ସଫେଇ କର୍ମଚାରୀମାନେ ଆମ ସମାଜର ଶ୍ରେଷ୍ଠ ସେବକ ; ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସବୁଜ ପତାକା ଦେଖାଇ ଅତ୍ୟାଧୁନିକ ଗାଡ଼ିର ଶୁଭାରମ୍ଭ କରିଥିଲେ | ପରିମଳ ସେବାକୁ ସୁଦୃଢ଼ କରିବା ପାଇଁ 190ଟି ମେସିନ ଓ ଗାଡ଼ି ଯୋଗାଇ ଦିଆଯାଇଛି | ସେହିପରି ରାଉରକେଲା ସହରର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ 4ଟି ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରର ମଧ୍ୟ ଉଦଘାଟନ କରିଛନ୍ତି |
ଭୁବନେଶ୍ୱର : ସଫେଇ କର୍ମଚାରୀମାନେ ସ୍ୱଚ୍ଛତା ଓ ପରିବେଶର ବ୍ୟାପକ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି | ତେଣୁ ସେମାନେ ହିଁ ସମାଜର ଶ୍ରେଷ୍ଠ ସେବକ ବୋଲି ରାଉରକେଲା ମହାନଗର ନିଗମ, ବୀରମିତ୍ରପୁର ପୌରପାଳିକା, କୋଇଡ଼ା ଓ କୁତ୍ରା ବ୍ଲକରେ ଅତ୍ୟାଧୁନିକ ପରିମଳ ସେବାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି | ଏଥି ସହିତ ମିଶନ ଶକ୍ତିର ମା' ମାନଙ୍କର ମଧ୍ୟ ରାଜ୍ୟର ପରିମଳ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି | ସେମାନେ ଗ୍ରାମାଞ୍ଚଳରେ ଲୋକଙ୍କୁ ସଚେତନ କରାଇବା ସହ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରର ପରିଚାଳନା କାର୍ଯ୍ୟରେ ନିୟୋଜିତ ରହୁଛନ୍ତି ବୋଲି ମଧ୍ୟ କହିଛନ୍ତି |

ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସବୁଜ ପତାକା ଦେଖାଇ ଅତ୍ୟାଧୁନିକ ଗାଡ଼ିର ଶୁଭାରମ୍ଭ କରିଥିଲେ | ପରିମଳ ସେବାକୁ ସୁଦୃଢ଼ କରିବା ପାଇଁ 190ଟି ମେସିନ ଓ ଗାଡ଼ି ଯୋଗାଇ ଦିଆଯାଇଛି | ସେହିପରି ରାଉରକେଲା ସହରର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ 4ଟି ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରର ମଧ୍ୟ ଉଦଘାଟନ କରିଛନ୍ତି | ଏଥି ସହିତ ମିଶନ ଶକ୍ତି ଗୃହ ଏବଂ ପାନପୋଷ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି |
ଏହି ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, "ସ୍ୱଚ୍ଛତା କଥା ଉଠିଲେ ପ୍ରଥମେ ଗାନ୍ଧିଜୀଙ୍କ କଥା ମନକୁ ଆସେ | ଗାନ୍ଧିଜୀ ସବୁବେଳେ ପରିମଳକୁ ଗୁରୁତ୍ୱ ଦେଉଥିଲେ | ଜାତିର ପିତାଙ୍କ ଭାଷାରେ ପରିମଳ ହେଉଛି ସ୍ୱାଧୀନତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ | ବାସ୍ତବରେ ସୁସ୍ଥ ପରିବେଶ ହିଁ ଉନ୍ନତି ଏବଂ ଉନ୍ନତ ଜୀବନର ଆଧାର |''












Click it and Unblock the Notifications