ଉନ୍ନତ୍ତ ସ୍ୱାସ୍ଥ୍ୟ ସେବାର ନିରନ୍ତର ବିକାଶ ପାଇଁ ୬ ଜଣ ପରାମର୍ଶଦାତା ନିୟୋଜିତ କଲେ ରାଜ୍ୟ ସରକାର
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଏବଂ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ 6 ଜଣ ନୁଆ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଇଛନ୍ତି ।
ଭୁବନେଶ୍ୱର: ଉନ୍ନତ୍ତମାନର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଏବଂ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ 6 ଜଣ ନୁଆ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଇଛନ୍ତି ।

କ୍ୟାପିଟାଲ୍ ହସ୍ପିଟାଲର ସୁପରିଚାଳନା ଓ ବିକାଶ ପାଇଁ ସଂଜୟ ସେଠୀଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ପୁଷ୍ପାଞଳି ରଣାଙ୍କୁ ବି.ଏସ୍.କେ.ୱାଇ., , କେ. ଶାନ୍ତିଙ୍କୁ ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ ବରହମପୁର ଏବଂ ଓ ରଞ୍ଜନ ବିଶ୍ୱାଳଙ୍କୁ ନିରାମୟ ଯୋଜନାର ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବଡ ମେଡ଼ିକାଲ୍ ଭାବେ ଜଣାଶୁଣା କଟକର ଶ୍ରୀରାମ ଚନ୍ଦ୍ର ଭଞ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ ପାଇଁ ଦୁଇ ଜଣ ପରାମର୍ଶଦାତା ଦିଲ୍ଲୀପ କୁମାର ସାହୁ ଏବଂ ସ୍ୱପ୍ନାରାଣୀ ପାତ୍ରଙ୍କୁ ନିଯୁକ୍ତି କରାଯାଇଛି ।
ଏହି ନବ ନିଯୁକ୍ତ ପରାମର୍ଶଦାତାମାନେ ଅବୈତନିକ ଭାବେ ଜନସାଧାରଣଙ୍କ ପାଇଁ ଓ ସରକାରୀ ବ୍ୟବସ୍ଥା ମଧ୍ୟରେ ସେବା ପ୍ରଦାନ ନିମନ୍ତେ ଇଛା ପ୍ରକଟ କରିଛନ୍ତି । ତେବେ ରାଜ୍ୟ ସରକାର ନିର୍ଦ୍ଦାରିତ ନିୟମ ଅନୁଯାୟୀ ସେମାନଙ୍କ ଗସ୍ତ ଏବଂ ଆନୁସଙ୍ଗିକ ସୁବିଧା ଯୋଗାଇଦେବେ ବୋଲି ବିଭାଗୀୟ କାର୍ଯାଳୟ ବିଜ୍ଞପ୍ତିରୁ ଜଣାପଡ଼ିଛି ।












Click it and Unblock the Notifications