ବ୍ରହ୍ନପୁର MKCG ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ଅମ୍ଲଜାନ ପ୍ଲାଣ୍ଟ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର MKCG ମେଡିକାଲ କଲେଜରେ ହେବ ମେଡିକାଲ ଅମ୍ଳଜାନ ପ୍ରସ୍ତୁତି । ଆଜି ଭର୍ଚୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି ।
ଭୁବନେଶ୍ୱର : ବ୍ରହ୍ମପୁର MKCG ମେଡିକାଲ କଲେଜରେ ହେବ ମେଡିକାଲ ଅମ୍ଳଜାନ ପ୍ରସ୍ତୁତି । ଆଜି ଭର୍ଚୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା MKCG ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଅମ୍ଳଜାନ ସିଲିଣ୍ଡର ଉପରେ ଚାପ ହ୍ରାସ କରିବାରେ ସହାୟକ ହେବ ଯାହା ଦକ୍ଷିଣ ଓଡିଶା ଜିଲ୍ଲା ବିଶେଷ କରି ଗଞ୍ଜାମର ଆବଶ୍ୟକତାକୁ ପୂରଣ କରିବ । ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ଏପରିକି ଅମ୍ଳଜାନ ଯୋଗାଣ ପରିଚାଳନା ନେଇ ପ୍ରତି ଘଣ୍ଟାରେ ନଜର ରଖାଯାଉଛି ।

ଅମ୍ଳଜାନ ପାଇଁ ଗଠନ ହୋଇଛି ଟାକ୍ସ ଫୋର୍ସ
ସେ ଆହୁରି ମଧ୍ୟ କହିଛନ୍ତି ଯେ ଅମ୍ଳଜାନ ସିଲିଣ୍ଡର କ୍ରୟ, ଅମ୍ଳଜାନ ଉତ୍ପାଦନ ସୁବିଧା ପ୍ରତିଷ୍ଠା ଏବଂ LMO ପାତ୍ରଗୁଡିକ ନିୟୋଜନ ମାଧ୍ୟମରେ ରାଜ୍ୟ ଅମ୍ଳଜାନ ପରିଚାଳନାକୁ ଆହୁରି ମଜବୁତ କରୁଛି । ଭବିଷ୍ୟତରେ ଅମ୍ଳଜାନ ଆବଶ୍ୟକତା ଏବଂ ପରିଚାଳନା ପାଇଁ ଯୋଜନା କରିବାକୁ ଏକ ଟାସ୍କଫୋର୍ସ ମଧ୍ୟ ସ୍ଥାପନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ମହାମାରୀ ବିରୋଧରେ ଲଢେଇରେ ସହଯୋଗ ପାଇଁ ଲୋକଙ୍କୁ ଧନ୍ୟବାଦ ଜଣାଇ ଶ୍ରୀ ପଟ୍ଟନାୟକ ଆଶା ପ୍ରକଟ କରିଛନ୍ତି ଯେ ମିଳିତ ଭାବରେ ଆମେ ସଂକ୍ରମଣକୁ ରୋକି ପାରିବା ଏବଂ ଶୀଘ୍ର ସ୍ୱାଭାବିକ ଅବସ୍ଥାକୁ ଫେରିବା । ମହାମାରୀ ସହ ଲଢେଇରେ ଗଞ୍ଜାମବାସୀଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ଏହି ଅବସରରେ ଯୋଗଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କୋଭିଡ ବିରୋଧରେ ଲଢେଇରେ ଓଡିଶା ବର୍ତ୍ତମାନ ଅଗ୍ରଣୀ । 2 କୋଟି ଟଙ୍କା ବ୍ୟୟରେ ଏଲଏମଓ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଏହାର ଉତ୍ପାଦନ କ୍ଷମତା 20 ହଜାର ଲିଟର ବୋଲି ସେ କହିଛନ୍ତି ।












Click it and Unblock the Notifications