ବାହାଘରରେ 50 ଜଣ, ଅନ୍ତେଷ୍ଟି କ୍ରିୟାରେ 20ଜଣଙ୍କୁ ଅନୁମତି
ବିବାହ ଓ ଅନ୍ୟ ସାମାଜିକ ଉତ୍ସବ ଲାଗି ସ୍ଥାନୀୟ ପୋଲିସ୍ ଠାରୁ ଅନୁମତି ନେବାକୁ ହେବ । ବିବାହ ଓ ସାମାଜିକ ଉତ୍ସବ ନେଇ କମିଶନରେଟ୍ ପୋଲିସ ନୂତନ ଗାଇଡଲାଇନ୍ ଜାରି କରିଛି । ବିବାହ ଉତ୍ସବରେ ଗୋଟିଏ ସମୟରେ ସର୍ବାଧିକ 50 ଜଣ ସାମିଲ୍ ହୋଇପାରିବେ ।
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ବିବାହ ଓ ଅନ୍ୟ ସାମାଜିକ ଉତ୍ସବ ଲାଗି ସ୍ଥାନୀୟ ପୋଲିସ୍ ଠାରୁ ଅନୁମତି ନେବାକୁ ହେବ । ବିବାହ ଓ ସାମାଜିକ ଉତ୍ସବ ନେଇ କମିଶନରେଟ୍ ପୋଲିସ ନୂତନ ଗାଇଡଲାଇନ୍ ଜାରି କରିଛି । ବିବାହ ଉତ୍ସବରେ ଗୋଟିଏ ସମୟରେ ସର୍ବାଧିକ 50 ଜଣ ସାମିଲ୍ ହୋଇପାରିବେ । କାର୍ଯ୍ୟକ୍ରମ ସ୍ଥଳରେ ସମସ୍ତେ ମାସ୍କ ପିନ୍ଧିବେ, ପରସ୍ପର ମଧ୍ୟରେ 2 ମିଟର ଦୂରତା ରକ୍ଷା କରିବେ ।

ପାନ ଛେପ ଆଦି ପକାଇବା ଉପରେ କଟକଣା ଜାରି କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବିବାହ ଶୋଭାଯାତ୍ରାରେ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି । କୋଭିଡ୍ ନିୟମରେ ଉଲ୍ଲଂଘନ କଲେ ଆୟୋଜନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ।
ସେହିଭଳି ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମଧ୍ୟ ପୋଲିସ ଠାରୁ ଅନୁମତି ନେବାକୁ ପଡ଼ିବ । ଏଥିରେ 20 ଜଣରୁ ଅଧିକ ଲୋକ ଗୋଟିଏ ସମୟରେ ସାମିଲ୍ ହୋଇପାରିବେ ନାହିଁ । ସେଠାରେ ଉପସ୍ଥିତ ସମସ୍ତ ଲୋକ କୋଭିଡ୍ ଗାଇଜଲା ପାଳନ କରି ମାସ୍କ ବ୍ୟବହାର କରିବା ସହ ପରସ୍ପର ମଧ୍ୟରେ 2ମିଟର ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି ।
-
Adani Energyର ବଡ଼ ପଦକ୍ଷେପ; ମୁମ୍ବାଇକୁ ମିଳିଲା କ୍ଲିନ୍ ଏନର୍ଜି ବୁଷ୍ଟ, 1000 MW ପାୱାର୍ ଲିଙ୍କ ଚାଲୁ -
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ -
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତ -
ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ -
IPL 2026 : ସନ୍ଧ୍ୟାରେ ବେଙ୍ଗାଲୁରୁ-ଲକ୍ଷ୍ନୌ ଟକ୍କର -
Adani Green Energy Limited ESG ରେଟିଂରେ ନମ୍ବର 1—87.3 ସ୍କୋର ସହ ଦେଶରେ ଶୀର୍ଷରେ -
ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପକାଇବ : ମୁଖ୍ୟମନ୍ତ୍ରୀ -
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ -
ନୀତିଶ ଯୁଗ’ର ଅନ୍ତ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା -
ଭାରତ ମଧ୍ୟସ୍ଥ ହେଲେ ସ୍ବାଗତ କରିବୁ: ଟ୍ରମ୍ପ -
ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା -
ଓଭରଲୋଡ୍ ଗାଡ଼ି ଉପରେ କଡ଼ା ନଜର, ଦେବାକୁ ପଡ଼ିବ ୪ ଗୁଣା ଅଧିକ ଟୋଲ୍ ଟ୍ୟାକ୍ସ





Click it and Unblock the Notifications