For Quick Alerts
Turn On Notification  
For Daily Alerts
Oneindia App Download

କଳାହାଣ୍ଡିକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି : 52ଟି ଉନ୍ନୟନ ପ୍ରକଳ୍ପର କଲେ ଶିଳାନ୍ୟାସ

କଳାହାଣ୍ଡି ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି । ଗୁରୁବାର ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତକରି 52ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏଥିଲାଗି 1ହଜାର 20କୋଟି ଟଙ୍କା ଖର୍ଚ୍ଚ ହେବ ।

|

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି । ଗୁରୁବାର ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତକରି 52ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏଥିଲାଗି 1ହଜାର 20କୋଟି ଟଙ୍କା ଖର୍ଚ୍ଚ ହେବ ।

ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ସାଲଭଟା, ଚମ୍ପାଦେଇପୁର, ଗୋପୀନାଥପୁର ଓ ଟେରାଙ୍ଗସିଲ ବୃହତ ଉଠା ଜଳ ସେଚନ ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ 227 କୋଟି ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଥିବା ସାନ୍ଦୁଲ ଜଳସେଚନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି ।

ଗୋଲମୁଣ୍ଡା ବ୍ଲକର 28ଟି ଗ୍ରାମପଞ୍ଚାୟତକୁ ପାଇପ ପାଣି ଯୋଗାଣ ନିମନ୍ତେ 177କୋଟି ଟଙ୍କା ଖର୍ଚ୍ଚରେ ବୃହତ୍ ପାଇପ୍ ପାଣି ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯିବ । ଏହା ବ୍ୟତୀତ 116 କୋଟି ଟଙ୍କା ବିନିମୟରେ 40ଟି ଗ୍ରାମକୁ ପାଇପ୍ ପାଣି ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

Naveen Patnaik

ଚନ୍ଦ୍ରଗିରି ଠାରୁ ଥୁଆମୂଳ ରାମପୁର ପର୍ଯ୍ୟନ୍ତ 33କେଭି ଫିଡର ଏବଂ ଦଶପୁର ଠାରୁ ମଖଲା ପର୍ଯ୍ୟନ୍ତ 11କେଭି ଫିଡର୍ ସଂଯୋଗ କରିବ । ଏଥିସହିତ ବୃନ୍ଦାବାହାଲ 52କୋଟି ଟଙ୍କା ବିନିମୟରେ 132/33 କେଭି ଗ୍ରୀଡ୍ ଷ୍ଟେସନର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଧର୍ମଗଡ଼ ସବ୍ ଡିଭିଜିନାଲ୍ ଚିକିତ୍ସାଳୟରେ 30ଶଯ୍ୟା ବିଶିଷ୍ଟ ପ୍ରସୂତି ଓ ଶିଶୁ ବିଭାଗ ଏବଂ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଟେଣ୍ଡାଣ୍ଟ ରେଷ୍ଟ ସେଡର ଶିଳାନ୍ୟାସ କରାଯାଇଛି ।

କୁର୍ଲୁପଡ଼ାରେ 26କୋଟି ବିନିମୟରେ ବହୁବିଧ MSME ପାର୍କ ଏବଂ 21 କୋଟି ଟଙ୍କା ଖର୍ଚ୍ଚରେ ଫୁଡ୍ ପାର୍କ ନିର୍ମାଣ ହେବ ।

ଏଥିସହିତ 4ଟି HL Bridge, 6ଟି ରାସ୍ତା ନିର୍ମାଣ ପ୍ରକଳ୍ପ, ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟର ଉନ୍ନୟନ ପ୍ରକଳ୍ପ, ଭବାନୀପାଟଣା ଟାଉନ୍ ହଲ୍, ସ୍ମାର୍ଚ ପାର୍କ ଏବଂ 4ଟି ସ୍ପୋର୍ଟ ଇନଫ୍ରାଷ୍ଟ୍ରକ୍ଚର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
CM lays Foundation 52 Development Project in Kalahandi.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X