ରାଜ୍ୟର ବନାଗ୍ନି ସମସ୍ୟା ସମ୍ପୂର୍ଣ୍ଣ ଆୟତ୍ତାଧିନ

ରାଜ୍ୟର ନିଆଁ ସ୍ଥିତି ବର୍ତ୍ତମାନ ଆୟତ୍ତାଧୀନ ଅଛି । ଅଳ୍ପକିଛି କ୍ରମାଗତ ଜଙ୍ଗଲ ନିଆଁ ଯାହା ରହିଛି ତାକୁ ଆୟତ କରିବା ପାଇଁ କ୍ଷେତ୍ର କର୍ମଚାରୀଙ୍କ ପ୍ରଚେଷ୍ଟା ଜାରି ରହିଛି ।

ଭୁବନେଶ୍ୱର : ରାଜ୍ୟର ନିଆଁ ସ୍ଥିତି ବର୍ତ୍ତମାନ ଆୟତ୍ତାଧୀନ ଅଛି । ଅଳ୍ପକିଛି କ୍ରମାଗତ ଜଙ୍ଗଲ ନିଆଁ ଯାହା ରହିଛି ତାକୁ ଆୟତ କରିବା ପାଇଁ କ୍ଷେତ୍ର କର୍ମଚାରୀଙ୍କ ପ୍ରଚେଷ୍ଟା ଜାରି ରହିଛି । କ୍ଷେତ୍ର କର୍ମଚାରୀମାନେ ଅଗ୍ନିପ୍ରବଣ ଓ ହଟସ୍ପଟ୍ ଅଞ୍ଚଳରେ ଲାଗିଥିବା ନିଆଁକୁ ଆୟତ କରିବା ପାଇଁ ଅଧିକ ମାନବ ଶକ୍ତି, ଭିତ୍ତିଭୂମି, ଆଗ୍ନିକର୍ମଚାରୀଙ୍କ ସହାୟତାରେ ପ୍ରଚେଷ୍ଟା ଜାରି ରହିଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ପକ୍ଷରୁ କୁହାଯାଇଛି ।

forest-fire

ସମସ୍ତ କ୍ଷେତ୍ର କର୍ମଚାରୀ ମାନେ ସଜାଗ ଓ ସତର୍କ ଅଛନ୍ତି । ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟରେ ହେବାକୁ ଥିବା ବର୍ଷା ଜଙ୍ଗଲ ନିଆଁକୁ ଲିଭାଇବାରେ ବେଶ୍ ଫଳପ୍ରଦ ହେବ ବୋଲି ଏଥିରେ କୁହାଯାଇଛି । ଏଥିସହିତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ଦସ୍ତଖତରେ FITGC ବିଭାଗ ଦ୍ୱାରା ରାଜ୍ୟର ବନାଗ୍ନି ସ୍ଥିତିକୁ OFMS ଓ୍ୱେବ୍ ପୋର୍ଟାଲ ସାହାଯ୍ୟରେ ନିରନ୍ତର ମନିଟରିଂ କରାଯାଉଛି । ପ୍ରତିଦିନ କ୍ଷେତ୍ରାଧିକାରୀ ମାନଙ୍କ ସହିତ ନିଆଁର ସ୍ଥିତିକୁ ପର୍ଯ୍ୟାଲୋଚନା ଓ ସମୀକ୍ଷା କରାଯାଉଛି ବୋଲି ଏହି ପ୍ରେସ୍ ଇସ୍ତାହାରରେ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+