5,358 କୋଟିର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଓଡିଶା ସରକାରଙ୍କ ଅନୁମୋଦନ : ସୃଷ୍ଟି ହେବ 3,667 ନିଯୁକ୍ତି ସୁଯୋଗ
ଓଡ଼ିଶାରେ 5,358 କୋଟିର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଓଡ଼ିଶା ସରକାର । ଏହି ପ୍ରକଳ୍ପ 3,667 ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଭୁବନେଶ୍ୱର : ଓଡ଼ିଶାରେ 5,358 କୋଟିର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଓଡ଼ିଶା ସରକାର । ମେଟାଲ୍, ସିମେଣ୍ଟ ଏବଂ ପେଟ୍ରୋକେମିକାଲ୍ କ୍ଷେତ୍ରରେ ଏହି ପୁଞ୍ଜି ବିନିଯୋଗ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ କର୍ତ୍ତୃପକ୍ଷ ବୁଧବାର ତିନୋଟି ପ୍ରକଳ୍ପକୁ ଏହାର ମୂଳ ଅନୁମୋଦନ ଦେଇଛନ୍ତି । ଏହି ତିନୋଟି ପ୍ରକଳ୍ପ 3,667 ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

କୋଭିଡ୍ ମହାମାରୀ ସତ୍ତ୍ୱେ ଫେବୃଆରୀ 2020 ଠାରୁ ଏପର୍ଯ୍ୟନ୍ତ 1.19 ଲକ୍ଷ କୋଟି ଟଙ୍କା ବିନିଯୋଗ ପ୍ରସ୍ତାବକୁ ରାଜ୍ୟ ଆକର୍ଷିତ କରିଛି ।
2,415 କୋଟି ଟଙ୍କା ବିନିଯୋଗରେ କଳିଙ୍ଗନଗରରେ ୟାଜଦାନି ଷ୍ଟିଲ ଏବଂ ପାୱାର ଲିମିଟେଡର ଇଣ୍ଟିଗ୍ରେଟେଡ୍ ପ୍ଲାଣ୍ଟର କ୍ଷମତା 0.07 mtpa ରୁ 1.19 mtpa ସମ୍ପ୍ରସାରଣ ପାଇଁ କର୍ତ୍ତୃପକ୍ଷ ଏହାକୁ ମୂଳ ଅନୁମୋଦନ ଦେଇଛନ୍ତି । ଏହି ପ୍ରକଳ୍ପ ରାଜ୍ୟରେ 2,867 ରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବାର ସାମର୍ଥ୍ୟ ରଖିବ ।
ଏହା ବ୍ୟତୀତ 1.32 mtpaର ଅତିରିକ୍ତ କ୍ଲିଙ୍କର୍ କ୍ଷମତା ଏବଂ ଶିବ ସିମେଣ୍ଟ ଲିମିଟେଡ୍ (SCL)ର କ୍ଷମତା କ୍ଷମତା 1.05 mtpa ବୃଦ୍ଧି ପାଇଁ ଏହି ପ୍ରସ୍ତାବରେ ଅନୁମୋଦନ କରାଯାଇଛି ।
ଏଥି ସହିତ ସୁନ୍ଦରଗଡ ଜିଲ୍ଲାର ତେଲିଘଣା ଏବଂ କୁଟ୍ରା ଠାରେ କମ୍ପାନୀ 1ହଜାର 523କୋଟି 24ଲକ୍ଷ ଟଙ୍କା ବିନିଯୋଗ କରି ଦୁଇଟି କେନ୍ଦ୍ର ସ୍ଥାପନ କରିବ ଯାହାକି 600 ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇବ ।
ସେହିପରି ଜଗତସିଂପୁରର ପାରାଦୀପରେ ନୁମାଲିଗଡ ରିଫାଇନାରୀ ଲିମିଟେଡ୍ (NRL) 1ହଜାର 420 କୋଟି ଟଙ୍କା ବିନିଯୋଗ କରି ଏକ ଅଶୋଧିତ ତୈଳ ଟର୍ମିନାଲ ବିକାଶ ପାଇଁ ଏହି ପ୍ରସ୍ତାବରେ ସବୁଜ ସଙ୍କେତ ଦିଆଯାଇଛି ।
ମୁଖ୍ୟ ଶାସନ ସଚିବ ଏସସି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କର୍ତ୍ତୃପକ୍ଷ ମେଟାଲ୍, ସାର, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବିନିଯୋଗ କରିବା ପାଇଁ ପାଞ୍ଚଟି ପ୍ରକଳ୍ପକୁ 1ହଜାର 85କୋଟି 8ଲକ୍ଷ ଟଙ୍କା ବିନିଯୋଗ କରିବାକୁ ଅନୁମତି ଦେଇଛନ୍ତି । ଏହି ପାଞ୍ଚଟି ପ୍ରକଳ୍ପ ରାଜ୍ୟରେ 964 ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।












Click it and Unblock the Notifications