକ୍ରମେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଦୋଳ ମେଲଣ ଆୟୋଜନ କରାଯାଇପାରିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି ।

ଏଥିସହିତ ଆସନ୍ତା 28 ଓ 29 ତାରିଖରେ ସର୍ବସାଧାରଣ ସ୍ଥାନରେ ହୋଲି ଉତ୍ସବ ପାଳନ ଉପରେ ନିଷିଦ୍ଧାଦେଶ ଜାରି କରାଯାଇଛି । ଲୋକମାନେ ନିଜ ଘରେ ପରିବାର ଲୋକଙ୍କ ସହ ହୋଲି ଉତ୍ସବ ପାଳନ କରିବାକୁ କୁହାଯାଇଛି । କିନ୍ତୁ ରାସ୍ତାଘାଟ କିମ୍ବା ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ପାଇଁ ଅନୁମତି ଦିଆଯିବ ନାହିଁ । ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରମାନେ ଚାହିଁଲେ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ନିୟମ କଡ଼ାକଡ଼ି କରିପାରିବେ । ଯେଉଁମାନେ ଏହି ନିର୍ଦ୍ଦେଶନାମା ଓ କଟକଣାକୁ ଉଲ୍ଲଘଂନ କରିବେ ସେମାନଙ୍କ ବିରୁଦ୍ଧରେ ମହାମାରୀ ପରିଚାଳନା ଆଇନ-2005 ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+