ରାଉରକେଲାରେ ଭାରତର ସର୍ବବୃହତ ହକି ଷ୍ଟାଡିୟମ ; ମୁଖ୍ୟମନ୍ତ୍ରୀ

ଓଡ଼ିଶାର ରାଉରକେଲା ଠାରେ ନିର୍ମାଣ ହେବ ଭାରତର ସବୁଠାରୁ ବଡ଼ ହକି ଷ୍ଟାଡିୟମ୍ | ଏହି ଷ୍ଟାଡିୟମରେ 2023 ପୁରୁଷ ହକି ବିଶ୍ୱକପ୍ ଖେଳାଯି ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି |

ଭୁବନେଶ୍ୱର : ଓଡ଼ିଶାର ରାଉରକେଲା ଠାରେ ନିର୍ମାଣ ହେବ ଭାରତର ସବୁଠାରୁ ବଡ଼ ହକି ଷ୍ଟାଡିୟମ୍ | ଏହି ଷ୍ଟାଡିୟମରେ 2023 ପୁରୁଷ ହକି ବିଶ୍ୱକପ୍ ଖେଳାଯି ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି |

ରାଉରକେଲାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମରେ ଏକାଥରେ 20 ହଜାରରୁ ଦର୍ଶକ ବସିବାର କ୍ଷମତା ରହିବ | 15 ଏକରରୁ ଅଧିକ ଜମିରେ ଏହା ନିର୍ମାଣ କରାଯିବ |

Naveen Patnaik

ଏକ ଭିଡିଓ ବାର୍ତ୍ତାରେ ଘୋଷଣା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, "ଯେପରି ଆମେ ପୂର୍ବରୁ ଘୋଷଣା କରିଛୁ, ଓଡିଶା 2023ରେ ପୁରୁଷ ହକି ବିଶ୍ୱକପ୍‌ ଆଯୋଜନ କରିବ | ଏହି ଟୁର୍ଣ୍ଣାମେଣ୍ଟ ଉଭୟ ଭୁବନେଶ୍ୱର ଏବଂ ରାଉରକେଲାରେ ଆୟୋଜିତ ହେବ | ସୁନ୍ଦରଗଡ଼ ଜିଲ୍ଲା ହକି ପ୍ରତିଭାର ପାଓ୍ୱାର ହାଉସ୍ | ଜିଲ୍ଲାର ବହୁ ମହାନ ହକି ଖେଳାଳି ଦେଶକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଛନ୍ତି | ଦିଲୀପ ତିର୍କି ଏବଂ ସୁନୀତା ଲାକ୍ରାଙ୍କ ପରି ଖେଳାଳିଙ୍କ ନେତୃତ୍ୱରେ ଭାରତ ଦଳ ଦେଶ ପାଇଁ ପୁରସ୍କାର ଆଣିଛି | ହକିର ଲୋକପ୍ରିୟତା ସମଗ୍ର ଜିଲ୍ଲାରେ ଦେଖିବାକୁ ମିଳେ | ହକି ଖେଳାଳିଙ୍କ ପାଇଁ ଜିଲ୍ଲାବାସୀଙ୍କ ସମର୍ଥନ ଅତୁଳନୀୟ | ତେଣୁ ଭାରତୀୟ ହକିରେ ସୁନ୍ଦରଗଡ଼ର ଅବଦାନ ପାଇଁ ଏଠାରେ ସବୁଠାରୁ ବଡ଼ ହକି ଷ୍ଟାଡିୟମ୍ ନିର୍ମାଣ କରାଯିବେ ନେଇ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି |

ସୂଚନାଯୋଗ୍ୟ, ନିକଟରେ ରାଜ୍ୟ ସରକାର, ଇଣ୍ଟରନ୍ୟାସନାଲ ଫେଡେରେସନ୍ ଅଫ୍ ହକି (ଏଫ୍ଆଇଏଚ୍), କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ଏବଂ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ ସମେତ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧିଦଳ ରାଉରକେଲା ଗସ୍ତ କରିଥିଲେ | ବହୁ ପ୍ରତୀକ୍ଷିତ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ସହରର ଭିତ୍ତିଭୂମି ଏବଂ ସୁବିଧା ସମୀକ୍ଷା କରିଥିଲେ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+