କେନ୍ଦ୍ର ଉପରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ପ୍ରତିକ୍ରିୟା : 'ପ୍ରସ୍ତାବିତ ବାଇ-ଲ'କୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ'
କେନ୍ଦ୍ର ସରକାରଙ୍କ ବାଇ-ଲ'କୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଇ - ଲ'କୁ ପ୍ରତ୍ୟାହାର କରିବାନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ନବୀନ ।
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବାଇ-ଲ'କୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଇ - ଲ'କୁ ପ୍ରତ୍ୟାହାର କରିବାନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ନବୀନ । ସେ ଆହୁରି ମଧ୍ୟ କହିଛନ୍ତି, କେହି ବି ଶ୍ରୀମନ୍ଦିର ତଥା ମହାପ୍ରଭୁଙ୍କ ବିକାଶ କାର୍ଯ୍ୟକୁ ଅଟକାଇ ପାରିବେ ନାହିଁ । ଆଜି ପୁରୀ ଗସ୍ତ ସମୟରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ସକାଳେ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହା ପରେ ସେ ଟ୍ୱିଟ୍ କରି କହିଛନ୍ତି 'କୋଭିଡ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ ନେଇ ମୁଁ ଉତ୍ସାହିତ । ସବୁ ତାଙ୍କରି ଇଚ୍ଛା । ଜୟ ଜଗନ୍ନାଥ । ପୁରୀ ମନ୍ଦିରର ବିକାଶ ପାଇଁ ପୁରୀ ଲୋକ ବହୁ ସାହାଯ୍ୟ କରିଛନ୍ତି । ସେମାନଙ୍କର ତ୍ୟାଗ ବ୍ୟର୍ଥ ଯିବନି । କେହି ବି ମହାପ୍ରଭୁଙ୍କ ବିକାଶ କାର୍ଯ୍ୟକୁ ଅଟକାଇପାରିବେ ନାହିଁ । କେନ୍ଦ୍ର ସରକାର ଏହି ନିୟମକୁ ପ୍ରତ୍ୟାହାର କରିବା ଉଚିତ୍ ।'

ଜାତୀୟ ସ୍ମାରକୀ ପ୍ରାଧିକରଣ (NMA) ଦ୍ୱାରା ପ୍ରକାଶିତ ଜଗନ୍ନାଥ ମନ୍ଦିର ପାଇଁ ଐତିହ୍ୟ ନିୟମକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଅପରପକ୍ଷରେ ରବିବାର ଦିନ ମନ୍ଦିର ପ୍ରଶାସନ ସଂସ୍କୃତି ମନ୍ତ୍ରଣାଳୟକୁ ତୁରନ୍ତ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ଦାବି କରିଥିଲା ।
କରୋନା ପରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିନଥିଲେ ନବୀନ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ନବୀନ ପଟ୍ଟନାୟକ 2020 ମସିହା ଅକ୍ଟୋବର 17 ତାରିଖରେ ପୁରୀରେ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡର ପ୍ରୋଜେକ୍ଟର ସମୀକ୍ଷା କରିଥିଲେ ।












Click it and Unblock the Notifications