For Quick Alerts
Turn On Notification  
For Daily Alerts
Oneindia App Download

ଲକଡାଉନରେ ମର୍ଣ୍ଣିଂ ୱାକ୍ ଓ ସାଇକ୍ଲିଂ ମନା

ଏଣିକି ସକାଳ ସମୟରେ ୱାକିଂ, ସାଇକ୍ଲିଂ କରିପାରିବେ ନାହିଁ । ଏନେଇ ପୋଲିସ୍ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । କିଛି ଲୋକଙ୍କୁ ମଣ୍ଣିଂ ୱାକ୍ ନାମରେ କରୋନା ଗାଇଡଲାଇନ୍ ଭାଙ୍ଗୁଥିବା ଦେଖିବାକୁ ମିଳିଛି ।

|

ଭୁବନେଶ୍ୱର : ଏଣିକି ସକାଳ ସମୟରେ ୱାକିଂ, ସାଇକ୍ଲିଂ କରିପାରିବେ ନାହିଁ । ଏନେଇ ପୋଲିସ୍ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । କିଛି ଲୋକଙ୍କୁ ମଣ୍ଣିଂ ୱାକ୍ ନାମରେ କରୋନା ଗାଇଡଲାଇନ୍ ଭାଙ୍ଗୁଥିବା ଦେଖିବାକୁ ମିଳିଛି । ଏହି ସମୟର ଫାଇଦା ଉଠାଇ କିଛି ଲୋକ ବାହାରେ ବୁଲୁଛନ୍ତି । ଆଉ କରୋନା ନିୟମକୁ ଉଲଂଘନ କରୁଛନ୍ତି । କରୋନା ନିୟମକୁ ମାନନ୍ତୁ ଏବଂ ସଂକ୍ରମଣ ବଢ଼ୁଥିବା ବେଳେ ଅଯଥା ଆସି ବାହାରେ ବୁଲନ୍ତୁ ନାହିଁ ବୋଲି ସେ ଲୋକମାନଙ୍କୁ ଅପିଲ୍ କରିଛନ୍ତି । ଲକଡାଉନର ଉଦ୍ଦେଶ୍ୟ ରାସ୍ତା ଉପରେ ଆସି ଗହଳି କରିବା ନୁହେଁ । ଅନ୍ୟପଟେ କଳାବଜାରୀ, ଅସାଧୁ ବ୍ୟବସାୟୀଙ୍କ ଠାରୁ ସଚେତନ ରହିବାକୁ ଚେତାବନୀ ଦିଆଯାଇଛି ।

Police-Commissioner

ସୂଚନା ଅନୁସାରେ, ଚଳିତ ମାସ 5 ତାରିଖରୁ ରାଜ୍ୟବ୍ୟାପୀ ଲକଡାଉନ୍ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ସମୟରେ ଜରୁରୀକାଳୀନ କାର୍ଯ୍ୟକୁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟସବୁ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା । ଅନ୍ୟ ପକ୍ଷରେ ଲୋକମାନଙ୍କ ସକାଳ ସମୟରେ 1 ଘଣ୍ଟା ପାଇଁ ମଣ୍ଣିଂ ୱାକ୍ ଏବଂ ସାଇକ୍ଲିଂ କରିବା ପାଇଁ ଅନୁମତି ଦିଆଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
No Morning Walk And Cycling In Odisha During Lockdown
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X