RTPCR ପରୀକ୍ଷାଗାର ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କୋଭିଡ଼ ଲଢ଼େଇରେ ସକ୍ରମଣକୁ ରୋକିବାରେ ରୋଗୀର ଶୀଘ୍ର ପରୀକ୍ଷା ବିଶେଷ ଗୁରୁତ୍ୱ ବହନ କରେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳଟି ଜିଲ୍ଲା ପାଇଁ 20 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଭୁବନେଶ୍ୱର : ସାରା ରାଜ୍ୟରେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏହି ସମୟରେ କରୋନା ଟେଷ୍ଟିଂ ସହ ଏହି ମହାମାରୀ ବିରୋଧରେ ଲଢେଇ ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । କୋଭିଡ଼ ଲଢ଼େଇରେ ସକ୍ରମଣକୁ ରୋକିବାରେ ରୋଗୀର ଶୀଘ୍ର ପରୀକ୍ଷା ବିଶେଷ ଗୁରୁତ୍ୱ ବହନ କରେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳଟି ଜିଲ୍ଲା ପାଇଁ 20 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

Naveen Patnaik

ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି ,ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ନବରଙ୍ଗପୁର, ମାଲକାନଗିରି ,ନୂଆପଡା ସୋନପୁର ,କନ୍ଧମାଳ ସୁନ୍ଦରଗଡ ରାୟଗଡ଼ା ଓ ବରଗଡର ସଦର ମହକୁମା ରେ ଗୋଟିଏ ଗୋଟିଏ RTPCR test centre ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହି test centre ଗୁଡିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ । ଏଥିନିମନ୍ତେ ପ୍ରତି ଜିଲ୍ଲା ରେ ଜଣେ ଲେଖାଏ microbiologist ଓ ତିନି ଜଣ lab technician ଙ୍କୁ ନିୟୋଜିତ କରାଯିବ । କରୋନା ସକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+