ଅପର ଇନ୍ଦାବତୀ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ : ଉପକୃତ ହେବେ 3ଲକ୍ଷରୁ ଅଧିକ ଚାଷୀ

କଳାହାଣ୍ଡି ଜିଲ୍ଲାର ଅପର ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 986କୋଟି 72ଲକ୍ଷ ଟଙ୍କା ବିନିମୟରେ ଏହି ପ୍ରକଳ୍ପର ନିର୍ମାଣ କରାଯାଇଛି ।

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ଅପର ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 986କୋଟି 72ଲକ୍ଷ ଟଙ୍କା ବିନିମୟରେ ଏହି ପ୍ରକଳ୍ପର ନିର୍ମାଣ କରାଯାଇଛି । ଯାହା ଦ୍ୱାରା ଜୟପାଟଣା, କୋକସରା ଓ ଧର୍ମଗଡ଼ର ପ୍ରାୟ 25 ହଜାର 275 ହେକ୍ଟର ଜମିକୁ ଜଳସେଚନ କରାଯାଇପାରିବ । ଏଥି ସହିତ ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ 3ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇପାରିବେ ।

Upper--indravati-projeect-kalahandi

ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ଏହି ଅପର ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ଅଧିନରେ 43 କିଲୋମିଟର 26ମିଟର ଦୀର୍ଘ କଂକ୍ରିଟ୍ କେନାଲ ନିର୍ମାଣ କରାଯାଇଛି । ଏଥିସହିତ 1142 କିଲୋମିଟର ଲମ୍ବା ଭୂତଳ ପାଇପଲାଇନ୍ ବିଛାଯାଇଛି । ଏହି ପ୍ରକଳ୍ପରେ ଅତ୍ୟାଧୁନିକ ଇଞ୍ଜିନିୟରିଂ ଜ୍ଞାନକୌଶଳ ବ୍ୟବହାର କରାଯାଇଛି ।

ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ଚାଷୀମାନେ ଉପକୃତ ହେବା ସହ ଚାଷ କ୍ଷେତ୍ରରେ ସହାୟକ ହେବ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+