ଅଗଷ୍ଟମାସରେ କଣ ରହିବ ଖୋଲା ଓ କାହା ଉପରେ ଲାଗିଲା କଟକଣା
ନୂଆ ଗାଇଡଲାଇନ୍ ଅନୁସାରେ ସାରା ରାଜ୍ୟରେ କଟକଣାକୁ କୋହଳ କରାଯାଇଥିବା ବେଳେ ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହନ୍ତ ଲକଡାଉନକୁ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର । ଏହା ବ୍ୟତୀତ ସାରା ରାଜ୍ୟରେ ରାତି 8 ଟାରୁ ସକାଳ 6 ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ରହିବ ।
ଭୁବନେଶ୍ୱର : ରାଜ୍ୟରେ ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏସଆରସି ପ୍ରଦୀପ ଜେନା ଗାଇଡଲାଇନ ନେଇ ଆଜି ଘୋଷଣା କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁସାରେ ସାରା ରାଜ୍ୟରେ କଟକଣାକୁ କୋହଳ କରାଯାଇଥିବା ବେଳେ ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହନ୍ତ ଲକଡାଉନକୁ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର । ଏହା ବ୍ୟତୀତ ସାରା ରାଜ୍ୟରେ ରାତି 8 ଟାରୁ ସକାଳ 6 ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁକୁ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର । ତେବେ ଅଗଷ୍ଟ ଗାଇଡଲାନ୍ ମୁତାବକ ଆସନ୍ତୁ ଜାଣିବା କ'ଣ ଖୋଲା ରହିବ ଓ କ'ଣ ବନ୍ଦ ରହିବ...

ଅଗଷ୍ଟ ମାସରେ କଣ ରହିବ ଖୋଲା ?
- ଦୋକାନ, ବଜାର ଓ ମଲ୍ ରାତି 8ଟା ଯାଏଁ ଖୋଲା
- ବେଳାଭୂମି ଓ ଆହାର କେନ୍ଦ୍ର ଖୋଲା ରହିବ
- ରେସ୍ତୋରାଁ, ବାର, ଢାବା, ସିନେମା ହଲ୍ ଓ ପ୍ରେକ୍ଷାଳୟ 50 ପ୍ରତିଶତ ଲୋକଙ୍କୁ ନେଇ ଖୋଲିବ
- ପ୍ରାପ୍ତ ବୟସ୍କମାନେ ଦୁଇ ଡୋଜ୍ ଟିକା ପ୍ରମାଣପତ୍ର ଦେଇ ଏହି ସବୁ ସ୍ଥାନକୁ ଯିବେ
- ଯାତ୍ରା ଓ ମୁକ୍ତାକାଶ ରଙ୍ଗମଞ୍ଚ 50 ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ
- ପାର୍କ, ଓ୍ୱାଟର ପାର୍କ, ନନ୍ଦନକାନନ ଓ ମ୍ୟୁଜିୟମ ଖୋଲିବ
- ସରକାରୀ ଓ ବେସରକାରୀ ସୁଇମିଂ ପୁଲ ଖୋଲିବ
କାହା ଉପରେ ରହିଲା କଟକଣା
- ରାତି 8ଟାରୁ ସକାଳ 6 ପର୍ଯ୍ୟନ୍ତ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ
- ଭୁବନେଶ୍ୱର, କଟକ ଓ ପୁରୀରେ ଜାରି ରହିବ ସପ୍ତାହନ୍ତ ସଟଡାଉନ
- ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ଉପରେ କଟକଣା
- ପ୍ରଦର୍ଶନୀ ଓ ବାଣିଜ୍ୟକ ମେଳା ଉପରେ ରହିଲା କଟକଣା
- ବିବାହ, ଶୁଦ୍ଧିକ୍ରିୟା ଉପରେ ପୂର୍ବଭଳି ଜାରି ରହିବ କଟକଣା
- ଉକ୍ତ ସ୍ଥାନରେ 25 ଲୋକଙ୍କୁ ଅନୁମତି, କେବଳ ପାର୍ସଲ ନେଇପାରିବେ












Click it and Unblock the Notifications