ବ୍ରହ୍ମପୁର ମେଡିକାଲ କଲେଜରେ Gastroenterology ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ବ୍ରହ୍ମପୁରର ମହାରାଜ କୃଷ୍ଣଚନ୍ଦ୍ର ଗଜୁପତି ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଖୋଲିବ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ । ଏନେଇ ଅୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ।
ଭୁବନେଶ୍ୱର : ବ୍ରହ୍ମପୁରର ମହାରାଜ କୃଷ୍ଣଚନ୍ଦ୍ର ଗଜୁପତି ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଖୋଲିବ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ । ଏନେଇ ଅୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ । ଏଥିସହିତ ଉଭୟ surgical ଓ medical Gastroenterology ପାଇଁ ୧୯ଟି ଶୈକ୍ଷିକ ଓ ଅଣଶୈକ୍ଷିକ ପଦବୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

MKCG ମେଡିକାଲ କଲେଜରେ ଏହି ଦୁଇ Super specialty ବିଭାଗ ଖୋଲିବା ଫଳରେ ସମଗ୍ର ଦକ୍ଷିଣ ଓଡିଶାର ଜନସାଧାରଣ ବିଶେଷ ଭାବରେ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବର୍ତ୍ତମାନ ବ୍ରହ୍ମପୁରରେ ଏହି ଅତ୍ୟାଧୁନିକsuper speciality ଚିକିତ୍ସା ସୁବିଧା ଉପଲବ୍ଧ ହେବା ଦ୍ବାରା ଦକ୍ଷିଣ ଓଡିଶାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ନୂଆ ଯୁଗର ଆରମ୍ଭ ହୋଇଛି । MKCG ମେଡିକାଲ କଲେଜ, ବ୍ରହ୍ମପୁର ରାଜ୍ୟର ବିଶେଷକରି ଦକ୍ଷିଣ ଓଡିଶାର ଅଗ୍ରଣୀ ଚିକିତ୍ସା ପ୍ରତିଷ୍ଠାନ ଭାବରେ ସୁପରିଚିତ । ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ବର୍ତ୍ତମାନ ଏହି Super specialty ବିଭାଗ ଖୋଲିବା ଦ୍ବାରା ଜନସାଧାରଣଙ୍କ ଅସୁବିଧା ଦୂର ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।












Click it and Unblock the Notifications