ଓଡ଼ିଶାରେ କରୋନା ଭାଇରସର ପ୍ରାକ୍-ଟୀକାକରଣ ଆରମ୍ଭ, କ୍ୟାପିଟାଲ୍ ହସ୍ପିଟାଲ୍ ସମେତ 30 ଜିଲ୍ଲାରେ ଚାଲିଛି ଡ୍ରାଏ ରନ୍
ଓଡ଼ିଶାର କ୍ୟାପିଟାଲ୍ ହସ୍ପିଟାଲ୍ ସମେତ ସମସ୍ତ 30ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଏହି ପ୍ରକ୍ରିୟା ଜାରି ରହିଛି । ଏ ନେଇ ଶନିବାର କ୍ୟାପିଟାଲ୍ ହସ୍ପିଟାଲରେ ଏକ ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇ ଏକ ମକ୍ ଡ୍ରିଲ୍ କରାଯାଇଛି ।
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶାବଳୀ ଅନୁସାରେ ସାରା ଭାରତରେ ଆଜି ଠାରୁ ଆରମ୍ଭ ହୋଇଛି କରୋନା ଭାଇରସ ପାଇଁ ପ୍ରାକ୍-ଟୀକାକରଣ ପ୍ରକ୍ରିୟା । ଓଡ଼ିଶାର କ୍ୟାପିଟାଲ୍ ହସ୍ପିଟାଲ୍ ସମେତ ସମସ୍ତ 30ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଏହି ପ୍ରକ୍ରିୟା ଜାରି ରହିଛି । ଏ ନେଇ ଶନିବାର କ୍ୟାପିଟାଲ୍ ହସ୍ପିଟାଲରେ ଏକ ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇ ଏକ ମକ୍ ଡ୍ରିଲ୍ କରାଯାଇଛି । ପ୍ରତ୍ୟେକ ଜିଲ୍ଲାର ଟୀକାକରଣ କେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ମିଶାଇ 25 ଜଣ ଲେଖାଏଁ କର୍ମୀଙ୍କୁ ନିୟୋଜିତ କରାଯାଇଛି ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ଟିକାକରଣ କେନ୍ଦ୍ରରେ ଗୋଟିଏ ପ୍ରତୀକ୍ଷାଳୟ, ଟୀକାକରଣ ଗୃହ ଓ ଗୋଟିଏ ନିରୀକ୍ଷଣ ଗୃହ ରହିବ । ଟିକା ନେଉଥିବା ବ୍ୟକ୍ତିଙ୍କୁ ଅଧଘଣ୍ଟା ପାଇଁ ପର୍ଯ୍ୟବେକ୍ଷଣରେ ରଖାଯିବ ଏବଂ ଏହାର ପ୍ରତିକ୍ରିୟା ନିରୀକ୍ଷଣ କରିବା ପରେ ତାଙ୍କୁ ଛଡ଼ାଯିବା ନେଇ ପ୍ରସ୍ତୁତି କରାଯାଇଛି । ଡ୍ରାଏ ରନ୍ ସମୟରେ କୋଭିଡ୍-୧୯ର ସମସ୍ତ ପ୍ରୋଟୋକଲ ପାଳନ କରିବା ନେଇ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ନେଇ ଡ୍ରାଏ ରନ୍ କରାଯିବା ସବୁ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଏ ସମ୍ବନ୍ଧୀୟ ଏସ୍ଓପି ପ୍ରଦାନ କରାଯାଇଛି ।
ଗତକାଲି DGCI ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ କୋଭିଶିଲ୍ଡ ଟିକାକୁ ଅନୁମୋଦନ ଦେବା ପରେ ଟୀକାରକରଣ ନେଇ ଏହା ଏକ ରୂପରେଖ । ଏହି ଟିକା 2ରୁ 8ଡିଗ୍ରୀ ସେଲସିୟସରେ ସଂରକ୍ଷଣ କରାଯାଇପାରିବ । କେନ୍ଦ୍ର ସରକାର ଟୀକା ଯୋଗାଇବା ପରେ ସାରା ରାଜ୍ୟରେ ଟୀକାକରଣ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନେଇ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।












Click it and Unblock the Notifications