ବାରଶହ କୋଟିର ଆଠଟି ପ୍ରକଳ୍ପକୁ ଅନୁମୋଦନ, 2427 ପାଇବେ ପ୍ରତ୍ୟେକ୍ଷ ନିଯୁକ୍ତି
ଏକକ ବାତାୟନ କମିଟି ବୈଠକରେ ରାଜ୍ୟ ସରକାର 8ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ସମସ୍ତ ପ୍ରକଳ୍ପରେ 1214 କୋଟି ଟଙ୍କା ବିନିଯୋଗ ହେବା ସହ 2427 ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ ବୋଲି କୁହାଯାଇଛି ।
ଭୁବନେଶ୍ୱର : ଏକକ ବାତାୟନ କମିଟି ବୈଠକରେ ରାଜ୍ୟ ସରକାର 8ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ସମସ୍ତ ପ୍ରକଳ୍ପରେ 1214 କୋଟି ଟଙ୍କା ବିନିଯୋଗ ହେବା ସହ 2427 ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ ବୋଲି କୁହାଯାଇଛି ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତକୁମାର ଶର୍ମା ପ୍ରକଳ୍ପଗୁଡ଼ିକର ବୈଷୟିକ, ଆର୍ଥିକ ଓ ଭିତ୍ତିଭୂମି ସମ୍ପର୍କିତ ବିଷୟ ଉପସ୍ଥାପନ କରିଥିଲେ । ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦେଇ ସେଗୁଡିକର କାର୍ଯ୍ୟ ତ୍ବରାନ୍ବିତ କରିବା ଉପରେ ଶ୍ରୀ ମହାପାତ୍ର ଗୁରୁତ୍ବ ଦେଇଛନ୍ତି ।

ପ୍ରକଳ୍ପ ଗୁଡ଼ିକୁ ରାଜ୍ୟ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ପାଇଁ ବିଭାଗଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଲୁହାପଥର ବେନିଫିକେସନ୍ ଓ ପେଲେଟ୍ ପ୍ଲାଣ୍ଟ ହେବ । ଏନେଇ 256 କୋଟି ଟଙ୍କା ପୁଞ୍ଜି ନିବେଶ ହେବ । ଏନର୍ଜି ମିନେରାଲ୍ସ ପ୍ରାଇଭେଟ୍ ଲିଃ ଦ୍ୱାରା ହେବାକୁ ଥିବା ପ୍ରକଳ୍ପରେ 274 ଜଣଙ୍କୁ ନିଯୁକ୍ତି ମିଳିବ । ସେହିପରି ଆଇଟିସିର 141.14 କୋଟି ଟଙ୍କା ବ୍ୟୟରେ ପଞ୍ଚତାରକା ହୋଟେଲ ପ୍ରତିଷ୍ଠାକୁ କମିଟି ଅନୁମୋଦନ ଦେଇଛି । ଏଥିରେ 120 ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିବ । ଫାଲକନ୍ ରିଅଲ ଇଷ୍ଟେଟ 93 କୋଟି 60ଲକ୍ଷ ଟଙ୍କା ବ୍ଯୟରେ ଖୋର୍ଦ୍ଧାରେ ଥିବା ବିସ୍କୁଟ ଓ କେକ୍ ପ୍ରକଳ୍ପର ସଂପ୍ରସାରଣ ହେବ । ଏଥିରେ ଆହୁରି 350 ଲୋକ ନିଯୁକ୍ତି ପାଇବେ । ଇନ୍ଦାଲକ୍ ସ୍ପିରିଟ 204 କୋଟି 60 ଲକ୍ଷ ଟଙ୍କା ପୁଞ୍ଜିନିବେଶରେ ଏକ ଶସ୍ୟଭିତ୍ତିକ ଡିଷ୍ଟିଲାରୀ ପ୍ରତିଷ୍ଠା ହେବ । ଯେଉଁଥିରେ 185 ବ୍ୟକ୍ତି କାମ ପାଇବେ । ଏଥିସହିତ ମାସ ସ୍ପିରିଟ୍ସ 204 କୋଟି 60 ଲକ୍ଷ ଟଙ୍କା ପୁଞ୍ଜିନିବେଶରେ ଶସ୍ୟଭିତ୍ତିକ ଡିଷ୍ଟିଲାରୀ ଓ ବଟଲିଂ କାରଖାନା ପ୍ରତିଷ୍ଠା ହେବ ଏବଂ 185 ଜଣ ନିୟୋଜିତ ହେବେ । ସେହିପରି ସର୍ବେଶ ରିଫ୍ରାକ୍ଟୋରିଜ ସୁନ୍ଦରଗଡ଼ ଜିଲାରେ ଥିବା କାରଖାନାର ସଂପ୍ରସାରଣ କରିବ । ଏଥିରେ 123 କୋଟି 25 ଲକ୍ଷ ଟଙ୍କା ପୁଞ୍ଜିନିବେଶ ହେବା ସହ 299 ଜଣ ନିଯୁକ୍ତି ପାଇବେ । ପୁରବ ପ୍ୟାକେଜିଂ ପ୍ରଲି ପ୍ରପେଇନ କାରଖାନା ପ୍ରତିଷ୍ଠା କରିବ । ଏଥିରେ 60 କୋଟି ଟଙ୍କା ବିନିଯୋଗ ହେବ ଏବଂ 60 ଜଣ ନିୟୋଜିତ ହେବେ ବୋଲି କୁହାଯାଇଛି । ଶୁକ୍ରବାର ଏହି ସମସ୍ତ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications