ବାହାଘର ପାଇଁ ଶୋଭାଯାତ୍ରାକୁ ଅନୁମତି : ଯୋଗ ଦେଇପାରିବେ ସର୍ବାଧିକ 200 ଲୋକ

ବାହାଘରକୁ ନେଇ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍ । ବିବାହ,ବ୍ରତଘରରେ ପ୍ରୋସେସନ୍ ଉପରେ ଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ସ୍ପେଶାଲ୍ ରିଲିଫ୍ କମିଶନଙ୍କ ଗାଇଡଲାଇନଅନୁସାରେ ବାହାଘରରେ ଶୋଭାଯାତ୍ରାକୁ ଅନୁମତି ଦିଆଯାଇଛି

ଭୁବନେଶ୍ୱର : ବାହାଘରକୁ ନେଇ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍ । ବିବାହ, ବ୍ରତଘରରେ ପ୍ରୋସେସନ୍ ଉପରେ ଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ସ୍ପେଶାଲ୍ ରିଲିଫ୍ କମିଶନଙ୍କ ଗାଇଡଲାଇନ ଅନୁସାରେ ବାହାଘରରେ ଶୋଭାଯାତ୍ରାକୁ ଅନୁମତି ଦିଆଯାଇଛି । ବାହାଘର ଭୋଜି କିମ୍ବା ଶୋଭାଯାତ୍ରାରେ ସର୍ବାଧିକ 200 ଲୋକ ଯୋଗ ଦେବାକୁ ଅନୁମତି ମିଳିଛି । ସେହିପରି ଅନ୍ତିମ ସଂସ୍କାରରେ କେବଳ 100 ଲୋକ ଯୋଗ ଦେଇପାରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

marriage-procession
ତେବେ ବିବାହ ଉତ୍ସବରେ କୋଭିଡ-19 କଟକଣା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ କମିସନରଙ୍କର ବିଜ୍ଞପ୍ତିରେ କୁହାଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଥର୍ମାଲ୍ ସ୍କାନିଂର ବ୍ୟବସ୍ଥା ଏବଂ ହାତ ଧୋଇବା କିମ୍ବା ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।
src-guideline

ତେବେ ବନ୍ଦ ସ୍ଥାନରେ ମାତ୍ର ୫୦ ପ୍ରତିଶତ ବ୍ୟକ୍ତିଙ୍କୁ ନେଇ ବିବାହ ଉତ୍ସବ ଏବଂ ଅନ୍ତିମ ସଂସ୍କାର ଆୟୋଜିତ ହୋଇପାରିବ ବୋଲି ଏଥିରେ କୁହାଯାଇଛି । ଖୋଲା ସ୍ଥାନରେ, ଭୂମି / ଖୋଲା ସ୍ଥାନର ଆକାରକୁ ଦୃଷ୍ଟିରେ ରଖି, ଉପଯୁକ୍ତ ସଂଖ୍ୟକ ବ୍ୟକ୍ତି ଏଥିରେ ସାମିଲ ହୋଇପାରିବେ ବୋଲି ମଧ୍ୟ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+