Get Updates
Get notified of breaking news, exclusive insights, and must-see stories!

ଚାଷୀର ଖାତାକୁ ଗଲା କାଳିଆ ଟଙ୍କା : ମୁଖ୍ୟମନ୍ତ୍ରୀ କହିଲେ ଚାଷୀର ତ୍ୟାଗର ମୂଲ୍ୟ କେହି ଦେଇପାରିବେ ନାହିଁ

କୃଷକ ଦିବସ ଓ ଅକ୍ଷୟ ତୃତୀୟା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ରାଶି ଶୁକ୍ରବାର ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟର 42 ଲକ୍ଷ କାଳିଆ ହିତାଧିକାରୀଙ୍କ ଜମାଖାତାକୁ ମୋଟ 920 କୋଟି ଟଙ୍କା ପଠାଇଛନ୍ତି ।

ଭୁବନେଶ୍ୱର : ଚାଷୀଙ୍କ ଆକାଉଣ୍ଟକୁ ଗଲା 'କାଳିଆ' ଟଙ୍କା । ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ଚାଷୀମାନଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । କୃଷକ ଦିବସ ଓ ଅକ୍ଷୟ ତୃତୀୟା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ରାଶି ଶୁକ୍ରବାର ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ଭର୍ଚୁଆଲ ମୋଡରେ ସହାୟତା ରାଶିକୁ ମୁଖ୍ୟମନ୍ତ୍ରୀ ରାଜ୍ୟର 42 ଲକ୍ଷ କାଳିଆ ହିତାଧିକାରୀଙ୍କ ଜମାଖାତାକୁ ମୋଟ 920 କୋଟି ଟଙ୍କା ପଠାଇଛନ୍ତି । ଏହି ଅବସରରେ ରାଜ୍ୟର ଛୋଟ ଚାଷୀ , ନାମ ମାତ୍ର ଚାଷୀ ଓ ଭୂମି ହୀନ ଚାଷୀ ପରିବାର ସମସ୍ତେ ଏହି କାଳିଆ ଯୋଜନାର ସହାୟତା ପାଇ ଏହାକୁ ଚାଷ କାମରେ ତଥା ଜୀବନ ଜୀବିକାର ଉନ୍ନତି ରେ ଲଗେଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Naveen Patnaik

ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା । ଏହି ଯୋଜନା ଚାଷୀ ମୁହଁ ରେ ହସ ଆଣିଛି । ଚାଷୀର ଋଣ ଭାର ଲାଘବରେ ମଧ୍ୟ ଏହା ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଚାଷୀଙ୍କ ତ୍ୟାଗର ଉଚ୍ଚ ପ୍ରଶସା କରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଚାଷୀ ଆମର ଗର୍ବ ଓ ଗୌରବ । ଦେଶ ଓ ସମାଜ ପାଇଁ ଚାଷୀର ତ୍ଯାଗ ର ତୁଳନା ନାହିଁ । ଗତବର୍ଷ କୋଭିଡ଼ ସମୟରେ ଚାଷୀ ହି ଅର୍ଥନୀତି କୁ ସଜୀବନୀ ପରି ଶକ୍ତି ଦେଇଥିଲା । ତେଣୁ ଚାଷୀର ତ୍ଯାଗ ର ମୂଲ୍ୟ କେହି ଦେଇ ପାରିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି ।

"ମୋ ରାଜ୍ୟର ଚାଷୀ ଭଲରେ ରହୁ । ତାର ରୋଜଗାର ବଢୁ ତା ପରିବାରରେ ସମୃଦ୍ଧି ଆସୁ । ଏଥିପାଇଁ ମୁଁ କାମ କରୁଛି ଓ କରିଚାଲିବି ।" ମଧ୍ୟ ବିଶ୍ୱାସ ଦେଇଛନ୍ତି ଶ୍ରୀ ପଟ୍ଟନାୟକ । ଏହା ସହିତ କୋଭିଡ଼ ସମ୍ପର୍କରେ ସଚେତନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ କୋଭିଡ଼ ସଂକ୍ରମଣର ଦ୍ଵିତୀୟ ଲହରର ସାମ୍ନା କରୁଛେ । ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲକ୍ ଡାଉନ ଚାଲିଛି । କିନ୍ତୁ କୃଷି ଷେତ୍ର ପାଇଁ କୌଣସି ଲକ୍ ଡାଉନ ନାହିଁ । ତେଣୁ ଚାଷୀ ଭାଇମାନେ କୋଭିଡ଼ ନିୟମ ମାନି ଚାଷ କାମ ଜାରି ରଖିବା ସହିତ ସରକାରଙ୍କ ବିଭିନ୍ନ କୃଷି ବିକାଶ ଯୋଜନା ର ସୁଯୋଗ ମଧ୍ୟ ନେବା ସେ ପାଇଁ ଆହ୍ଵାନ ଜଣାଇଛନ୍ତି ।

ଏହା ବ୍ୟତୀତ ଚଳିତ ବର୍ଷ ପାଇଁ ଭଲ ପାଗ ,ଭଲ ଫସଲ ଓ ଚାଷୀ ପରିବାରର ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ସହ ମୁଖ୍ୟମନ୍ତ୍ରୀ ସରକାରଙ୍କ କୋଭିଡ଼ ନିୟମକୁ କଡା କଡି ଭାବରେ ପାଳନ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ,କାଳିଆ ଯୋଜନା କିପରି କୋଭିଡ଼ ସମୟରେ ଚାଷୀ ପରିବାର ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରିଛି ତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟର ମୁଖ୍ୟ ପରାମର୍ଶ ଦାତା ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଶ୍ରେଷ୍ଠ କୃଷି କଲ୍ୟାଣ ଯୋଜନା । ଏହି ଯୋଜନା ରେ ଲକ୍ଷ ଲକ୍ଷ ଛୋଟ ଚାଷୀ ,ନାମ ମାତ୍ର ଚାଷୀ ଓ ଭୂମି ହୀନ ଚାଷୀ ପରିବାର ଉପକାର ପାଉଛନ୍ତି । କାଳିଆ ସହାୟତାରେ ଚାଷୀ କୃଷି ସାମଗ୍ରୀ କିଣବା ବେଳ ଭୂମି ହୀନ ଚାଷୀ ଛେଳି କୁକୁଡ଼ା ବତକ ପାଳନ ଆଦିରେ ବିନିଯୋଗ କରି ତା ପରିବାର ର ରୋଜଗାର ବଢାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+