ବିଧାନସଭା ଅଧିବେଶନ ପାଇଁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ
ଆସନ୍ତା ଫେବୃଆରୀ 18 ତାରିଖରୁ ଏପ୍ରିଲ 9 ପର୍ଯ୍ୟନ୍ତ ବିଧାନସଭା ବଜେଟ୍ ଅଧିବେଶନ ଅନୁଷ୍ଠିତ ହେବ । ଚଳିତ ବର୍ଷର ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଫେବୃଆରୀ 22 ତାରିଖରେ ଗୃହରେ ରାଜ୍ୟ ବଜେଟ୍ ଉପସ୍ଥାପନା ହେବ ।
ଭୁବନେଶ୍ୱର : ଆସନ୍ତା ବିଧାନସଭା ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆସନ୍ତା ୧୭ ତାରିଖରେ ଏହି ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବିଧାନସଭା ଗୃହ ସୁରୁଖୁରୁରେ ପରିଚାଳନା ନେଇ ଏହି ବୈଠକରେ ଆଲୋଚନା ହେବ । ଏଥିରେ ବିରୋଧୀ ଦଳ ନେତା , ସଂସଦୀୟ ବ୍ୟାପାର ମନ୍ତ୍ରୀ, ସରକାରୀ ଦଳର ମୁଖ୍ୟ ସଚେତକ ଓ କଂଗ୍ରେସର ବିଧାୟକ ଦଳର ନେତା ଉପସ୍ଥିତ ରହିବେ ।

ସୂଚନାଯୋଗ୍ୟ, ଆସନ୍ତା ଫେବୃଆରୀ 18 ତାରିଖରୁ ଏପ୍ରିଲ 9 ପର୍ଯ୍ୟନ୍ତ ବିଧାନସଭା ବଜେଟ୍ ଅଧିବେଶନ ଅନୁଷ୍ଠିତ ହେବ । ଚଳିତ ବର୍ଷର ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ଆର୍ଥିକ ବର୍ଷ 2021-22 ପାଇଁ ଫେବୃଆରୀ 22 ତାରିଖରେ ଗୃହରେ ରାଜ୍ୟ ବଜେଟ୍ ଉପସ୍ଥାପନା ହେବ । କେନ୍ଦ୍ର ଭଳି ରାଜ୍ୟରେ ମଧ୍ୟ ରାଜ୍ୟ ବଜେଟ୍ ପେପରଲେସ୍ ହେବ ବୋଲି ଘୋଷଣା କରାଯାଇଛି ।
ଏହି ବିଧାନସଭା ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଫେବୃଆରୀ 18 ରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇ 27 ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ 12 ତାରିଖରୁ ଆରମ୍ଭ ହୋଇ ଅପ୍ରେଲ୍ 9 ତାରିଖ ପର୍ଯ୍ୟନ୍ତ ଚାଲିବ । ମାର୍ଚ୍ଚ 31 ତାରିଖରେ ଚଳିତ ଆର୍ଥଇକ ବର୍ଷର ମୋଟ ବ୍ୟୟ ମଞ୍ଜୁର ବିଲ୍ ଆଗତ ହେବ ।












Click it and Unblock the Notifications