ଶୁଭାରମ୍ଭ ହେଲା ଓଡ଼ିଆ କ୍ୟାରିଅର ପୋର୍ଟାଲ୍

ଓଡ଼ିଶାର ଶିକ୍ଷାର୍ଥୀଙ୍କ ପାଇଁ ଶୁଭାରମ୍ଭ ହେଲା ଓଡ଼ିଆ କ୍ୟାରିଅର୍ ପୋର୍ଟାଲ |

ଭୁବନେଶ୍ୱର : ଓଡ଼ିଶାର ଶିକ୍ଷାର୍ଥୀଙ୍କ ପାଇଁ ଶୁଭାରମ୍ଭ ହେଲା ଓଡ଼ିଆ କ୍ୟାରିଅର୍ ପୋର୍ଟାଲ | ଏହି କ୍ୟାରିଅର ପୋର୍ଟାଲ ଦ୍ୱାରା ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରର ଶିକ୍ଷାର୍ଥୀମାନେ ନିଜର ଭବିଷ୍ୟତ ବୃତ୍ତିଗୁଡ଼ିକ ସମ୍ବନ୍ଧରେ ଜାଣିବା ସହିତ ତତସମ୍ବନ୍ଧୀୟ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନେଇପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି | ଏହି ଅବସରରେ ଶ୍ରୀ ଦାଶ କହିଛନ୍ତି, ଏହାକୁ ବ୍ୟବହାର କରିବା ଖୁବ୍ ସହଜ ଓ ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ଏଥିରେ ସମସ୍ତ ପାଠ୍ୟ ବିଷୟ ଗୁଡ଼ିକ ଆଞ୍ଚଳିକ ଭାବାପନ୍ନତା ଏବଂ ସାଂପ୍ରତିକତା ବଜାୟ ରହିଛି | ଶିକ୍ଷାର୍ଥୀମାନେ ଏହାର ଡ୍ୟାସବୋର୍ଡକୁ ନିଜର ଲଗ୍ଇନ୍ ଆଇଡି ଓ ପାସ୍ଓ୍ୱାର୍ଡ ଦ୍ୱାରା http://www.odishacareerportal.com/ ବ୍ୟବହାର କରିପାରିବେ |

ଏହି ପୋର୍ଟାଲ ଦ୍ୱାରା ଶିକ୍ଷାର୍ଥୀମାନେ ବିଭିନ୍ନ ବୃତ୍ତି ଏବଂ ଶିକ୍ଷାନୁଷ୍ଠାନ ସମ୍ବନ୍ଧରେ ଜାଣିବା ସହ ଶିକ୍ଷକମାନଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇପାରିବେ | ଏହି ପୋର୍ଟାଲକୁ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ମୋବାଇଲ ଆପ୍ ଜରିଆରେ 17ଲକ୍ଷ ଶିକ୍ଷାର୍ଥୀ ଉପକୃତ ହୋଇପାରିବେ |

Odisha-Career-Portal

ମୁଖ୍ୟ କଥାଟି ହେଲା ଓଡ଼ିଆ କ୍ୟାରିଅର ଗାଇଡାନ୍ସ ପୋର୍ଚାଲଟି ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଇଛି | ଏଥିରେ ବିଭିନ୍ନ ବୃତ୍ତି ଓ ଏହା ସହ ଜଡ଼ିତ ଥିବା ମହାବିଦ୍ୟାଳୟ, ଧନ୍ଦାମୂଳକ ଅନୁଷ୍ଠାନ ଓ ଏହାର ପ୍ରବେଶିକା ପରୀକ୍ଷା ତଥା ବୃତ୍ତି ସମ୍ବନ୍ଧରେ ସୂଚନା ଦିଆଯାଇଛି | ଏହି ପୋର୍ଟାଲରେ 550ରୁ ଅଧିକ ବୃତ୍ତି ଓ ଧନ୍ଦା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି | ଏହାର ଉପଯୋଗ କରି 2 ଲକ୍ଷ 62ହଜାର 200ରୁ ଅଧିକ ମହାବିଦ୍ୟାଳୟ ଓ ଧନ୍ଦାମୂଳକ ଅନୁଷ୍ଠାନ ବିଷୟରେ ଜାଣିବା ସହ ରାଜ୍ୟ ଏବଂ ଦେଶରେ ଥିବା 1700ରୁ ଅଧିକ ନିମ୍ନସ୍ନାତକ ଏବଂ ସ୍ନାତକୋତ୍ତର ମାହାବିଦ୍ୟାଳୟ ସମ୍ପର୍କରେ ତଥ୍ୟ ପାଇପାରିବେ | ଏହା ବ୍ୟତୀତ 1150ଟି ପ୍ରବେଶିକା ପରୀକ୍ଷା ଏବଂ ଏହାର ଆବେଦନ ପ୍ରଣାଳୀ ବିଷୟରେ ଜାଣିପାରିବେ | ଏଥିସହିତ ପ୍ରଦତ୍ତ ଧନ୍ଦାଗୁଡ଼ିକ ସଂଲଗ୍ନ 1120ଟି ଛାତ୍ରବୃତ୍ତି, ପ୍ରତିଯୋଗିତାମୂଳକ ପରୀକ୍ଷା ଏବଂ ଭାରତ ତଥା ଭାରତ ବାହାରେ ଉଚ୍ଚଶିକ୍ଷା ନିମନ୍ତେ ଥିବା ଫେଲୋସିପ୍ ଗୁଡ଼ିକ ସମ୍ବନ୍ଧରେ ମଧ୍ୟ ସବିଶେଷ ବିବରଣୀ ପାଇପାରିବେ |

ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଶ୍ରୀ ଭୂପିନ୍ଦର ସିଂ, ୟୁନିସେଫ୍ କାର୍ଯ୍ୟାଳୟର ମୁଖ୍ୟ ଡ଼ ମୋନିକା ନେଲସନ୍, ଅତିରିକ୍ତ ଶାସନ ସଚିବ ଶ୍ରୀ ରଘୁରାମ ଆୟାର, ଶ୍ରୀମତୀ ଲଳିତା ପଟ୍ଟନାୟକ, ଶିକ୍ଷା ବିଶେଷଜ୍ଞ, ୟୁନିସେଫ୍, ଶ୍ରୀମତୀ ଆରତୀ ରାଉତ, ଯୁଗ୍ମ ନିର୍ଦ୍ଦେଶକ, ଓପେସା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+