• search
For Quick Alerts
Turn On Notification  
For Daily Alerts

15 ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ, CETକୁ ୟୁନିଟାରି ବିଶ୍ୱବିଦ୍ୟାଳୟ ମାନ୍ୟତା

|

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ 15ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଆନ୍ତଃ ରାଜ୍ୟ ଯୋଗାଯୋଗକୁ ଉନ୍ନତ କରିବାକୁ, ରାଜ୍ୟ କ୍ୟାବିନେଟ୍ 23 କିଲୋମିଟର ଦୀର୍ଘ ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାକୁ 2-ଲେନିଂକୁ ଅନୁମୋଦନ କରିଛି । ବସୁନ୍ଧରା କୋଇଲା ଖଣିକୁ ସଂଯୋଗ କରୁଥିବା ଏହି ରାସ୍ତା ପାଇଁ 102 କୋଟି 65 ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି ଫଳରେ ଖଣିଜ ପରିବହନ ଟ୍ରାଫିକ୍ ସମସ୍ୟା ଦୂର ହୋଇ ପାରିବ ।

Naveen Patnaik

ସେହିପରି ସୁନ୍ଦରଗଡ଼ ଜିଲ୍ଲା ପାଇଁ 2ଟି ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ପ୍ରକଳ୍ପ ଶେଷ ପାଇଁ 24 ମାସର ସମୟସୀମା ନିର୍ଦ୍ଧାରଣ ହୋଇଥିବା ବେଳେ 10ଟି ବ୍ଲକର 6ଲକ୍ଷରୁ ଅଧିକ ଲୋକ ଏହା ଦ୍ୱାରା ଉପକୃତ ହେବେ ।

ରାଜ୍ୟରେ ବୈଷୟିକ ଶିକ୍ଷାକୁ ଆହୁରି ମଜବୁତ କରି, ଭୁବନେଶ୍ୱରର ସିଇଟିକୁ ଅଣ-ଅନୁବନ୍ଧିତ ଏକକ ବିଶ୍ୱ ବିଦ୍ୟାଳୟରେ ପରିଣତ କରାଯିବ । ଓଡ଼ିଶା ବିଶ୍ୱବିଦ୍ୟାଳୟ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚରେ ପରିଣତ କରିବା ପ୍ରସ୍ତାବକୁ କ୍ୟବିନେଟ ଅନୁମୋଦନ କରିଛି । ଏହି ନିଷ୍ପତ୍ତି ଉଚ୍ଚମାନର ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷା, ଗବେଷଣା ଏବଂ ଶିଳ୍ପ ଯୋଗାଯୋଗକୁ ସହଜ କରିବ । ଏହା ମଧ୍ୟ ଦେଶ ତଥା ବାହାରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ସହିତ ଉଚ୍ଚଶିକ୍ଷା ଏବଂ ଗବେଷଣା ପାଇଁ ସହଯୋଗୀ ଉଦ୍ୟୋଗ ଲାଗି ଦ୍ୱାର ଉନ୍ମୁକ୍ତ କରିବ । ଅନ୍ୟ ପକ୍ଷରେ ଓସୱାନ ପ୍ରକଳ୍ପର ଆଧୁନିକୀକରଣକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କମ୍ପାନୀ ସହ ଦୀର୍ଘମିଆଦି ସମ୍ପର୍କ ପାଇଁ MOU ଚୁକ୍ତି କରିବାର ସୁଯୋଗ ସୃଷ୍ଟି ହେବ । କଲେଜକୁ ବିଶ୍ୱଦ୍ୟାଳୟରେ ନବୀକରଣ ଦ୍ବାରା ରାଜ୍ୟ , ଦେଶ ଓ ବିଦେଶର ଅନ୍ୟ ବିଶ୍ବବିଦ୍ୟାଳୟ ସହିତ ଅଭିଜ୍ଞତା ଆଦାନପ୍ରଦାନ ସୁଯୋଗ ସୃଷ୍ଟି ହେବ ।

ଏହା ସହିତ ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱର୍କ (ଓସ୍‌ୱାନ୍‌) ପ୍ରସ୍ତାବକୁ ମଧ୍ୟ ମିଳିଛି ଅନୁମୋଦନ । ଏହି ପ୍ରକଳ୍ପରେ 332 କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ରାଜ୍ୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ବଢ଼ାଇବ ।

ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡାଲାଇଟ ପଥ ଉପରୁ ରୟାଲଟି ଛାଡ଼ ହେବ । ଖଣ୍ଡାଲାଇଟ୍ ପଥର ଅବଢ଼ା ଯୋଜନା ଓ ଅନ୍ୟ ଐତିହ୍ୟସ୍ଥଳ ବିକାଶରେ ଲାଗିବ । ରାଜ୍ୟ ସରକାର ମେଗା ପାଇପ୍ ପାଣି ଯୋଗାଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ସୁନ୍ଦରଗଡ଼, କେନ୍ଦୁଝର ଓ କଟକରେ ଏହି ପ୍ରକଳ୍ପ କାମ କରିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Government cabinet Approved 15 Proposals
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X