ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଏକାମ୍ର କ୍ଷେତ୍ରର ଐତିହ୍ୟ ସମ୍ପନ୍ନ ପୁଷ୍କରିଣୀ ବିନ୍ଦୁସାଗରର ସଫେଇ ପାଇଁ ଶନିବାର ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର : ଏକାମ୍ର କ୍ଷେତ୍ରର ଐତିହ୍ୟ ସମ୍ପନ୍ନ ପୁଷ୍କରିଣୀ ବିନ୍ଦୁସାଗରର ସଫେଇ ପାଇଁ ଶନିବାର ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିନ୍ଦୁସାଗର କୂଳରେ ଉପସ୍ଥିତ ରହି ଶୁଭ ଦେଇଛନ୍ତି ।
ସୂଚନାଯୋଗ୍ୟ, ଆଇଓସିଏଲ୍ ଦ୍ବାରା ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି), ଭୁବନେଶ୍ୱର ଏବଂ ଓଡ଼ିଶା ସେତୁ ନିର୍ମାଣ ନିଗମ ଏହି ସଫେଇ କାର୍ଯ୍ୟ ଦାୟିତ୍ବ ନେଇଛନ୍ତି । ପ୍ରଥମେ ବିନ୍ଦୁସାଗର ପାଣି ବିଶୋଧନ କରାଯିବ ଓ ପରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ବୈଜ୍ଞାନିକ ପଦ୍ଧତିରେ ଏହାକୁ ବିଶୋଧନ କରାଯିବ । ପ୍ରାଚୀନ ଏହି ପୋଖରୀର ପୁନରୁଦ୍ଧାର କରାଯାଇ ପୂର୍ବାବସ୍ଥା ଫେରାଇ ଅଣାଯିବ ।

ମହାପ୍ରଭୁଙ୍କ ନୀତି ସହ ବିନ୍ଦୁସାଗରର ସମ୍ପର୍କ ରହିଛି । ବିନ୍ଦୁସାଗର ଭୁବନେଶ୍ବରବାସୀଙ୍କ ସଂସ୍କୃତି, ପରମ୍ପରା ସହ ଜଡ଼ିତ । ବିନ୍ଦୁସାଗର ଜଳକୁ ସ୍ବଚ୍ଛ ରଖିବା ଆମର ନୈତିକ ଦାୟିତ୍ବ ବୋଲି କହିଛନ୍ତି ନବୀନ । ଏଣୁ ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ପୁଷ୍କରିଣୀ ବିନ୍ଦୁସାଗରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଆଇଓସିଏଲ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ 70ଲକ୍ଷ ଟଙ୍କା ପ୍ରଦାନ କରିଛି । ଏହି ପ୍ରକଳ୍ପ କାର୍ଯ୍ୟ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି -ଆଇସିଟି ଏବଂ ଓଡ଼ିଶା ବ୍ରିଜ୍ କର୍ପୋରେସନର ମିଳିତ ତଦାରଖରେ ସମ୍ପନ୍ନ ହେବ । ଏନେଇ ପୁଷ୍କରିଣୀର ଚତୁଃପାର୍ଶ୍ବରେ 4ଟି ପମ୍ପିଂ ସିଷ୍ଟମ ସ୍ଥାପନ କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମା ଦିନରେ ବିଶୁଦ୍ଧ ଜଳ ସାରା ଦେଶ ପାଇଁ ଏକ ବଡ଼ ଆହ୍ୱାନ ହେବାକୁ ଯାଉଛି । ତେଣୁ ଏ କ୍ଷେତ୍ରରେ ଏକାମ୍ର ଅଞ୍ଚଳରେ ରହିଥିବା ସମସ୍ତ 20ରୁ ଅଧିକ ଛୋଟ ବଡ଼ ତୀର୍ଥ ପୋଖରୀର ସୁରକ୍ଷା ପାଇଁ ନାଗରିକ ସମାଜ ଆଗେଇ ଆସିବାକୁ ସେ ଆହ୍ୱାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ କହିଛନ୍ତି, ଏକାମ୍ର ୟୋଜନାକୁ ଆଗେଇ ନେବା ପାଇଁ ଭାରତ ସରକାରଙ୍କ ପୂର୍ଣ୍ଣ ସହଯୋଗ ରହିବ । ଓଡ଼ିଆ ଜାତିର ଏ ମହାନ ଗୌରବକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
ସୂଚନାଯୋଗ୍ୟ, ଏହା କାର୍ଯ୍ୟକ୍ରମ ପାଇଁ India Chemical Institute ଏବଂ Indian Oil Corporation ସହିତ ରାଜ୍ୟ ସରକାର 2020 ଜୁନ୍ ମାସରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । Indian chemicals Technology ଦ୍ୱାରା ବିକଶିତ ହୋଇଥିବା Hydro-Dynamic Cavitation Technology ଜରିଆରେ ତୀର୍ଥ ପୋଖରୀ ଗୁଡ଼ିକର ଜଳର ସ୍ୱଚ୍ଛତା ରଖିବା ପାଇଁ ପଦକ୍ଷେପମାନ ଗ୍ରହଣ କରାଯିବ । ରାଜ୍ୟ ସରକାର ଏଥିପାଇଁ ଭିତ୍ତିଭୂମି ସୁବିଧା ଯୋଗାଇଦେବେ ଏବଂ ICT-IOC ପକ୍ଷରୁ Hydro Dynamic Pump ନିୟୋଜିତ କରାଯିବ ।
ଏହି ଅବସରରେ ରାଜ୍ୟ ପୂର୍ତ୍ତମନ୍ତ୍ରୀ ପ୍ପଫୁଲ୍ଲ ମଲ୍ଲିକ, ଭୁବନେଶ୍ୱରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଅଶୋକ ପଣ୍ଡାଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ମାନେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।












Click it and Unblock the Notifications