ବୁଲା ଗାଈଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ଆଉ ପଞ୍ଚାବନ ଲଷ ଟଙ୍କା ମଞ୍ଜୁର
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ, 48 ଟି ମ୍ୟୁନିସପାଲଟି ଓ 61 ଟିଏନ୍ଏସି ମାନଙ୍କୁ ପଞ୍ଚାବନ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି ।
ଭୁବନେଶ୍ୱର : କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈଗୋରୁ, କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ, 48 ଟି ମ୍ୟୁନିସପାଲଟି ଓ 61 ଟିଏନ୍ଏସି ମାନଙ୍କୁ ପଞ୍ଚାବନ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି । ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ ।

ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା, କଟକ, ସମ୍ବଲପୁର, ରାଉରକେଲା ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା, ମ୍ୟୁନିସପାଲଟି ମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନଏସି ମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ।
ସୂଚନାଯୋଗ୍ୟ ଗତ 9 ତାରିଖ ଦିନ ଏହି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲଷ ଟଙ୍କା ମଞୁର କରାଯାଇଥିଲା ।












Click it and Unblock the Notifications