Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ 16 ଟି ପ୍ରସ୍ତାବ ଉପରେ ମୋହର ମାରିଲା ଓଡ଼ିଶା କ୍ୟାବିନେଟ, ପାନୀୟ ଜଳକୁ ଦିଆଗଲା ପ୍ରାଧାନ୍ୟ

ଶକ୍ତି, କୃଷି, ସାମାଜିକ ସୁରକ୍ଷା, ଅବକାରୀ, ସାଧାରଣ ପ୍ରଶାସନ, ପଞ୍ଚାୟତି ରାଜ ଓ ପାନୀୟ ଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଇସ୍ପାତ ଓ ଖଣି ବିଭାଗର16ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ।

ଭୁବନେଶ୍ୱର : ରାଜ୍ୟରେ 16ଟି ପ୍ରସ୍ତାବକୁ ମୋହର ଲଗାଇଲା ଓଡ଼ିଶା କ୍ୟାବିନେଟ୍ । ଶକ୍ତି, କୃଷି, ସାମାଜିକ ସୁରକ୍ଷା, ଅବକାରୀ, ସାଧାରଣ ପ୍ରଶାସନ, ପଞ୍ଚାୟତି ରାଜ ଓ ପାନୀୟ ଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଇସ୍ପାତ ଓ ଖଣି ବିଭାଗର16ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ।

Naveen Patnaik

ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ପାନୀୟ ଜଳ ପ୍ରକଳ୍ପକୁ ପ୍ରାଧାନ୍ୟ ଦେବା ସହ ପାରାଦ୍ୱୀପ ଠାରେ ପ୍ରାୟ 637 କୋଟି ଟଙ୍କା ବ୍ୟୟ ଅଟକଳରେ ବୃହତ ବିଦ୍ୟୁତ ଭିତ୍ତିଭୂମି ପ୍ରକଳ୍ପ ପ୍ରତିଷ୍ଠା ନେଇ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିସହ ଗ୍ରାମାଞ୍ଚଳର ମହିଳାଙ୍କ ବିକାଶ ପାଇଁ କାର୍ଯ୍ଯ କରୁଥିବା ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲରେ ଥିବା ସମଲପୁର ଗ୍ରାମରେ ଥିବା ଜମିକୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧନରେ ଥିବା ଜମିକୁ ଭାରତୀୟ ଆର୍ୟୁବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱରର ସାଟେଲାଇଟ୍ ସେଣ୍ଟର ପ୍ରତିଷ୍ଠା ନିମନ୍ତେ ରାଦଜ୍ୟୟ ସରକାର ବିନା ଦେୟରେ ସରକରୀ ଜମି ହସ୍ତା୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଶନିବାର କ୍ୟାବିନେଟ ଦ୍ୱାରା ଅନୁମୋଦନ ପାଇଥିବା ପ୍ରସ୍ତାବରେ ଗ୍ରାମାଞ୍ଚଳର ପାନୀୟ ଜଳ ପ୍ରକଳ୍ପକୁ ପ୍ରାଧାନ୍ୟ ଦେଇଛନ୍ତି । ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ଜଳଜୀବନ ମିଶନ ଯୋଜନା ଅଧିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ଏଥିମଧ୍ୟରେ କେନ୍ଦ୍ରାପଡ଼ାର ଆଳି, ରାଜକନିକା, ରାଜନଗର, ଓ ପଟ୍ଟାମୁଣ୍ଡାଇ ବ୍ଲକରେ 227 କୋଟି 91 ଲକ୍ଷ 40 ହଜାର ଟଙ୍କା ବିନିମୟରେ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାର ବାଣପୁର, ଚିଲିକା, ଟାଙ୍ଗୀ ଓ ଖୋର୍ଦ୍ଧା ବ୍ଲକର 505 ଗ୍ରାମ ପାଇଁ 348 କୋଟି 10 ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହା ବ୍ୟତୀତ ଢେଙ୍କାନାଳ ଜିଲ୍ଲାର ଗଁଦିଆ ଓ କାମାକ୍ଷାନଗର ବ୍ଲକ ପାଇଁ 296 କୋଟି 93 ଲକ୍ଷ ଟଙ୍କାର ନିବିଦା ଅନୁମୋଦନ ହୋଇଛି । ସମ୍ବଲପୁରର 26ଟି ପଞ୍ଚାୟତ ଓ ଝାରସୁଗୁଡ଼ାର 2ଟି ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପାଇଁ 188 କୋଟି 38 ଲକ୍ଷ 63 ହଜାର ଟଙ୍କାର ପ୍ରକଳ୍ପ ଅନୁମୋଦନ ହୋଇଛି । ଏହା ବ୍ୟତୀତ କଳାହାଣ୍ଡିର ଗୋଲାମୁଣ୍ଡା ପାଇଁ 177 କୋଟି 83 ଲକ୍ଷ 50 ହଜାର ଟଙ୍କା ଓ ଯାଜପୁର ଜିଲ୍ଲାର ଯାଜପୁର, କୋରେଇ, ରସୁଲପୁର ଏବଂ ବିଞ୍ଝାରପୁର ବ୍ଲକ ପାଇଁ 245 କୋଟି 98 ଲକ୍ଷ 50 ହଜାର ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+