For Quick Alerts
Turn On Notification  
For Daily Alerts
Oneindia App Download

ବାହାଘର ପାଇଁ ଶୋଭାଯାତ୍ରାକୁ ଅନୁମତି : ଯୋଗ ଦେଇପାରିବେ ସର୍ବାଧିକ 200 ଲୋକ

ବାହାଘରକୁ ନେଇ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍ । ବିବାହ,ବ୍ରତଘରରେ ପ୍ରୋସେସନ୍ ଉପରେ ଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ସ୍ପେଶାଲ୍ ରିଲିଫ୍ କମିଶନଙ୍କ ଗାଇଡଲାଇନଅନୁସାରେ ବାହାଘରରେ ଶୋଭାଯାତ୍ରାକୁ ଅନୁମତି ଦିଆଯାଇଛି

|

ଭୁବନେଶ୍ୱର : ବାହାଘରକୁ ନେଇ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍ । ବିବାହ, ବ୍ରତଘରରେ ପ୍ରୋସେସନ୍ ଉପରେ ଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ସ୍ପେଶାଲ୍ ରିଲିଫ୍ କମିଶନଙ୍କ ଗାଇଡଲାଇନ ଅନୁସାରେ ବାହାଘରରେ ଶୋଭାଯାତ୍ରାକୁ ଅନୁମତି ଦିଆଯାଇଛି । ବାହାଘର ଭୋଜି କିମ୍ବା ଶୋଭାଯାତ୍ରାରେ ସର୍ବାଧିକ 200 ଲୋକ ଯୋଗ ଦେବାକୁ ଅନୁମତି ମିଳିଛି । ସେହିପରି ଅନ୍ତିମ ସଂସ୍କାରରେ କେବଳ 100 ଲୋକ ଯୋଗ ଦେଇପାରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

marriage-procession
ତେବେ ବିବାହ ଉତ୍ସବରେ କୋଭିଡ-19 କଟକଣା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ କମିସନରଙ୍କର ବିଜ୍ଞପ୍ତିରେ କୁହାଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଥର୍ମାଲ୍ ସ୍କାନିଂର ବ୍ୟବସ୍ଥା ଏବଂ ହାତ ଧୋଇବା କିମ୍ବା ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।
src-guideline

ତେବେ ବନ୍ଦ ସ୍ଥାନରେ ମାତ୍ର ୫୦ ପ୍ରତିଶତ ବ୍ୟକ୍ତିଙ୍କୁ ନେଇ ବିବାହ ଉତ୍ସବ ଏବଂ ଅନ୍ତିମ ସଂସ୍କାର ଆୟୋଜିତ ହୋଇପାରିବ ବୋଲି ଏଥିରେ କୁହାଯାଇଛି । ଖୋଲା ସ୍ଥାନରେ, ଭୂମି / ଖୋଲା ସ୍ଥାନର ଆକାରକୁ ଦୃଷ୍ଟିରେ ରଖି, ଉପଯୁକ୍ତ ସଂଖ୍ୟକ ବ୍ୟକ୍ତି ଏଥିରେ ସାମିଲ ହୋଇପାରିବେ ବୋଲି ମଧ୍ୟ କୁହାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Modified Guideline of Special Relief Commission for Marriage. DJ and Procession allowed.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X