ବିଏମସିରେ 10ଟି ଘରୋଇ, 12 ଟି ସରକାରୀ ହସ୍ପିଟାଲରେ ହେବ ଟୀକାକରଣ : ବିଏମସି

10 ଟି ଘରୋଇ, 12ଟି ସରକାରୀ ହସ୍ପିଟାଲରେ ମାର୍ଚ୍ଚ 1 ରୁ ଟିକାକରଣ ହେବ । 45 ରୁ 60 ବର୍ଷ ବୟସ୍କ ପାଇଁ ଟିକାକରଣର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆସନ୍ତା ସୋମବାର ଠାରୁ ଅନଲାଇନ ଜରିଆରେ ରେଜିଷ୍ଟ୍ରେସନ ହେବ ।

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ 1 ରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ । ଏହି ପରିପ୍ରେକ୍ଷିରେ ବୟସ୍କଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି । ଏହି ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ ନାଗରିକଙ୍କୁ ଟିକାକରଣ ନେଇ ବିଏମସି କମିଶନରଙ୍କ ସୂଚନା ଦେଇଛନ୍ତି ।

BMC, Bhubaneswar

10 ଟି ଘରୋଇ, 12ଟି ସରକାରୀ ହସ୍ପିଟାଲରେ ମାର୍ଚ୍ଚ 1 ରୁ ଟିକାକରଣ ହେବ । 45 ରୁ 60 ବର୍ଷ ବୟସ୍କ ପାଇଁ ଟିକାକରଣର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆସନ୍ତା ସୋମବାର ଠାରୁ ଅନଲାଇନ ଜରିଆରେ ରେଜିଷ୍ଟ୍ରେସନ ହେବ । ଟିକାକରଣରେ ସାମିଲ ହେବାକୁ ଥିବା ବ୍ୟକିତମାନେ ଏହି ଅନଲାଇନ ଜରିଆରେ ଆରୋଗ୍ୟ ସେତୁ ଦ୍ୱାରା ରେଜିଷ୍ଟ୍ରେସନ କରି ପାରିବେ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଆହୁରି ମଧ୍ୟ ଏହି ରେଜିଷ୍ଟ୍ରେସନ କଲା ପରେ ନିଜ ଇଚ୍ଛାରେ କେନ୍ଦ୍ର ବାଛିପାରିବେ । ସରକାରୀ କେନ୍ଦ୍ରରେ ଟିକା ନେଲେ କୌଣସି ଅର୍ଥ ଦେବାକୁ ପଡିବନି । ଘରୋଇ ହସ୍ପିଟାଲରେ ଟିକା ନେଲେ ଅର୍ଥ ଦେବାକୁ ପଡିବ ବୋଲି କହିଛନ୍ତି ଶ୍ରୀ ଚୌଧୁରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+