ଫେରିଲା ରାତ୍ରୀକାଳୀନ କର୍ଫ୍ୟୁ, 10 ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍
ସାରା ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଠାରୁ ଏହି ସମୟରେ ସାରା ରାଜ୍ୟରେ ରାତି 10ରୁ ସକାଳ 5ଟା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ଭୁବନେଶ୍ୱର : ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣ ମାମଲାକୁ ଆଖି ଆଗରେ ରଖି ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ସାରା ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଠାରୁ ଏହି ସମୟରେ ସାରା ରାଜ୍ୟରେ ରାତି 10ରୁ ସକାଳ 5ଟା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ସୂଚନାଯୋଗ୍ୟ, ପୂର୍ବରୁ ପଶ୍ଚିମ ଓଡ଼ିଶାର 10 ଜିଲ୍ଲାରେ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଲଗାଇଥିଲେ । ଏଥିରେ ପରିବର୍ତ୍ତନ କରାଯାଇଛି । ଆସନ୍ତାକାଲି ଠାରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏନେଇ ସାମ୍ବଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଛତିଶଗଡ଼ ସୀମାନ୍ତ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ଆସନ୍ତାକାଲିଠାରୁ ରାତ୍ରୀକାଳୀନ କର୍ଫ୍ୟୁ ସମୟ ପରିବର୍ତ୍ତନ ହେବ । 10 ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା 6ଟାରୁ ଭୋର୍ 5ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହାବ୍ୟତୀତ ଓଡ଼ିଶାର ଅନ୍ୟ 20 ଜିଲ୍ଲାର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ରାତି 9ଟାରୁ ସକାଳ 5ଟା ଯାଏଁ ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଲାଗୁ ହେବ ।
ଏହା ବ୍ୟତୀତ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବା 10 ଟି ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ କରାଯିବ । ପ୍ରତି ଶନିବାର ଓ ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ୱିକେଣ୍ଡ କର୍ଫ୍ୟୁ ଲାଗୁ ହେବ । ଆସନ୍ତା ଶନିବାର ଓ ରବିବାର ଠାରୁ ଏହି ସାପ୍ତାହିକ ସଟଡାଉନ୍ ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ସମସ୍ତ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି । ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତି ନିଜ ଆଇକାର୍ଡ ଚେକିଂ ସମୟରେ ଦେଖାଇବେ । ନାଇଟ୍ କର୍ଫ୍ୟୁ ସମୟରେ ମାଲ ପରିବହନ ଗାଡ଼ି ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଉଚ୍ଚଶିକ୍ଷା ବିଭାଗର ସମସ୍ତ ପାଠପଢ଼ା ଆସନ୍ତା 19 ତାରିଖରୁ ବନ୍ଦ କରାଯିବ । କୋଚିଂ ସେଣ୍ଟର ଗୁଡ଼ିକ ମଧ୍ୟ ଅଫଲାଇନ୍ କ୍ଲାସ୍ କରିପାରିବେ ନାହିଁ । ବୈଷୟିକ ଶିକ୍ଷା, ମେଡିକାଲ ଶିକ୍ଷା ନେଇ ସରକାର ନୂଆ ମାର୍ଗଦର୍ଶିକା ଜାରି କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
ବିବାହର ଓ ଅନ୍ତେଷ୍ଟି କ୍ରିୟା ପାଇଁ ଗାଇଡଲାଇନ୍
ଏହି ସମୟରେ ବିବାହରେ ସର୍ବାଧିକ 50 ଜଣ, ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ 20 ଜଣ ସାମିଲ୍ ହୋଇପାରିବେ । ଧାର୍ମିକ, ସାମାଜିକ, ରାଜନୀତିକ ସମାବେଶ ଓ ସଭା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ବିଭିନ୍ନ ଧର୍ମାନୁଷ୍ଠାନରେ କେବଳ ପୂଜକ ରୀତିନୀତି କରିବେ । ଶ୍ରଦ୍ଧାଳୁ ସାମିଲ୍ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ । ପ୍ରତି ହାଟ ଗୁଡ଼ିକରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରାଯିବ । କରୋନା ଭାଇରସର ଦ୍ୱିତୀୟ ଲହରରେ ଯୁବବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।
ବାର୍, ହୋଟେଲ ଓ ରେସ୍ତୋରାଁ କ୍ଷମତାର 50 ପ୍ରତିଶତ ବସି ଖାଇବାକୁ ଅନୁମତି ଦିଆଯିବ । ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଯାଉଥିବା ବସ୍ ସେବାକୁ ଆସନ୍ତା ସୋମବାର ଠାରୁ ବନ୍ଦ କରାଯିବ । ରାଜ୍ୟ ଭିତରେ ବସ୍ ଚଳାଚଳ ଜାରି ରହିବ । ତେବେ କେହି ଛିଡ଼ା ହୋଇ ଯାଇପାରିବେ ନାହିଁ । ଅଟୋ, ଟ୍ୟାକ୍ସିରେ ଡ୍ରାଇଭର ବାଦ୍ ସର୍ବାଧିକ 2 ଜଣ ଯାଇପାରିବେ । ସିନେମା ହଲ୍ କ୍ଷମତାର 50 ପ୍ରତିଶତ ସିଟକୁ ନେଇ ଚାଲିବ । ଖୋଲାସ୍ଥାନରେ ଥିବା ମୀନା ବଜାର ଓ ପାର୍କରେ ସର୍ବାଧିକ 200 ଜଣ, ଥିଏଟର ଓ ଯାତ୍ରାରେ ସର୍ବାଧିକ 1 ହଜାର ଲୋକ ସାମିଲ୍ ହୋଇପାରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
50 ପ୍ରତିଶତରେ ଚାଲିବ ସରକାରୀ ଅଫିସ୍
ସରକାରୀ ଅଫିସ୍ ସବୁ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଘରୋଇ ସଂସ୍ଥା, ବ୍ୟାଙ୍କ ଏବଂ ଅନ୍ୟ କାର୍ଯ୍ୟାଳୟ ଯଥାସମ୍ଭବ କମ୍ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଅଫିସରେ ସାନିଟାଇଜର ବ୍ୟବସ୍ଥା ସହ ମାସ୍କ ପିନ୍ଧିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ବ୍ୟବଧାନରେ କର୍ମକ୍ଷେତ୍ରକୁ ସାନିଟାଇଜ୍ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଉଛି । 45 ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ନେବା ଲାଗି ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି । କରୋନା ଲକ୍ଷଣ ଦେଖାଗଲେ ଟେଷ୍ଟ କରାଇ ନେବା ଲାଗି କହିଛନ୍ତି ଶ୍ରୀ ମହାପାତ୍ର ।
ସମସ୍ତେ ମାସ୍କ ପିନ୍ଧି ଚଳିଲେ ଆମେ ଲକଡାଉନ୍ ଏବଂ ସଟଡାଉନ୍ ଭଳି ପରିସ୍ଥିତିକୁ ଏଡ଼ାଇ ପାରିବା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ ବେଳେ ଏ କଥା କହିଥିଲେ ।
-
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ -
କାଶ୍ମୀରରେ ବଡ଼ ଧରଣର ପ୍ରତିବାଦ ; କାଶ୍ମୀରରେ ସ୍କୁଲ-କଲେଜ ବନ୍ଦ -
ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗହଣ: ସକାଳ ୬ଟା ୨୦ରୁ ପାକ ତ୍ୟାଗ, ସନ୍ଧ୍ୟା ୬ଟା ୪୭ ପରେ.... -
ଆମେରିକା F-15 ଯୁଦ୍ଧ ବିମାନକୁ ଖସାଇଲା ଇରାନ -
ବିଶ୍ୱର ପ୍ରଥମ ମହିଳା ଭାବେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କଲେ ମେଲାନିଆ ଟ୍ରମ୍ପ -
ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ଭବିଷ୍ୟବାଣୀ, ସୋସିଆଲ ମିଡ଼ିଆରେ ଆତଙ୍କ -
ଟାଇଁ ଟାଇଁ ଖରା, ୩୯ ଡିଗ୍ରୀ ଛୁଇଁପାରେ ପାରଦ -
ଇରାନର ଡ୍ରୋନ୍ ଶକ୍ତି ଦେଖି ଆମେରିକା ଆଶ୍ଚର୍ଯ୍ୟ -
ଇରାନ୍-ଆମେରିକା ଯୁଦ୍ଧକୁ ନେଇ ସତର୍କ କରାଇଲା ଭାରତ, ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି -
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ -
ଚନ୍ଦ୍ରଗ୍ରହଣ:ଜାଣନ୍ତୁ କିପରି କରିବେ ପାଳନ ? କ'ଣ ଖାଇବେ, କ'ଣ ପିଇବେ ? -
ଇରାନର ସବୁଠୁ ଶକ୍ତିଶାଳୀ ମୁଖ୍ୟାଳୟକୁ ଧ୍ୱଂସ କଲା ଆମେରିକା ସେନା












Click it and Unblock the Notifications