For Quick Alerts
Turn On Notification  
For Daily Alerts
Oneindia App Download

କୋଭିଡ୍ ପରିଚାଳନା ପାଇଁ ତିନି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସହାୟତା ପ୍ୟାକେଜ

ପୁରୀ ପାଇଁ 2 କୋଟି, ସୁବର୍ଣ୍ଣପୁର ଜିଲ୍ଲା ପାଇଁ 1 କୋଟି ଏବଂ ସମ୍ବଲପୁର ପାଇଁ 4 କୋଟି 62 ଲକ୍ଷ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ ।

|

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାର ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ସହାୟତା ରାଶି ପ୍ରଦାନ କରିଛନ୍ତି । କୋଭିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରିଛନ୍ତି । ପୁରୀ ପାଇଁ 2 କୋଟି, ସୁବର୍ଣ୍ଣପୁର ଜିଲ୍ଲା ପାଇଁ 1 କୋଟି ଏବଂ ସମ୍ବଲପୁର ପାଇଁ 4 କୋଟି 62 ଲକ୍ଷ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ ।

ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ମାମଲା 10 ହଜାର ଅତିକ୍ରମ କରିଛି । ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ଶଯ୍ୟା ଏବଂ ମୈଳିକ ସୁବିଧାର ମଧ୍ୟ ଆବଶ୍ୟକତା ରହିଛି । ଏ ପରିସ୍ଥିତିରେ କୋଭିଡ ପରିଚାଳନାରେ ଯେମିତି କୌଣସି ତ୍ରୁଟି ପରିଲିଖିତ ନହୁଏ ସେଥିପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧ୍ୟାନ ଦେଇଛନ୍ତି ।

Naveen Patnaik

ଏହା ପୂର୍ବରୁ ପୁରୀ ପାଇଁ 14 କୋଟି 59ଲକ୍ଷ 74 ହଜାର 408ଟଙ୍କା ଘୋଷଣା କରିଥିଲେ । ଏବେ ଘୋଷଣା କରାଯାଇଥିବା 2 କୋଟିକୁ ମିଶାଇ ଏହା 16 କୋଟି 59 ଲକ୍ଷ 74 ହଜାର 408କୁ ବୃଦ୍ଧି ପାଇଛି । କୋଭିଡ ପରିଚାଳନା ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ପୂର୍ବରୁ ସୋନପୁରକୁ ଅଢେଇ କୋଟି ଘୋଷଣା କରିଥିବାବେଳେ ଏବେ ଏହି ପରିମାଣ ସାଢେ ତିନିକୋଟିକୁ ବୃଦ୍ଧି ପାଇଛି ।

ପୂର୍ବରୁ ସମ୍ବଲପୁରେ କୋଭିଡ ପରିଚାଳନା ପାଇଁ ଘୋଷଣା କରାଯାଇଥିବା ରାଶିକୁ ମିଶାଇ ମୋଟ 16 କୋଟି 12 ଲକ୍ଷ 80 ହଜାର 692 ଟଙ୍କା ହୋଇଛି । ପୂର୍ବରୁ ସମ୍ବଲପୁରକୁ ସାଢେ 11 କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ସେହିଭଳି କିଛି ଦିନ ତଳେ କୋଭିଡ ପରିଚାଳନା ପାଇଁ ସିଏମସି କୁ 10 କୋଟି ଏବଂ ବିଏମସିକୁ 10 କୋଟି ଅନୁଦାନ ଘୋଷଣା କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
CM Naveen Patnaik sanctions Special package For COVID Management In Three Districts
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X