Get Updates
Get notified of breaking news, exclusive insights, and must-see stories!

କୋଭିଡ୍ ମୁକାବିଲା ପାଇଁ 21 ଅଧିକାରୀଙ୍କୁ ଜିଲ୍ଲା ସ୍ତରରେ ଦାୟିତ୍ୱ

ଅଧିକାରୀଙ୍କୁ ସରକାର ରାଜ୍ୟର 14ଟି ସ୍ଥାନର ଦାୟିତ୍ବ ନ୍ୟସ୍ତ କରିଛନ୍ତି । ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ସେମାନେ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲାସ୍ତରରେ କାମ କରିବେ ।

ଭୁବନେଶ୍ୱର : କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ମୁକାବିଲା ପାଇଁ ଓଡ଼ିଶା ସରକାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାସ୍ତରରେ ମୁତୟନ କରିଛନ୍ତି । ଏହି ଅଧିକାରୀଙ୍କୁ ସରକାର ରାଜ୍ୟର 14ଟି ସ୍ଥାନର ଦାୟିତ୍ବ ନ୍ୟସ୍ତ କରିଛନ୍ତି । ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ସେମାନେ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲାସ୍ତରରେ କାମ କରିବେ । ଏହି ଅଧିକାରୀ ମାନଙ୍କ ଭିତରୁ ଭୁବନେଶ୍ୱର ମହାନଗର ନିଗମରେ ସଂକ୍ରମଣ ପ୍ରତିରୋଧ କାର୍ଯ୍ୟକ୍ରମ ତଦାରଖ ଦାୟିତ୍ୱ ନେବେ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ଓ ଡକ୍ଟର ଏନ୍.ତିରୁମାଳା ନାୟକ । ସେହିପରି ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲା ଦାୟିତ୍ୱରେ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧୁସୂଦନ ପାଢୀଙ୍କୁ ଦିଆଯାଇଥିବା ବେଳେ ବଲାଙ୍ଗିର, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲା ଦାୟିତ୍ୱରେ ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରାଙ୍କୁ ସ୍ୱତନ୍ତ୍ର ଭାବରେ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।

IAS-COVID-Observer

ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ନିକୁଞ୍ଜ ବିହାରୀ ଧଳଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ଦିଆଯାଇଥିବା ବେଳେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟିଙ୍କୁ ନିଯୁକ୍ତ କରାଯାଇଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଜି. ମାଥି ଭାଥନନ, ଯାଜପୁର-ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ହେମନ୍ତ ଶର୍ମା ଓ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କୁ ନିଯୁକ୍ତ କରାଯାଇଛି ।

ସେହିଭଳି ସମ୍ବଲପୁର ଓ ସୋନପୁର ଜିଲ୍ଲାରେ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ଚିତ୍ରା ଅରୁ ମୁଗମଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସାଶ୍ୱତ ମିଶ୍ର ଓ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ କଳାହାଣ୍ଡି-କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । କୋରାପୁଟ-ମାଲକାନଗିରି-ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ପାଇଁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବେ ଭି.ଭି ଯାଦବ ଓ ରସିଦ୍ ଖାନ୍ । ଗଜପତି ଜିଲ୍ଲା ପାଇଁ ଟି. ୱାପଙ୍ଗ ଆଓଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବେଳେ ଅନୀଲ କୁମାର ସାମଲଙ୍କୁ କଟକ-ନୟାଗଡ଼-ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । କଟକ ନଗର ଓ ଗ୍ରାମାଞ୍ଚଳ ପାଇଁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ସୁଶାନ୍ତ ମହାପାତ୍ର ତୁଲାଇବେ ବୋଲି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+