ଅନଲାଇନରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍
2021 ମାର୍ଚ୍ଚ 20 ଠାରୁ ରାଜ୍ୟ ସରକାରଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ଅନଲାଇନରେ ଟ୍ରାନ୍ସଫର ଏବଂ କଣ୍ଡକ୍ଟ ସାର୍ଟିଫିକେଟ୍ ପାଇପାରିବେ ।
ଭୁବନେଶ୍ୱର : ମାଟ୍ରିକ୍ ସାର୍ଟିଫିକେଟ୍ ପାଇଁ ଆଉ ଯିବାକୁ ପଡ଼ିବନି ବୋର୍ଡ ଅଫିସ୍ । ଏବେ ଅନଲାଇନରେ ପିଲା ଆବେଦନ କରିପାରିବେ ବୋର୍ଡ ସାର୍ଟିଫିକେଟ୍ । ରାଜ୍ୟରେ ହାଇସ୍କୁଲ ଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି କରିବା ସହ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଲକ୍ଷ୍ୟରେ ପିଲାମାନଙ୍କୁ ସମସ୍ତ ସାର୍ଟିଫିକେଟ୍ ଅନଲାଇନରେ ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ରିପୋର୍ଟ ଅନୁଯାୟୀ, 2021 ମାର୍ଚ୍ଚ 20 ଠାରୁ ରାଜ୍ୟ ସରକାରଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ଅନଲାଇନରେ ଟ୍ରାନ୍ସଫର ଏବଂ କଣ୍ଡକ୍ଟ ସାର୍ଟିଫିକେଟ୍ ପାଇପାରିବେ ।

ସରକାରୀ ସୂତ୍ରରୁ ପ୍ରକାଶ ଯେ ନବମରୁ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କର ସାର୍ଟିଫିକେଟ୍ ଆବେଦନ କରିପାରିବେ ଏବଂ ଅବଶିଷ୍ଟ ଛାତ୍ରମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସୁବିଧା ପାଇପାରିବେ । ଛାତ୍ରଛାତ୍ରୀମାନେ ନିଜ ନିଜ ପଞ୍ଚାୟତରେ ଜନ ସେବା କେନ୍ଦ୍ରରେ ଅନଲାଇନ୍ ସାର୍ଟିଫିକେଟ୍ ଆବେଦନର ସୁବିଧା ପାଇପାରିବେ ।
ଏହି ପଦକ୍ଷେପକୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ, ଓଡିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC),ଇ ଏବଂ ଆଇଟି ବିଭାଗର ବୈଷୟିକ ନିର୍ଦ୍ଦେଶାଳୟ ଏବଂ ଜାତୀୟ ସୂଚନା କେନ୍ଦ୍ର (ଏନଆଇସି) ମିଳିତ ଭାବେ ଏହି ପଦକ୍ଷେପକୁ ବିକଶିତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି ।
-
ନସ ମଙ୍ଗରାଜ ଓ ସୁଲତା ଦେଓଙ୍କୁ ବଡ ଦାୟିତ୍ୱ ଦେଲା ବିଜେଡ଼ି -
ସମ୍ରାଟ ଚୌଧୁରୀ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ହେଲେ ବିଧାୟକ ଦଳ ନେତା -
ଆଲୋଚନା ବିଫଳ ପରେ ବଢ଼ିଲା ଟେନସନ୍, ଇରାନ ବନ୍ଦରକୁ ସାମୁଦ୍ରିକ ପରିବହନ ବନ୍ଦ କରିବ ଆମେରିକା -
୭୮ ବର୍ଷ ବୟସରେ ପାଦ ଥାପିଲା ଭୁବନେଶ୍ୱର, ସମୟ ସହ ବଦଳିଛି.. -
ରାଜ୍ୟରେ ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬ -
Adani Energyର ବଡ଼ ପଦକ୍ଷେପ; ମୁମ୍ବାଇକୁ ମିଳିଲା କ୍ଲିନ୍ ଏନର୍ଜି ବୁଷ୍ଟ, 1000 MW ପାୱାର୍ ଲିଙ୍କ ଚାଲୁ -
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ -
ଆଜିଠୁ ଭିତର ରତ୍ନଭଣ୍ଡାରରେ ହେବ ଗଣତିମଣତି -
ଆଜି ଆଶାତାଇଙ୍କ ଶେଷକୃତ୍ୟ -
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତ -
ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ -
IPL 2026 : ସନ୍ଧ୍ୟାରେ ବେଙ୍ଗାଲୁରୁ-ଲକ୍ଷ୍ନୌ ଟକ୍କର









Click it and Unblock the Notifications