For Quick Alerts
Turn On Notification  
For Daily Alerts
Oneindia App Download

କରୋନା ମୁକାବିଲା ପାଇଁ 300 କୋଟି ଏବଂ 10 ଦିନର ଆଗୁଆ ଟିକା ଦାବି କଲା ଓଡ଼ିଶା

କୋଭିଡ ପରିଚାଳନା ପାଇଁ କେନ୍ଦ୍ରକୁ ଅଧିକ 300 କୋଟି ଟଙ୍କା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ପରିଚାଳନା ପାଇଁ ଓଡ଼ିଶା କେନ୍ଦ୍ର ସରକାରଙ୍କୁ 400 କୋଟି ଟଙ୍କା ମାଗିଥିଲା । କିନ୍ତୁ ରାଜ୍ୟକୁ ମାତ୍ର 146 କୋଟି ଟଙ୍କା ମିଳିଥିଲା ।

|

ଭୁବନେଶ୍ୱର : ଦେଶରେ କରୋନାର ଦ୍ବିତୀୟ ଲହରକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ପରିଚାଳନା ପାଇଁ କେନ୍ଦ୍ରକୁ ଅଧିକ 300 କୋଟି ଟଙ୍କା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ପରିଚାଳନା ପାଇଁ ଓଡ଼ିଶା କେନ୍ଦ୍ର ସରକାରଙ୍କୁ 400 କୋଟି ଟଙ୍କା ମାଗିଥିଲା । କିନ୍ତୁ ରାଜ୍ୟକୁ ମାତ୍ର 146 କୋଟି ଟଙ୍କା ମିଳିଥିଲା । କରୋନା ପରିଚାଳନା ପାଇଁ ଅତିକମରେ ଆଉ 300 କୋଟି ଟଙ୍କା ଦିଆଯାଉ ବୋଲି ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କହିଛନ୍ତି । ସେହିପରି ଟିକା ନଷ୍ଟ କ୍ଷେତ୍ରରେ ଓଡ଼ିଶା ଦେଶରେ ସବୁଠୁ ପଛରେ ରହିଛି । କିନ୍ତୁ ଟିକା ଅଭାବରୁ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Naveen Patnaik

ରାଜ୍ୟରେ ବର୍ତ୍ତମାନ ଦୈନିକ ଅଢ଼େଇ ଲକ୍ଷ ଟିକାକରଣ କରାଯାଉଛି ଏବଂ ଟିକାକରଣ ବୃଦ୍ଧି କରିବାର କ୍ଷମତା ଆମର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଅତିକମରେ 10ଦିନ ପାଇଁ ଅଧିକ ଟିକା ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଦାବି କରିଛନ୍ତି । ଏହାସହ ଏସଡିଆରଏଫ ପାଣ୍ଠିର 50% ଖର୍ଚ୍ଚ କରିବାକୁ ଅନୁମତି ମିଳିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ ଚଳିତ ବର୍ଷ ପାଇଁ ଏହି ଅନୁମତି ମିଳୁ ବୋଲି କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Demands 300 Crore for covid management
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X