ମହିଳା ସଂରକ୍ଷଣ ନେଇ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦାବି
ଜାତୀୟ ଦଳ ଗୁଡ଼ିକ ମହିଳା ସଂରକ୍ଷଣ ନେଇ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ଏହାକୁ ପାଳନ କରାନଯାଏ ତେବେ ଇତିହାସ ଆମକୁ କ୍ଷମା ଦେବନି ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ ।
ଭୁବନେଶ୍ୱର : ଶନିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଓଡ଼ିଶାର ସ୍ୱାର୍ଥ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରେଳବାଇ, ବ୍ୟାଙ୍କିଂ, ଟେଲିକମ୍, କେନ୍ଦ୍ରୀୟ ଅନୁଦାନ ହ୍ରାସ , 'ସ୍ୱତନ୍ତ୍ର ଫୋକସ୍ ରାଜ୍ୟ' ଓ ଅଷ୍ଟମ ପରିଚ୍ଛେଦରେ ଗୁରୁତ୍ୱପୂର୍ଣ୍ଣ ଭାଷା ସାମିଲ କରିବାକୁ ନୀତି ଆୟୋଗ ବୈଠକରେ ଦାବି କରିଛନ୍ତି । ଏଥିସହିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି ।

ଗଣତନ୍ତ୍ରରେ ନିର୍ବାଚନ ଏକ ପ୍ରମୁକ ଅଙ୍ଗ । ଥରେ ନିର୍ବାଚିତ ହେବା ପରେ ଦଳଗତ ଚିନ୍ତାଧାରାରୁ ଊର୍ଦ୍ଧ୍ୱରେ ରହି ସରକାରଙ୍କୁ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପଡ଼ିଥାଏ । କିନ୍ତୁ ଆମେ ତାହା କରୁଛନ୍ତି କି ନାହିଁ ତାହା ଆତ୍ମ ସମୀକ୍ଷା କରିବାର ସମୟ ଆସିଛି । ନିର୍ବାଚିତ ସରକାରର ପ୍ରତ୍ୟେକଟି କାର୍ଯ୍ୟକୁ ଓ ଅପରାଧକୁ ରାଜେନୖତିକ ଦୃଷ୍ଟିଭଙ୍ଗୀରେ ମଧ୍ୟ ଦେଖାଯାଉଛି । ଯାହାକି ପରିବେଶ ତଥା ଦେଶ ଏବଂ ରାଜ୍ୟର ବିକାଶରେ ବାଧକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହାବ୍ୟତୀତ ଜାତୀୟ ଦଳ ଗୁଡ଼ିକ ମହିଳା ସଂରକ୍ଷଣ ନେଇ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ଏହାକୁ ପାଳନ କରାନଯାଏ ତେବେ ଇତିହାସ ଆମକୁ କ୍ଷମା ଦେବନି ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ । ଏହା ସହ ଅପପୁଷ୍ଟି, ଯୋଗାଯୋଗ, ଲିଙ୍ଗଗତ ବୈଷମ୍ୟ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । UPSC, NEET, JEE ଭଳି ପରୀକ୍ଷା ଢାଞ୍ଚା ବଦଳିବା ଆବଶ୍ୟକ । ଗ୍ରାମାଞ୍ଚଳ ଓ ଗରିବ ପିଲାଙ୍କ ମେଧାକୁ ନଜର ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ନୀତି ଆୟୋଗ ବୈଠକରେ ଅନେକ ପ୍ରସଙ୍ଗ ଉଠୁଛି । ନୀତି ଆୟୋଗର ପଦକ୍ଷେପ ସମସ୍ତେ ଜାଣିବା ଉଚିତ୍ । ଅନୁସୂଚିତ ଜନଜାତି ତାଲିକାରେ କିଛି ସମ୍ପ୍ରଦାୟ ସାମିଲ ପ୍ରସଙ୍ଗ 1978 ମସିହାରୁ ପଡ଼ିରହିଛି । ବିନା ନିଷ୍ପତ୍ତିରେ ଦୀର୍ଘବର୍ଷ ଧରି ପକାଇ ରଖିବା ଉଚିତ୍ ନୁହେଁ ବୋଲି ନବୀନ ପରାମର୍ଶ ଦେଇଛନ୍ତି । କରୋନା ନେଇ ସଂଗ୍ରାମ ମିଳିତ ଉଦ୍ୟମର ପ୍ରତିଫଳନ । ସଂଘୀୟ ରାଷ୍ଟ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମିଳିତ ଉଦ୍ୟମ ଦରକାର ବୋଲି ଶ୍ରୀ ପଟ୍ଟନାୟକ ଯୁକ୍ତି ବାଢିଛନ୍ତି ।
-
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ -
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା












Click it and Unblock the Notifications