Get Updates
Get notified of breaking news, exclusive insights, and must-see stories!

ମହାମାରୀ ସମୟରେ କେନ୍ଦ୍ର ଉପରେ ଆର୍ଥିକ ବୋଝ ଲଦିବୁ ନାହିଁ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସାରା ଦେଶ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ସହ ସଂଗ୍ରାମ କରୁଥିବା ବେଳେ ଓଡ଼ିଶା ବାତ୍ୟା 'ୟାସ୍' ଭଳି ଆଉ ଏକ ସମସ୍ୟାର ସମ୍ମୁଖୀନ ହୋଇଛି । ଏପରି ସ୍ଥିତିରେ ଓଡ଼ିଶା ନିଜସ୍ୱ ସମ୍ବଳରେ ବାତ୍ୟା ବିପର୍ଯ୍ୟର ମୁକାବିଲା କରିବୁ ।

ଭୁବନେଶ୍ୱର : ସାରା ଦେଶ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ସହ ସଂଗ୍ରାମ କରୁଥିବା ବେଳେ ଓଡ଼ିଶା ବାତ୍ୟା 'ୟାସ୍' ଭଳି ଆଉ ଏକ ସମସ୍ୟାର ସମ୍ମୁଖୀନ ହୋଇଛି । ଏପରି ସ୍ଥିତିରେ ଓଡ଼ିଶା ନିଜସ୍ୱ ସମ୍ବଳରେ ବାତ୍ୟା ବିପର୍ଯ୍ୟର ମୁକାବିଲା କରିବୁ ବୋଲି ଟ୍ୱିଟ କରି କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Naveen Patnaik

ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ପରିଦର୍ଶନରେ ଆସିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଶ୍ରା ପଟ୍ଟନାୟକ । ବାତ୍ୟା କ୍ଷୟକ୍ଷୟତି ଆକଳନ ନେଇ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଯୋଗଦେଇଥିବା ସମୟରେ ହୋଇଥିବା ବ୍ୟାପକ କ୍ଷତି ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବାତ୍ୟା ପୂର୍ବ ଏବଂ ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ବିଷୟରେ ତାଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ପରେ ସେ କହିଛନ୍ତି, "ଦେଶରେ ବର୍ତ୍ତମାନ କୋଭିଡ୍ 19 ମହାମାରୀ ଉଗ୍ର ରୂପ ଧାରଣ କରିଛି । ଏହି ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ନ କରିବା ପାଇଁ କୌଣସି ତତକ୍ଷଣାତ୍ ଆର୍ଥିକ ସହାୟତା ଦାବି କରାଯାଇ ନାହିଁ । ଆମେ ନିଜସ୍ୱ ସମ୍ବଳରେ ବାତ୍ୟା 'ୟାସ୍' ଘଟାଇଥିବା ବିପର୍ଯ୍ୟୟର ମୁକାବିଲା କରିବୁ ।" ସେହିପରି ପ୍ରତିବର୍ଷ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଓଡ଼ିଶାକୁ ବିପର୍ଯ୍ୟୟ ନିରୋଧୀ ଭାବେ ପ୍ରସ୍ତୁତ କରିବା ପାଇଁ ଦୀର୍ଘମିଆଦି ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ନବୀନ । ଏଥିସହିତ ସୁଦୃଢ଼ ବିଦ୍ୟୁତ ଭିତ୍ତିଭୂମି ବିକାଶ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ବାତ୍ୟା ନିରୋଧୀ ବନ୍ଧ ନିର୍ମାଣ ପାଇଁ ମଧ୍ୟ ସେ ଦାବି ଜଣାଇଥିବା ନେଇ ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+