ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି, 'କେନ୍ଦ୍ର ଟିକା କିଣି ସବୁ ରାଜ୍ୟକୁ ଯୋଗାଇ ଦେଉ'

କରୋନା ମହାମାରୀ ବିରୋଧରେ ଲଢେଇ ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାର ଅନ୍ତର୍ଜାତୀୟ ଟିକା କମ୍ପାନିମାନଙ୍କ ସହ ଚୁକ୍ତି କରି ଟିକା କିଣି ରାଜ୍ୟମାନଙ୍କୁ ଯୋଗାଇଦେବା ନେଇ ଦାବି କରିଛନ୍ତି ।

ଭୁବନେଶ୍ୱର : କରୋନା ମହାମାରୀ ବିରୋଧରେ ଲଢେଇ ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାର ଅନ୍ତର୍ଜାତୀୟ ଟିକା କମ୍ପାନିମାନଙ୍କ ସହ ଚୁକ୍ତି କରି ଟିକା କିଣି ରାଜ୍ୟମାନଙ୍କୁ ଯୋଗାଇଦେବା ନେଇ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ଏପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଅନୁରୋଧ ଜଣାଇଥିବାବେଳେ ରାଜ୍ୟମାନେ ଏକାଠି ହୋଇ କେନ୍ଦ୍ର ନିକଟରେ ଦାବି କରିବା ନେଇ ସେ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ସେ ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପତ୍ରଲେଖି ମିଳିତ ଭାବେ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ ପାଇଁ ଅନୁରୋଧ କରିଛନ୍ତି ।

Naveen Patnaik

ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ, 18 ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଟିକା ଘୋଷଣା ପରେ ଦେଶରେ ଟିକା ଅଭାବ ଦେଖାଦେଇଥିବାରୁ ଟୀକାକରଣ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଦେଶର ଟିକା କମ୍ପାନୀ ମାନେ ମଧ୍ୟ ଚାହିଦା ମେଣ୍ଟାଇ ପାରୁନାହାଁନ୍ତି । ସେ କହିଛନ୍ତି ଯେ, ଆମ ଲୋକଙ୍କୁ ସୁରକ୍ଷା ଦେବାର ଏକମାତ୍ର ମାଧ୍ୟମ ହେଉଛି ଟିକା । ଯୁଦ୍ଧକାଳୀନ ଭିତ୍ତିରେ ଟୀକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ । କେନ୍ଦ୍ର ନିୟମ କୋହଳ କଲା ପରେ କିଛି ରାଜ୍ୟ ଟେଣ୍ଡର ଡାକିଛନ୍ତି । କିନ୍ତୁ ଟିକା କଂପାନୀମାନେ କେନ୍ଦ୍ର ସରକାରଙ୍କ ଠାରୁ କ୍ଲିୟରାନ୍ସ ଚାହୁଁଛନ୍ତି । ସେମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି ଚାହୁଁ ନାହାନ୍ତି । ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ କେନ୍ଦ୍ର ଟିକା ଆଣି ରାଜ୍ୟକୁ ଯୋଗାଇ ଦିଅନ୍ତୁ ।

ରାଜ୍ୟର ବହୁସ୍ଥାନରେ ସ୍ଥାନରେ ଇଣ୍ଟରନେଟର ସୁବିଧା ନଥିବାରୁ ଏବଂ ଅଧିବାସୀ ଅଧୁଷିତ ଅଞ୍ଚଳରେ ଟିକାକରଣ ନେଇ ପଞ୍ଜୀକରଣ କରିବାରେ ଅସୁବିଧା ହେଉଛି । ଏଣୁ ଏଭଳି ସ୍ଥିତିରେ ରାଜ୍ୟକୁ ଟିକାକରଣ ନେଇ ନିଜସ୍ୱ ମେକାନିଜମ୍ ଜରିଆରେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ କ୍ଷମତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+