ମାଓଗଡ଼ କୁହାଯାଉଥିବା ମାଲକାନାଗିରିର ସ୍ୱାଭିମାନ ଅଞ୍ଚଳ ଏବେ ମୁଖ୍ୟଧାରାରେ ହେଉଛି ସାମିଲ

କିଛି ଦିନ ପୂର୍ବରୁ ଏହି ସ୍ୱାଭିମାନ ଅଞ୍ଚଳର ପଣସପୁଟ୍ ପଞ୍ଚାୟତର ଗୋରାସେତୁ ଗ୍ରାମରେ ଓଡ଼ିଶା ପୋଲିସ୍ ଏବଂ ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ଦ୍ୱାରା ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା |

ମାଲକାନାଗିରି : ମାଲକାନାଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଏବେ ତ୍ରିରଙ୍ଗା ପତାକା ଉତ୍ତୋଳନ ହାଇପାରିଛି | 6 ଦଶକ ଧରି ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଏହି ସ୍ୱାଭିମାନ ଅଞ୍ଚଳ ଥିଲା ମାଓବାଦୀଙ୍କ ଗଡ଼ | ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶର ମାଓବାଦୀମାନେ ଏଠାରେ ଲୁଚି ରହିବା ସହ ସେମାନଙ୍କର କାର୍ଯ୍ୟକଳାପ ଜାରି ରଖିଥିଲେ | ଚିତ୍ରକୋଣ୍ଡା ଅଞ୍ଚଳର ଘଞ୍ଚ ଜଙ୍କଲ ସାଜିଥିଲା ସେମାନଙ୍କ ପାଇଁ ଏକ ସୁରକ୍ଷାର ବଳୟ | କିନ୍ତୁ ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟା ଏବଂ ଏହି ଅଞ୍ଚଳକୁ ମୁଖ୍ୟ ଧାରାରେ ସାମିଲ କରିବାପାଇଁ ନିଆଯାଇଥିବା କେତେକ ଜନମଙ୍ଗଳକାରୀ ପଦକ୍ଷେପ ଯୋଗୁଁ ଏଠାରେ ଏବେ ତ୍ରିରଙ୍ଗା ପତାକା ଉଡ଼ିପାରୁଛି | ଯେଉଁଠିକି ଦିନେ ମାଓବାଦୀଙ୍କ କଳାପତାକା କାୟା ବିସ୍ତାର କରିଥିଲା |

କିଛି ଦିନ ପୂର୍ବରୁ ଏହି ସ୍ୱାଭିମାନ ଅଞ୍ଚଳର ପଣସପୁଟ୍ ପଞ୍ଚାୟତର ଗୋରାସେତୁ ଗ୍ରାମରେ ଓଡ଼ିଶା ପୋଲିସ୍ ଏବଂ ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ଦ୍ୱାରା ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା | ଓଡ଼ିଶା ସରକାର ଏହି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରିବା ପାଇଁ ଗୁରୁପ୍ରିୟା ସେତୁର ନିର୍ମାଣ କରିବା ସହ ଏହାକୁ 'ସ୍ୱାଭିମାନ' ଅଞ୍ଚଳ ଭାବେ ନାମିତ କରିଛନ୍ତି | ଗୁରୁପ୍ରିୟା ସେତୁ ନିର୍ମାଣ ପରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ତରଫରୁ ବସ୍ ଚଳାଚଳ କରିବା ଦ୍ୱାରା ଯୋଗାଯୋଗ ସୁଗମ ହୋଇପାରିଛି | ସୁଗମ ଯୋଗାଯୋଗ ହେତୁ ସେଠାରେ ବିଏସ୍ଏଫ୍ ଏବଂ ପୋଲିସ୍ କର୍ମଚାରୀ ସହଜରେ ଯାତାୟତ କରିବା ସହ ସେଠାକାର ସୁରକ୍ଷା ପାଇଁ ସାତଟି ବିଏସ୍ଏଫ୍ କମ୍ପାନୀ ଅପରେଟିଭ୍ ବେସ୍ ସ୍ଥାପନ କରିଛନ୍ତି |

Swabhiman-Anchal

ତିନିପଟେ ପାଣି ଏବଂ ଗୋଟିଏ ପଟେ ଘଞ୍ଚ ଜଙ୍ଗଲ ଥିବା ଏହି ଅଞ୍ଚଳ ପାଇଁ ପୂର୍ବରୁ ଡଙ୍ଗା ହିଁ ଥିଲା ଏକ ମାତ୍ର ମାଧ୍ୟମ | ଘଞ୍ଚ ଜଙ୍ଗଲ ଯୋଗୁଁ ନା ପହଞ୍ଚିପାରୁଥିଲା ସରକାରୀ ସୁବିଧା ନା ପହଞ୍ଚିପାରୁଥିଲେ ସରକାରୀ କର୍ମଚାରୀ | ସ୍ୱାଭିମାନ ଅଞ୍ଚଲର 40 ଟି ଗ୍ରାମର ଲୋକେ ମୁଖ୍ୟଧାରାରୁ ଥିଲେ ସମ୍ପୂର୍ଣ୍ଣ ଅଲଗା | ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ସହ ଓଡ଼ିଶା ମାନଚିତ୍ରରେ ସ୍ୱାାଭିମାନ ଅଞ୍ଚଳକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ରାଜ୍ୟ ସରକାର କେତେକ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି | ସେହି ଅଞ୍ଚଳର ଲୋକମାନେ ଅନ୍ୟ ଜିଲ୍ଲା ତଥା ବାହାର ଲୋକଙ୍କ ସହ ଯୋଗାଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ମୋବାଇଲ ଟାଓ୍ୱାର ବସାଇବା ସହ ବାହାର ଦୁନିଆ ସହ ଯୋଡ଼ି ହେବାର ସୁଯୋଗ ସୃଷ୍ଟି କରିଛନ୍ତି | ଏଥି ସହିତ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର 20 କୋଟି ଟଙ୍କା ମୂଲ୍ୟର ଏକ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ଏବଂ 250ଟି ନଳକୂପ କାର୍ଯ୍ୟ ଶେଷ ହୋଇଛି | ଏହା ବ୍ୟତୀତ ସେହି ଅଞ୍ଚଳର ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସ୍କୁଲ, ଅଙ୍ଗନଓ୍ୱାଡ଼ି ଓ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଉଛି |

12 ବର୍ଷରେ 332 ମାଓ ଘଟଣା

2008 ରୁ 2020, 12 ବର୍ଷ ମଧ୍ୟରେ ଏହି ଅଞ୍ଚଳରେ 332 ଟି ମାଓ ଘଟଣା ରେକର୍ଡ ହୋଇଥିବା ବେଳେ ମାଲକାନଗିରି ଦେଶର ସବୁଠାରୁ ହିଂସାକାଣ୍ଡ ହୋଇଥିବା ଜିଲ୍ଲାମାନଙ୍କ ମଧ୍ୟରୁ ଅନ୍ୟତମ ଭାବେ ପରିଗଣିତ ହୋଇଛି | ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ଲାଲବାହିନୀଙ୍କ ଆଡ୍ଡାସ୍ଥଳ ପାଲଟିଥିବା ଲାଲଗଡ଼ରେ ବହୁତ ମାଓ ଘଟଣା ଘଟାଇଛନ୍ତି | ତିନି ପାର୍ଶ୍ୱରୁ ବାଲିମେଲା ଜଳଭଣ୍ଡାର ଘେରି ରହିଥିବା ଏବଂ ଆନ୍ଧ୍ରପ୍ରଦେଶକୁ ଅନ୍ୟ ପାର୍ଶ୍ୱରେ ସଂଯୋଗ କରୁଥିବା ଏକ ଘଞ୍ଚ ଜଙ୍ଗଲ ଥିବା ମାଲକାନଗିରିର ଚିତ୍ରାକୋଣ୍ଡା ବ୍ଲକ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳ 1990 ଦଶକ ମଧ୍ୟଭାଗରେ ନିଜ ନେଟୱାର୍କ ବିସ୍ତାର କରିବା ପରଠାରୁ ମାଓବାଦୀଙ୍କ ଗୁମ୍ଫା ଭାବରେ ବିବେଚନା କରାଯାଉଥିଲା। ।

Maoist-Police-Swabhiman-Area

ସୁରକ୍ଷା ବାହିନୀଙ୍କ ପାଇଁ ଥିଲା ଏହା ମୃତ୍ୟୁର କୂଅ

ଦୀର୍ଘ ଦିନ ଧରି ବିଚ୍ଛିନ୍ନାଞ୍ଚଳ ସୁରକ୍ଷାବାହିନୀଙ୍କ ପାଇଁ ଥିଲା ମୃତ୍ୟୁର କୂଅ | ରାଜ୍ୟ ପୋଲିସ ଏବଂ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା | 2008 ରେ ନକ୍ସଲମାନେ ଏକ ଆକ୍ରମଣରେ 39 ସୁରକ୍ଷା ବାହିନୀକୁ ହତ୍ୟା କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଆନ୍ଧ୍ରପ୍ରଦେଶ ପୋଲିସର | ଏହା ବ୍ୟତୀତ 2011ରେ ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ନକ୍ସଲମାନଙ୍କ ଦ୍ୱାରା ଅପହରଣ ହୋଇଥିଲେ | ଉକ୍ତ ଅଞ୍ଚଳରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକୁ ଯାଞ୍ଚ କରିବାକୁ ଯାଇଥିବା ବେଳେ ଏହି ଅପହରଣ ଘଟିଥିଲା | 2012 ରେ ବିଏସ୍ଏଫ୍ କମାଣ୍ଡାଣ୍ଟଙ୍କ ସମେତ ଚାରିଜଣ ସୈନିକ ବିସ୍ଫୋରଣରେ ସହିଦ୍ ହୋଇଥିଲେ |

ଏହି ଅଞ୍ଚଳରେ ମାଓବାଦୀଙ୍କ ପ୍ରଭାବକୁ ଶେଷ କରିବା ଉଦ୍ଦେଶ୍ୟରେ ଓଡିଶା ଡିଜିପି ଅଭୟ କହିଛନ୍ତି ରାଜ୍ୟ ସରକାର ବିଚ୍ଛିନ୍ନାଞ୍ଚଳରେ ନେଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଯୋଗୁଁ ସେଠାରେ ମାଓ ବିରୋଧୀ କାର୍ଯ୍ୟ କରିବାରେ ସଫଳ ହେବ | ଏଥି ସହିତ ସ୍ୱାଭିମାନ ଅଞ୍ଚଳର ଲୋକମାନେ ମୁଖ୍ୟଧାରାରେ ସାମିଲ ହେବା ସହ ଏହା ଓଡ଼ିଶା ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇବ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+