ତାଳସାରି ବେଳାଭୂମି ବିକାଶ ପାଇଁ 36 କୋଟିର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପିତ

ତାଳସାରି ବେଳାଭୂମିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ଗୁରୁବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ 36 କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର : ତାଳସାରି ବେଳାଭୂମିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ଏହାର ବିକାଶ ଦିଗରେ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଗୁରୁବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ତାଳସାରି ପାଇଁ 36 କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହ ପ୍ରକଳ୍ପ ଅଧିନରେ ଚନ୍ଦନେଶ୍ଵର-ଉଦୟପୁର ତାଳସାରି ବେଳାଭୂମିର ଚାରିପାଖ ଆଲୋକୀକରଣ ହେବ । ଏହା ସହିତ ତାଳସାରି-ଉଦୟପୁର ବେଳାଭୂମି ସୌନ୍ଦର୍ଯ୍ୟକରଣ ହେବ ।

Naveen Patnaik

ଚନ୍ଦ୍ରଭାଗା ଓ ତାଳସାରିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀର ରୂପ ଦେବା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ତାଲସାରି ବେଳାଭୂମିକୁ ଏକ ମାଇଲଖୁଣ୍ଟ ଭାବେ ବିକଶିତ କରିବାକୁ ରାଜ୍ୟ ସରକାର 36 କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଠାରେ ଏକାଧିକ ଦିନ ରହଣି ବ୍ୟବସ୍ଥା ହେବା ସହ 2.4 କିଲୋ ମିଟର ଅଞ୍ଚଳକୁ ବିକଶିତ କରାଯିବ । ତାରକା ଓ ବଜେଟ୍‌ ହୋଟେଲ ନିର୍ମାଣକୁ ପ୍ରୋତ୍ସାହିତ କରାଯିବ ସହିତ ପ୍ୟାଭିଲିୟନ, ବର୍ଷା ଆଶ୍ରୟସ୍ଥଳ, କିଓସ୍କ ନିର୍ମାଣ କରାଯିବ । ସେହିଭଳି ସିଟିଂ ଆଇଲ୍ୟାଣ୍ଡ, ସୋଲାର ଫଟୋ ଭୋଲଟିକ୍ ପ୍ୟାନେଲ୍‌ସ ନିର୍ମାଣ ହେବ । ଆମ୍ପିଥିଏଟର, ରେସ୍ତୋରାଁ, କ୍ରାଫ୍ଟ ପ୍ଲାଜା ତିଆରି ହେବାକୁ ମଧ୍ୟ ଯୋଜନା ରହିଛି । ଏହି ପ୍ରକଳ୍ପର କାର୍ଯ୍ୟ 2021 ଅକ୍ଟୋବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିପରି ଚନ୍ଦ୍ରଭାଗା ବେଳାଭୂମିର ବିକାଶ କରି ଏହାକୁ ଆହୁରି ଆକର୍ଷଣୀୟ କରିବା ସହ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢିତୋଳିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏଠାରେ ଏକ କିଲୋମିଟର ବ୍ୟାପୀ ଅଞ୍ଚଳର ବିକାଶ କରାଯିବାକୁ ନିଷ୍ପତି ହୋଇଛି । ଏଥିପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତି ହୋଇଛି । ବେଳାଭୂମିରେ ପର୍ଯ୍ୟଟଙ୍କୁ ଆକର୍ଷିତ କରିବା ପାଇଁ ଜଳକ୍ରୀଡ଼ା, ଆମୋଦ ପ୍ରମୋଦ, ସୁଦୃଶ୍ୟ ଚଲାପଥ, ସାଇକେଲ ଟ୍ରାକ୍ ନିର୍ମାଣ କରାଯିବ । ସମୁଦ୍ର କୂଳେ କୂଳେ କାଠ ଚଲାପଥ, ମୁକ୍ତାକାଶ ରଂଗମଞ୍ଚ ମଧ୍ୟ ନିର୍ମାଣ ହେବ । ଛୋଟ ପିଲାଙ୍କ ଖେଳ ପାଇଁ ସ୍ୱତନ୍ତ୍ର ଅଞ୍ଚଳ ଓ ସୂର୍ଯ୍ୟୋଦୟ ଦେଖିବାକୁ ମଞ୍ଚ ପ୍ରସ୍ତୁତ କରାଯିବ । ଦୁଃସାହସିକ କ୍ରୀଡ଼ା ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ଏହାବ୍ୟତୀତ ଏଠାରେ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ମଧ୍ୟ ରହିବ । ଲ୍ୟାଣ୍ଡସ୍କାପିଂ, ବାଲି ସୁରକ୍ଷା ବ୍ୟବସ୍ଥା ଓ ସୌର ଆଲୋକର ସୁବିଧା କରାଯିବ । ଏଥିପାଇଁ ସ୍ଥାନୀୟ ଲୋକଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରାଯିବ । ବର୍ଷକ ମଧ୍ୟରେ ସମଗ୍ର ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+