ବଢିଲା ବିଦ୍ୟୁତ ଦର : ଜାଣନ୍ତୁ ଏବେ କେତେ ଦେବେ ଦର
ରାଜ୍ୟରେ ଆଜି ବଢିଛି ବିଦ୍ୟୁତ ଦର । ଦର ବୃଦ୍ଧିକୁ ଓଇଆରସିଙ୍କ ମଞ୍ଜୁରୀ ମିଳିଛି । କିଲୋୱାଟ ପିଛା ସର୍ବନିମ୍ମ ୩୦ ପଇସା ବୃଦ୍ଧୀକୁ ମଞ୍ଜୁରୀ ମିଳିଛି । ବର୍ଦ୍ଧିତ ଶୁଳ୍କ ଏପ୍ରିଲ ୪ ରୁ ଲାଗୁ କରାଯିବ ।
ଭୁବନେଶ୍ୱର : ରାଜ୍ୟରେ ଆଜି ବଢିଛି ବିଦ୍ୟୁତ ଦର । ଦର ବୃଦ୍ଧିକୁ ଓଇଆରସିଙ୍କ ମଞ୍ଜୁରୀ ମିଳିଛି । କିଲୋୱାଟ ପିଛା ସର୍ବନିମ୍ମ ୩୦ ପଇସା ବୃଦ୍ଧୀକୁ ମଞ୍ଜୁରୀ ମିଳିଛି । ବର୍ଦ୍ଧିତ ଶୁଳ୍କ ଏପ୍ରିଲ ୪ ରୁ ଲାଗୁ କରାଯିବ । ତେବେ ବଡ କଥା ହେଲା ବିପିଏଲ , ଜଳସେଚନ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି । ସେହିପରି ମିଟର ରେଣ୍ଟ ମାସିକ ସର୍ବନିମ୍ମ ଚାର୍ଯ୍ୟ ମଧ୍ୟ ଅପରିବର୍ତ୍ତିତ ରହିଛି ।

କେତେ ଦେବେ ଟଙ୍କା ?
୨୦୨୧ -୨୨ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି ବିଦ୍ୟୁତ ଦର ଘରୋଇ ୟୁନିଟ ପିଛା ୩୦ ପଇସା ବଢିଛି । ହାରାହାରି ଖୁଚୁରା ଦର ୫.୬୦ ପ୍ରତିଶତ ବୃଦ୍ଧି ହୋଇଛି । ଏବେ ପ୍ରଥମ ୫୦ ୟୁନିଟକୁ ଦର ୟୁନିଟ ପିଛା ୨.୭୦ରୁ ୩ ଟଙ୍କା, ୫୧ ରୁ ୨୦୦ ୟୁନିଟକୁ ୪.୫୦ ଟଙ୍କାରୁ ୪.୮୦, ୨୦୧ରୁ ୪୦୦ ୟୁନିଟକୁ ୫.୫୦ରୁ ୫.୮୦ , ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ ପିଛା ଦର ୫.୯୦ରୁ ୬ଟଙ୍କା ୨୦ ପଇସା ଦେବାକୁ ପଡିବ ।












Click it and Unblock the Notifications