Get Updates
Get notified of breaking news, exclusive insights, and must-see stories!

କରୋନା ମୁକାବିଲା ପାଇଁ 300 କୋଟି ଏବଂ 10 ଦିନର ଆଗୁଆ ଟିକା ଦାବି କଲା ଓଡ଼ିଶା

କୋଭିଡ ପରିଚାଳନା ପାଇଁ କେନ୍ଦ୍ରକୁ ଅଧିକ 300 କୋଟି ଟଙ୍କା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ପରିଚାଳନା ପାଇଁ ଓଡ଼ିଶା କେନ୍ଦ୍ର ସରକାରଙ୍କୁ 400 କୋଟି ଟଙ୍କା ମାଗିଥିଲା । କିନ୍ତୁ ରାଜ୍ୟକୁ ମାତ୍ର 146 କୋଟି ଟଙ୍କା ମିଳିଥିଲା ।

ଭୁବନେଶ୍ୱର : ଦେଶରେ କରୋନାର ଦ୍ବିତୀୟ ଲହରକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ପରିଚାଳନା ପାଇଁ କେନ୍ଦ୍ରକୁ ଅଧିକ 300 କୋଟି ଟଙ୍କା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ପରିଚାଳନା ପାଇଁ ଓଡ଼ିଶା କେନ୍ଦ୍ର ସରକାରଙ୍କୁ 400 କୋଟି ଟଙ୍କା ମାଗିଥିଲା । କିନ୍ତୁ ରାଜ୍ୟକୁ ମାତ୍ର 146 କୋଟି ଟଙ୍କା ମିଳିଥିଲା । କରୋନା ପରିଚାଳନା ପାଇଁ ଅତିକମରେ ଆଉ 300 କୋଟି ଟଙ୍କା ଦିଆଯାଉ ବୋଲି ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କହିଛନ୍ତି । ସେହିପରି ଟିକା ନଷ୍ଟ କ୍ଷେତ୍ରରେ ଓଡ଼ିଶା ଦେଶରେ ସବୁଠୁ ପଛରେ ରହିଛି । କିନ୍ତୁ ଟିକା ଅଭାବରୁ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Naveen Patnaik

ରାଜ୍ୟରେ ବର୍ତ୍ତମାନ ଦୈନିକ ଅଢ଼େଇ ଲକ୍ଷ ଟିକାକରଣ କରାଯାଉଛି ଏବଂ ଟିକାକରଣ ବୃଦ୍ଧି କରିବାର କ୍ଷମତା ଆମର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଅତିକମରେ 10ଦିନ ପାଇଁ ଅଧିକ ଟିକା ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଦାବି କରିଛନ୍ତି । ଏହାସହ ଏସଡିଆରଏଫ ପାଣ୍ଠିର 50% ଖର୍ଚ୍ଚ କରିବାକୁ ଅନୁମତି ମିଳିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ ଚଳିତ ବର୍ଷ ପାଇଁ ଏହି ଅନୁମତି ମିଳୁ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+